Posted inଜାତୀୟ

ଆଣ୍ଡାମାନରେ ଚାଇନାର ଗୁପ୍ତଚର ଜାହାଜ

ଚେନ୍ନାଇ,୨ା୯: ଭାରତର ସ୍ଥଳଭାଗ ପରେ ଜଳପଥରେ ଅନୁପ୍ରବେଶ କରୁଛି ଚାଇନା। ଭାରତୀୟ ମହାସାଗର କ୍ଷେତ୍ର (ଆଇଓଆର୍‌)ରେ ଚାଇନାର ଆଡ୍‌ଭାନ୍ସ ସର୍ଭିଲାନ୍ସ ଜାହାଜ ପ୍ରବେଶ କରି ନୌସେନାର ଅତ୍ୟନ୍ତ ସମ୍ବେଦନଶୀଳ ତଥା ଗୋପନୀୟ ତଥ୍ୟ ସଂଗ୍ରହ କରୁଛି। ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ନିୟମିତ ଭାବେ ଏହାର ଗୁପ୍ତଚର ଜାହାଜକୁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଉପକୂଳକୁ ପଠାଉଥିବା ଜଣାପଡ଼ିବା ପରେ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହୋଇଛି।
କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକର ରିପୋର୍ଟ ଅନୁସାରେ ନିକଟରେ ଚାଇନା ଏକ ଗୁପ୍ତଚର ଜାହାଜକୁ ଭାରତର ଏକ୍ସକ୍ଲୁସିଭ୍‌ ଇକୋନୋମିକ୍‌ ଜୋନ୍‌ (ଇଇଜେଡ୍‌)କୁ ପଠାଇଥିଲା। ‘ତାଇଆନ୍‌ଓ୍ବାଙ୍ଗ୍‌ଜିଙ୍ଗ୍‌’ ନାମକ ଡୋଙ୍ଗ୍‌ଡିଆଓ ଶ୍ରେଣୀର ଏହି ଜାହାଜ ସେଠାରେ କିଛିଦିନ ରହି ଭାରତୀୟ ନୌସେନା ଶିବିରଗୁଡ଼ିକର ଗୋପନୀୟ ତଥ୍ୟ ସଂଗ୍ରହ କରିଥିଲା। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ପୂର୍ବାଞ୍ଚଳ ସମୁଦ୍ର ସୀମାରେ ଏହାକୁ ଠାବ କରାଯାଇଥିଲା। କେବଳ ଥରେ ନୁହେଁ, ବରଂ ନିୟମିତ ଭାବେ ପିଏଲ୍‌ଏର ଜାହାଜ ଆଇଓଆର୍‌କୁ ଆସି ଏପରି ତଥ୍ୟ ଯୋଗାଡ଼ କରୁଛି। ସେଠାକାର କେଉଁ କେଉଁ ସ୍ଥାନରେ ଭାରତୀୟ ନୌସେନା ଘାଟି ରହିଛି ଓ ଯୁଦ୍ଧଜାହାଜ ମୁତୟନ କରାଯାଇଛି ସେନେଇ ଉଚ୍ଚକ୍ଷମତାସମ୍ପନ୍ନ ସର୍ଭିଲାନ୍ସ ଜରିଆରେ ଗୁପ୍ତଚରଗିରି କରିବା ପରେ ଚାଇନାକୁ ତଥ୍ୟ ପ୍ରେରଣ କରୁଛି। ଏହି ଜାହାଜରେ ତିନୋଟି ସାଟେଲାଇଟ୍‌ କମ୍ୟୁନିକେଶନ ରହିଛି। ଏହାର ବୃହତ୍‌ ଆଣ୍ଟିନା ବୈଦ୍ୟୁତିକ ଗୋଇନ୍ଦା ସଙ୍କେତକୁ ଅନୁଧ୍ୟାନ ଓ ବାଲିଷ୍ଟିକ୍‌ ମିଶାଇଲ୍‌ର ଅବସ୍ଥିତିକୁ ଠାବ କରିବାରେ ସକ୍ଷମ।
ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ହେଉଛି ନୌସେନାର ଏକ ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ଘାଟି। ପୋର୍ଟ ବ୍ଲେୟାରରେ ଭାରତୀୟ ସଶସ୍ତ୍ର ବଳର ପ୍ରଥମ ଓ ଏକମାତ୍ର ଟ୍ରାଇ-ସର୍ଭିସ୍‌ ଥିଏଟର କମାଣ୍ଡ ରହିଛି। ଉକ୍ତ କ୍ଷେତ୍ରରେ ଟାଇପ୍‌ ୮୧୫ଜି ଶ୍ରେଣୀର ଅତ୍ୟାଧୁନିକ ଇଲେକ୍ଟ୍ରୋନିକ ସର୍ଭିଲାନ୍ସ ଜାହାଜ ତାଇଆନ୍‌ଓ୍ବାଙ୍ଗ୍‌ଜିଙ୍ଗ୍‌ର ଉପସ୍ଥିତି ଭାରତୀୟ ନିରାପତ୍ତା ପ୍ରତିଷ୍ଠାନଗୁଡ଼ିକ ପାଇଁ ବିପଦ ସୃଷ୍ଟି କରିଛି। ଗତ ଡିସେମ୍ବରରେ ମଧ୍ୟ ଏହି ଜାହାଜ ଆଇଓଆର୍‌ରେ ଦୁଇ ସପ୍ତାହ ଧରି ଘୂରି ବୁଲୁଥିଲା ବୋଲି ଜଣେ ପ୍ରତିରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଚାଇନା ଏହାର ସହଯୋଗୀ ପାକିସ୍ତାନର ଗ୍ବାଦର ଓ କରାଚୀ ନୌସେନା ଘାଟିର ଆଧୁନିକୀକରଣ କରୁଛି। ଭାରତ ଉପରେ ଗୁପ୍ତଚରଗିରି କରିବା ପାଇଁ ଚାଇନା ଏହି ଘାଟିଗୁଡ଼ିକୁ ବ୍ୟବହାର କରୁଛି। ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀର ସମ୍ପର୍କିତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗିରହିଥିବାବେଳେ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖକୁ ନେଇ ଚାଇନା କ୍ଷୁବ୍ଧ ହୋଇଛି। ଏଭଳି ସ୍ଥିତିରେ ସଂଗୃହୀତ ଗୋପନୀୟ ତଥ୍ୟକୁ ଭାରତ ବିରୋଧରେ ଚାଇନା ଓ ପାକିସ୍ତାନ ବ୍ୟବହାର କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ତେଣୁ ଭାରତୀୟ ଜଳସୀମାରେ ରହଣି କାଳରେ ଏହି ଜାହାଜ ବେଜିଂକୁ କେଉଁସବୁ ଗୋପନୀୟ ତଥ୍ୟ ପଠାଇଛି ଏବଂ ଏହା ପଛରେ କି ଉଦ୍ଦେଶ୍ୟ ରହିଛି ତାହା ଜାଣିବା ପାଇଁ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଖୋଳତାଡ଼ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?