ଆଜିଠୁ ଫାର୍ମ ଗେଟ୍‌ ବସ୍ତି ଉଚ୍ଛେଦ, ବିରୋଧ ହେବ

ଭୁବନେଶ୍ୱର,୧୯।୧(ବ୍ୟୁରୋ)- ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଉନ୍ନତୀକରଣ ସହ ରନ୍‌ଓ୍ବେକୁ ଆହୁରି ବଢ଼ାଯିବ। ଏଥିପାଇଁ ବିମାନବନ୍ଦର ପାର୍ଶ୍ୱରେ ଥିବା ଦୁଇଟି ବସ୍ତିକୁ ହଟାଇବା ପାଇଁ ନିର୍ଦ୍ଦେଶ ଆସିବା ପରେ ବିଡିଏ ଯୋଜନା ଆରମ୍ଭ କରିଥିଲା। ପୂର୍ବରୁ ଗୋଟିଏ ବସ୍ତି ଉଚ୍ଛେଦ ହୋଇଥିବାବେଳେ ରବିବାରଠାରୁ ଫାର୍ମ ଗେଟ୍‌ ବସ୍ତି ଉଚ୍ଛେଦ କରାଯିବ ବୋଲି ବିଡିଏ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨୨ ତାରିଖରେ ବିମାନବନ୍ଦର କାର୍ଯ୍ୟ ନେଇ ବୈଠକ ବସିବାର ରହିଛି। ତେଣୁ ଏହା ପୂର୍ବରୁ ବସ୍ତି ଉଚ୍ଛେଦ କରିବାକୁ ବିଡିଏ ତତ୍ପରତା ପ୍ରକାଶ କରିଛି। ଏ ସଂକ୍ରାନ୍ତରେ ଏକ ବୈଠକ ବସିବା ସହ ଶନିବାର ସ୍ଥାନୀୟ ଅଞ୍ଚଳରେ ପ୍ରଚାର ମାଧ୍ୟମରେ ଲୋକଙ୍କୁ ଅବଗତ କରାଯାଇଛି। ମାତ୍ର ଏଭଳି ତରବରିଆ ଉଚ୍ଛେଦକୁ ବସ୍ତିବାସିନ୍ଦା ବିରୋଧ କରିବେ ବୋଲି ସୂଚନା ମିଳିଛି। ଆଗକୁ ସେମାନଙ୍କ ପିଲାଙ୍କର ମାଟ୍ରିକ ସହ ବିଭିନ୍ନ ପରୀକ୍ଷା ରହିଛି। ବସ୍ତି ଭଙ୍ଗାହେଲେ ଶୀତ କାକରରେ ସେମାନେ କେଉଁଠି ରହିବେ, ପିଲାମାନେ କିପରି ପାଠପଢ଼ିବେ। ପିଲାଙ୍କ ଭବିଷ୍ୟତ କଥା ଭାବି ବସ୍ତିବାସିନ୍ଦାମାନେ ଚିନ୍ତାରେ ରହିଛନ୍ତି। ପରୀକ୍ଷା ସରିବା ପରେ ସେମାନେ ଅନ୍ୟତ୍ର ପଳାଇବେ ଓ ସେପର୍ଯ୍ୟନ୍ତ ଉଚ୍ଛେଦ ନ କରିବାକୁ ସେମାନେ ନିବେଦନ କରିଛନ୍ତି। ଯଦି ବସ୍ତି ଉଚ୍ଛେଦ ପାଇଁ ଉଦ୍ୟମ ହୁଏ, ତେବେ ଘୋର୍‌ ବିରୋଧ କରାଯିବ। ଆବଶ୍ୟକ ପଡ଼ିଲେ ଆଇନ୍‌କୁ ହାତକୁ ନେବୁ ବୋଲି ବସ୍ତିବାସିନ୍ଦା ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ ୧୬ରେ ରାଜ୍ୟ ସଭା ନିର୍ବାଚନ: ପ୍ରେସ୍‌ ନୋଟ ଜାରି

ଭୁବନେଶ୍ୱର,୧୮।୨: ମାର୍ଚ୍ଚ ୧୬ରେ ରାଜ୍ୟ ସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ନେଇ ପ୍ରେସ୍‌ ନୋଟ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ୧୦ ରାଜ୍ୟର ୩୭…

ଲାଭ ନେଇଗଲା କଂଗ୍ରେସ

ଭୁବନେଶ୍ୱର,୧୮।୨(ସୁନିତ୍‌ ମିଶ୍ର): ୧୭ଶ ବିଧାନସଭାର ୬ଷ୍ଠ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଛି। ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ଦିନ ଥିବାରୁ ଗୃହରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ଆଜିଠାରୁ +୨ ପରୀକ୍ଷା: ୨୫ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର,୧୮ା୨(ସୁଚିସ୍ମିତା ସାହୁ): ରାଜ୍ୟରେ ବୁଧବାରଠାରୁ ଯୁକ୍ତ୨ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଚାଲିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଏହି…

ବଜେଟ୍ ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର,୧୭।୨:  ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା…

ଆଜି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ, ଭାରତରେ ଦୃଶ୍ୟମାନ…

ଭୁବନେଶ୍ୱର,୧୭ା୨ (ସୁଚିସ୍ମିତା ସାହୁ): ବର୍ଷର ପ୍ରଥମ ବଳୟ ସୂର୍ଯ୍ୟୋପରାଗ ମଙ୍ଗଳବାର ସଙ୍ଗଠିତ ହେବ । ଆଫ୍ରିକାର ଦକ୍ଷିଣ ପାର୍ଶ୍ୱ, ଦକ୍ଷିଣ ଆମେରିକାର ଦକ୍ଷିଣ ପାର୍ଶ୍ୱ, ପ୍ରଶାନ୍ତ ମହାସାଗର,…

ଚାଷୀ, ମହିଳା, ଶିଶୁ ଏବଂ ଓଡ଼ିଆ ଅସ୍ମିତା ପାଇଁ ଜୋରଦାର ଲଢ଼ାଯିବ: ନବୀନ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ବିଧାନସଭାର ବଜେଟ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ୨ଟି ପର୍ଯ୍ୟାୟରେ ଚାଲିବ। ରାଜ୍ୟ ସରକାର ଏହି ଅଧିବେଶନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗୃହରେ…

ଆଜିଠୁ ବିଧାନସଭା ବଜେଟ ଅଧିବେଶନ, ୨୦୨୬-୨୭ ବର୍ଷ ପାଇଁ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ୧୭ଦଶ ବିଧାନସଭାର ଷଷ୍ଠ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହି ଅଧିବେଶନରେ ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣକାଳୀନ ବଜେଟ ଗୃହରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri