Posted inଖେଳ

ଆଡିଲେଡ୍‌ ଓଭାଲରେ ଭାରତ ଦିବାରାତ୍ର ଟେଷ୍ଟ ଖେଳିବ

ନୂଆଦିଲ୍ଲୀ,୨୯।୫: ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଆଡିଲେଡ୍‌ ଓଭାଲ ଗ୍ରାଉଣ୍ଡରେ ଦିବାରାତ୍ର ତଥା ପିଙ୍କ୍‌ବଲ୍‌ ଟେଷ୍ଟ ଖେଳିବା ନିଶ୍ଚିତ ହୋଇଛି। କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଉଭୟ ପୁରୁଷ ଓ ମହିଳା ଦଳ ପାଇଁ ୨୦୨୦-୨୧ ବର୍ଷର ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ଘୋଷଣା କରିଛି। ଏଥିରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ଖେଳିବାକୁ ଥିଲା ୪ ଟେଷ୍ଟ, ୩ ଟି୨୦ ଅନ୍ତର୍ଜାତୀୟ ଓ ୩ଟି ଦିନିକିଆ ମ୍ୟାଚ୍‌ ସାମିଲ ରହିଛି। ଡିସେମ୍ବର ୧୧ରୁ ୧୫ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଦିବାରାତ୍ର ଭିତ୍ତିକ ହେବ ବୋଲି ସିଏ ନିଶ୍ଚିତ କରିଛି। ତେବେ ପାରମ୍ପରିକ ଭାବେ ଦିବାରାତ୍ର ଟେଷ୍ଟ ଖେଳାଯାଉଥିବା ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ରେ ଏହି ମ୍ୟାଚ୍‌ ଖେଳାଯିବ ନାହିଁ। ଏଠାରେ ଦିନ ଟେଷ୍ଟ ଖେଳାଯିବ। ଆଡିଲେଡରେ ପିଙ୍କ୍‌ ବଲ୍‌ରେ ଦିବାରାତ୍ର ଟେଷ୍ଟ ଖେଳାଯିବ ବୋଲି ସିଏ ମୁଖପାତ୍ର କହିଛନ୍ତି।
ଡିସେମ୍ବର ୩ରୁ ଏହି ଟେଷ୍ଟ ସିରିଜ ବ୍ରିସ୍‌ବେନର ଗାବା ଗ୍ରାଉଣ୍ଡରୁ ଆରମ୍ଭ ହେବ। ସେହିପରି ଡିସେମ୍ବର ୨୬ରେ ମେଲ୍‌ବୋର୍ନରେ ବକ୍ସିଂ ଡେ ଟେଷ୍ଟ ଆୟୋଜନ କରାଯିବ। ଜାନୁୟାରୀ ୩ରୁ ସିଡ୍‌ନୀରେ ଚତୁର୍ଥ ଟେଷ୍ଟ ଖେଳାଯିବ। ଅଷ୍ଟ୍ରେଲିଆ ଗସ୍ତ କରିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ସମ୍ମତି ପ୍ରକାଶ କରିଛି। ତେବେ କୋଭିଡ୍‌-୧୯ ମହମାରୀର ଆତଙ୍କ ବଜାୟ ରହିଛି। ଏପରିସ୍ଥଳେ ବିଦେଶ ଗସ୍ତ ନେଇ ବିସିସିଆଇ ଭାରତ ସରକାରଙ୍କ ନିର୍ଦ୍ଦେଶନାମା ପାଳନ କରିବ। ଫଳରେ ଅନ୍ତିମ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ ହେବ ବୋଲି ସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ କେଭିନ ରବଟର୍‌ସ ସ୍ବୀକାର କରିଛନ୍ତି।
ଭାରତ ଏହି ଗସ୍ତରେ ୩ଟି ଟି୨୦ ମ୍ୟାଚ୍‌ ବ୍ରିସ୍‌ବେନ, କାନବେରା ଓ ଆଡିଲେଡରେ ଯଥାକ୍ରମେ ଅକ୍ଟୋବର ୧୧, ୧୪ ଓ ୧୭ ତାରିଖରେ ଖେଳିବ। ସେହିପରି ୩ଟି ଦିନିକିଆ ପର୍ଥ, ମେଲବୋର୍ନ ଓ ସିଡ୍‌ନୀ ଯଥାକ୍ରମେ ଜାନୁୟାରୀ ୧୨, ୧୫ ଓ ୧୭ ତାରିଖରେ ଖେଳାଯିବା କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଚିନଙ୍କୁ କ୍ଷମାମାଗିଲେ ପୂର୍ବତନ ଅମ୍ପାୟର ଷ୍ଟିଭ ବକ୍‌ନର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୪ା୨: ଭାରତର କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ବହୁ ବାର ଭୁଲ୍‌ ନିଷ୍ପତ୍ତି ଦେଇ ଆଉଟ୍‌ କରିଥିବା ପୂର୍ବତନ ଅମ୍ପାୟର ଷ୍ଟିଭ ବକ୍‌ନର ଦୀର୍ଘ ୨୨ ବର୍ଷ…

Kerala Name Change: ନାଁ ବଦଳିଲେ ଖର୍ଚ୍ଚ ହେବ ଏତେ କୋଟି! ଶୁଣିଲେ ଉଡିବ ହୋସ୍‌

ନୂଆଦିଲ୍‌ଲୀ,୨୪।୨: କେନ୍ଦ୍ର କ୍ୟାବିନେଟ କେରଳର ନାମ ଆନୁଷ୍ଠାନିକ ଭାବରେ କେରଳମ କରିବା ପାଇଁ ଦୀର୍ଘ ଦିନ ଧରି ପଡ଼ି ରହିଥିବା ପ୍ରସ୍ତାବକୁ ସମ୍ପ୍ରତି ମଞ୍ଜୁରୀ ଦେଇଛି। ରାଜ୍ୟ…

ଜୁନାଗଡ଼ ସହରରେ ମିଳୁଛି ନକଲି ବିଦେଶୀ ମଦ: ଗିରଫ ୨ ଅଭିଯୁକ୍ତ ନା ମାଷ୍ଟ୍ରର ମାଇଣ୍ଡ କିଏ

ଭବାନୀପାଟଣା,୨୪।୨(ଉତ୍ତମ କୁମାର ଦାଶ): ସାବଧାନ ଜୁନାଗଡ଼ ସହରରେ ମିଳୁଛି ନକଲି ମଦ। ମଙ୍ଗଳବାର ସକାଳୁ ଅବକାରୀ ବିଭାଗ ଚଢ଼ାଉ ସମୟରେ ବାହାରିଛି ଏହି ନକଲି ଦେଶୀ ମଦ।…

ବ୍ରାହ୍ମଣୀଗାଁ ଅଞ୍ଚଳରେ ପ୍ରଥମ କାଳବୈଶାଖୀ: ଅଧାରେ ଅଟକିଲା ବାଳି ବଦ୍ଧ, ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଧକ ସାଜିଲା ବର୍ଷା

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ ୨୩ |୨(ଅରୁଣ ସାହୁ/ମନୋରଞ୍ଜନ ରଣା ): ଶୀତ ଦିନ ପରେ ଧୀରେଧୀରେ ପାଗରେ ପରିବର୍ତ୍ତନ ସହ ଦିନରେ ପ୍ରଚଣ୍ଡ ଖରା ଅନୁଭୂତ ହେଉଥିଲା ମଙ୍ଗଳବାର ପ୍ରଥମ…

ଦକ୍ଷିଣ ଆଫ୍ରିକା ଯିବ ଅଷ୍ଟ୍ରେଲିଆ ଦଳ

ମେଲବୋର୍ନ,୨୪ା୨: ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ ଦଳ ସେପ୍ଟେମ୍ବର ଓ ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ଟୁର୍‌ରେ ଯିବ। ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୩ଟି ଟେଷ୍ଟ ଏବଂ ସମାନ ସଂଖ୍ୟକ ଅନ୍ତର୍ଜାତୀୟ…

ମହିଳା ସୁରକ୍ଷା ଆଇନ, ବାଲ୍ୟବିବାହ, ଶିଶୁ ଶ୍ରମିକ ଆଇନକୁ ଗୁରୁତ୍ୱ 

ଦାରିଙ୍ଗବାଡି,୨୪।୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସାରିଙ୍ଗିଇର୍ପି ଠାରେ ରହିଥିବା ପାଳକ ସଙ୍ଘର ସଭାଗୃହଠାରେ ମଙ୍ଗଳବାର ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଜିଲା…

ଆସିଲା ମହିଳା ଟି୨୦ ବିଶ୍ୱକପ୍‌ କାର୍ଯ୍ୟସୂଚୀ: ଜୁନ ୧୪ରେ ପୁଣି ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୨୪ା୨: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମଙ୍ଗଳବାର ଆଗାମୀ ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଲାଗି ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି। ଜୁନ ୧୨ରୁ ଜୁଲାଇ ୫…

ପ୍ରାଇଭେଟ କର୍ମଚାରୀଙ୍କ ମଉଜ, ଏତେ ବଢିକି ଆସିବ ଦରମା…

ନୂଆଦିଲ୍ଲୀ,୨୪।୨: ଘରୋଇ କର୍ମଚାରୀଙ୍କ ପାଇଁ ଖୁସି ଖବର। ଭାରତରେ ଦରମା ବୃଦ୍ଧି 2026 ରେ 9.1% ହେବ ବୋଲି ଆକଳନ କରାଯାଇଛି, ଯାହା 2025 ରେ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri