ଆଜିଠୁ ଅଲାରନାଥଙ୍କ ଅଣସର ଦର୍ଶନ

ବ୍ରହ୍ମଗିରି, ୧୮।୬(ଡି.ଏନ୍‌.ଏ.): ଯୁଗେ ଯୁଗେ ଭକ୍ତ ପାଇଁ ଭଗବାନ ବିଭିନ୍ନ ଅବତାର ନେଇ ଅନେକ ଲୀଳାଖେଳା କରିଛନ୍ତି। କେତେବେଳେ ରାମ ଅବତାରରେ ଶବରୀଠାରୁ ଅଇଁଠା ଖାଇ ଛନ୍ତି ତ ପୁଣି ଅହଲ୍ୟାଙ୍କୁ ପାଶାଣରୁ ମୁକ୍ତ କରିଛନ୍ତି। କେବେ ଦାରୁବ୍ରହ୍ମ ହୋଇ ଦାସିଆ ବାଉରି ହାତରୁ ନଡିଆ ନେଇଛନ୍ତି। ପୁଣି ଭକ୍ତ ସାଲବେଗ ପାଇଁ ନନ୍ଦିଘୋଷକୁ ଅଟକାଇ ରଖିଛନ୍ତି। ଲୀଳାମୟଙ୍କ ଏହି ଲୀଳା ମଧ୍ୟରୁ ଅଲାରନାଥ ରୂପ ମଧ୍ୟ ଆଉ ଏକ ଲୀଳା। ଭକ୍ତ ଲାଗି ମହାପ୍ରଭୁ ଜଗନ୍ନାଥ ୧୪ ଦିନ ପାଇଁ ଛୁଟିଆସନ୍ତି ଦ୍ୱିତୀୟ ଶ୍ରୀକ୍ଷେତ୍ର ବ୍ରହ୍ମଗିରି ପୀଠକୁ। ଅଣସର ୧୪ ଦିନ ପର୍ଯ୍ୟନ୍ତ ବ୍ରହ୍ମଗିରି ପାଲଟିଯାଏ ଭିନ୍ନ ଏକ ପୁଣ୍ୟପୀଠ, ଆରମ୍ଭ ହୁଏ ମହାପ୍ରଭୁଙ୍କ ଲୀଳାଖେଳା। ଏଠାକୁ ଛୁଟିଆସନ୍ତି ଅଗଣିତ ଭକ୍ତ, ଖୋଲିଯାଏ ଆନନ୍ଦବଜାର।
ଅନବସର ଅର୍ଥାତ ନ ଅବସର ବା ଅଣସର। ଦେବସ୍ନାନ ପୂର୍ଣ୍ଣମୀରେ ଶ୍ରୀଜୀଉ ୧୦୮ ଗରା ଜଳରେ ମହାସ୍ନାନ ପରେ ୧୪ ଦିନ ଧରି ଜ୍ୱରରେ ପଡିଥାନ୍ତି। ଶ୍ରୀବିଗ୍ରହ ଭକ୍ତମାନଙ୍କୁ ଦର୍ଶନ ନ ଦେଇ ଗୁପ୍ତସେବା ପାଇଥାନ୍ତି। ଠାକୁରଙ୍କୁ ନ ପାଇ ଭକ୍ତମାନଙ୍କ ଏହି କଷ୍ଟକୁ ଲାଘବ କରିବା ପାଇଁ ମହାପ୍ରଭୁ ଜଗନ୍ନାଥ ଅଲାରନାଥ ରୂପରେ ଦର୍ଶନ ଦେଇଥାନ୍ତି। ଏନେଇ ମଙ୍ଗଳବାରଠାରୁ ୧୪ ଦିନ ଧରି ବ୍ରହ୍ମଗିରିରେ ଚାଲିବ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ। ଏହି ସବୁଦିନ ଅଲାରନାଥ ପୀଠ ପାଲଟିଯାଏ ଦ୍ୱିତୀୟ ଶ୍ରୀକ୍ଷେତ୍ର। ଅଲାରନାଥଙ୍କ ଦର୍ଶନ କରି ଭକ୍ତମାନେ ଜଗନ୍ନାଥ ଦର୍ଶନର ଫଳପ୍ରାପ୍ତି ପାଇଥାନ୍ତି। ଏହି ଅଣସର ସମୟରେ ଶ୍ରୀମନ୍ଦିର ସମ ମହାପ୍ରସାଦ ଅଲାରନାଥ ପୀଠରୁ ମିଳିଥାଏ। ଅଲାରନାଥଙ୍କ ପ୍ରିୟ ଭୋଗ ଖିରି ପ୍ରସାଦ ଆନନ୍ଦ ବଜାରରୁ ମିଳିଥାଏ।
ମହାପ୍ରଭୁ ଅଲାରନାଥଙ୍କ ପ୍ରିୟ ଭୋଗ ଖିରିକୁ ନେଇ କିମ୍ବଦନ୍ତୀ ଏବଂ କପିଳ ସଂହିତାରେ ଆଉ ଏକ ବର୍ଣ୍ଣନା ରହିଛି। ଉପନୟନ ଓ ମନ୍ତ୍ର ଶିଖି ନ ଥିବା ୫ ବର୍ଷର ବାଳକ ହାତରୁ ଖିରି ଖାଇ ଅଲାରନାଥ ନିଜେ ପ୍ରମାଣ କରିଦେଇଛନ୍ତି ଭକ୍ତ ମନରେ ଭାବ ଥିଲେ ମନ୍ତ୍ର ଉପଚାରର ଆବଶ୍ୟକତା ନାହିଁ। ଯୁଗେ ଯୁଗେ ଏହାର ପ୍ରମାଣ ଦେବା ପାଇଁ ଏବେ ବି ମହାପ୍ରଭୁଙ୍କ ଦେହରେ ଫୋଟକା ଦାଗ ରହିଛି। ଏହି ବ୍ରାହ୍ମଣ ପରିବାରର ନାମ ଅନୁଯାୟୀ ମହାପ୍ରଭୁ ଅଲାରନାଥ ହେବାର ପ୍ରମାଣ ଅଛି।
ଚୈତନ୍ୟ ଦେବଙ୍କୁ ନେଇ ରହିଥିବା କିମ୍ବଦନ୍ତୀ
ଭକ୍ତି ଆନ୍ଦୋଳନ ସମୟରେ ଶ୍ରୀଚୈତନ୍ୟ ତାଙ୍କ ଜୀବନର ଶେଷ ୧୮ ବର୍ଷ ପୁରୀରେ ଅବସ୍ଥାନ କରିଥିଲେ। ସ୍ନାନଯାତ୍ରାରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ଦେଖି ବିଭୋର ହୋଇଯାଇଥିଲେ। କିନ୍ତୁ ଏହା ପରଦିନ ଅଣସର ସମୟରେ ମହାପ୍ରଭୁଙ୍କ ଦର୍ଶନ ନ ପାଇ ମ୍ରିୟମାଣ ହୋଇପଡ଼ିଥିଲେ। ସମୁଦ୍ର କୂଳେ କୂଳେ ଯାଉଥିବା ସମୟରେ ବ୍ରହ୍ମଗିରିସ୍ଥ ଅଲାରନାଥ ପୀଠରେ ପହଞ୍ଚତ୍ ନାରାୟଣ ମୂର୍ତ୍ତିକୁ ଦେଖି ଏତେ ବିଭୋର ହୋଇଯାଇଥିଲେ ଯେ, ସେଠାରେ ପଡ଼ିଥିବା ଏକ ପଥର ଉପରେ ପ୍ରଣିପାତ ହୋଇଥିଲେ। ଜଗନ୍ନାଥଙ୍କ ଦର୍ଶନ ନ ପାଇ ବିରହ ଜ୍ୱାଳାରେ ତାଙ୍କ ଶରୀର ଏତେ ଉତ୍ତପ୍ତ ହୋଇଯାଇଥିଲା ଯେ ଉକ୍ତ ପ୍ରସ୍ତର ଖଣ୍ଡକ ତାଙ୍କ ଶରୀର ଆକୃତି ଭଳି ତରଳି ଯାଇଥିଲା। ଏବେ ବି ଉକ୍ତ ପ୍ରସ୍ତର ଖଣ୍ଡିକ ସର୍ବାଙ୍ଗ ଶିଳା ଭାବେ ମନ୍ଦିର ପରିସରରେ ପୂଜା ପାଉଛି।

ଅଣସର ଦର୍ଶନ ନୀତିନିର୍ଘଣ୍ଟ

ମହାପ୍ରଭୁ ଅଲାରନାଥଙ୍କ ପୀଠରେ ଅଣସର ଦର୍ଶନ ପାଇଁ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଙ୍କ ସମାଗମ ହେବ। ଏହାକୁ ସୁଚାରୁରୂପେ ସମ୍ପାଦନ ପାଇଁ ମନ୍ଦିର ପରିଚାଳନା କମିଟି ତରଫରୁ ସୋମବାର ମହାପ୍ରଭୁଙ୍କ ନୀତିନିର୍ଘଣ୍ଟ ପ୍ରକାଶ ପାଇଛି। ପ୍ରତ୍ୟେକ ଦିନ ଭୋର୍‌ ୪ଟାରୁ ମନ୍ଦିର ଦ୍ୱାରା ଫିଟାଯାଇ ରାତି ୧୨ଟାରେ ପହୁଡ଼ ପଡ଼ିବ। ଦିନକୁ ୪ ଥର ଠାକୁରଙ୍କ ସର୍ବସାଧାରଣ ଦର୍ଶନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

ନୀତି ସମୟ
ଦ୍ୱାରଫିଟା ଭୋର୍‌ ୪ ଘଟିକା
ମଙ୍ଗଳ ଆଳତି ଭୋର୍‌ ୪ଟା ୧୫
ଅବକାଶ ଭୋର୍‌ ୪ଟା ୩୦
ତଡ଼ପ ଲାଗି ଭୋର୍‌ ୪ଟା ୪୦
ବେଶ ଭୋର୍‌ ୫ଟା
ଗୋପାଳ ବଲ୍ଳଭ ସକାଳ ୫ଟା ୩୦
ସର୍ବସାଧାରଣ ଦର୍ଶନ ସକାଳ ୬ ଟାରୁ ୧୧ଟା ୩୦
ମନ୍ଦିର ଶୋଧ ଦିବା ୧୧ଟା ୩୫
ସକାଳ ଧୂପ ମଧ୍ୟାହ୍ନ ୧୨ଟା
ମଧ୍ୟାହ୍ନ ଧୂପ ଅପରାହ୍ନ ୨ଟା
ପହୁଡ଼ ଅପରାହ୍ନ ୨ଟା ୩୦
ସର୍ବସାଧାରଣ ଦର୍ଶନ ଅପରାହ୍ନ ୨ଟା ୪୫ରୁ ୪ଟା
ଭଅଣ୍ଡ(ଭୋଗ) ଅପରାହ୍ନ ୪ଟା ୧୦
ସର୍ବସାଧାରଣ ଦର୍ଶନ ଅପରାହ୍ନ ୪ଟା ୩୦ରୁ ସନ୍ଧ୍ୟା ୭ଟା
ସନ୍ଧ୍ୟା ଆଳତି ସନ୍ଧ୍ୟା ୭ଟା ୧୦ରୁ ୭ଟା ୪୦
ମଇଲମ ବେଶ ରାତ୍ର ୮ରୁ ୮ଟା ୩୦
ସର୍ବସାଧାରଣ ଦର୍ଶନ ରାତ୍ର ୮ଟା ୩୦ରୁ ୧୦ଟା
ସନ୍ଧ୍ୟାଧୂପ ରାତ୍ର ୧୦ଟାରୁ ୧୦ଟା ୩୦
ବଡ଼ସିଂହାର ବେଶ ଓ ଧୂପ ରାତ୍ର ୧୦ଟା ୫୦ରୁ ୧୧ଟା ୧୦
ପହୁଡ଼ ରାତ୍ର ୧୨ଟା


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା ଘେରରେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ଟାଙ୍ଗୀ,୨୮ା୪(ରଘୁନାଥ ସାହୁ)ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଟାଙ୍ଗୀ ବ୍ଲକ ଅନ୍ତର୍ଗତ ୨୬ ପଞ୍ଚାୟତ, ଚିଲିକା ବ୍ଲକ ଅନ୍ତର୍ଗତ ୫ ପଞ୍ଚାୟତ ଓ ରଣପୁର ବ୍ଲକ ଅନ୍ତର୍ଗତ...

କଟକ: ଆସନ୍ତା କାଲି ପ୍ରକାଶ ପାଇବ ନିର୍ବାଚନ ବିଜ୍ଞପ୍ତି

କଟକ,୨୮ା୪(କାର୍ତ୍ତିକ ସାହୁ)ଆସନ୍ତା ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ନିର୍ବାଚନ ନିମନ୍ତେ...

ବଦଳୁଛି ଟ୍ରେଣ୍ଡ୍‌, ରୋଗ କିଣୁଛି ମଣିଷ

କଟକ,୨୮।୪(ଦିବାକର ସାହୁ)ମଣିଷ ଆଧୁନିକତାର ସ୍ରୋତରେ ଆଗେଇ ଚାଲିଛି। ସମୟ ସହ ତାଳ ଦେଇ ଦିନକୁ ଦିନ ଖାଦ୍ୟପେୟ, ଚାଲିଚଳଣିରେ ପରିବର୍ତ୍ତନ କରୁଛି। ପୂର୍ବରୁ କୌଣସି ଉତ୍ସବ...

କାଦବରାଙ୍ଗରେ ରାଜନୈତିକ ହିଂସା

ଆଗରପଡ଼ା,୨୮ା୪(ସୁଶାନ୍ତ ଦାଶ)ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଶୁକ୍ରବାର ରାତିରେ ଆଗରପଡ଼ା ଥାନା ଅଧୀନ କାଦବରାଙ୍ଗ ବଜାରରେ ରାଜନୈତିକ ହିଂସା ଘଟିଛି। ଏହି ବିବାଦରୁ ଦୋକାନ...

ନିର୍ବାଚନ ମଇଦାନରେ ନବୀନ ଷଷ୍ଠ, ବିକ୍ରମ ଆରୁଖ ସପ୍ତମ

ବ୍ରହ୍ମପୁର,୨୮ା୪(ନରସିଂହ ସାହୁ):ଗଞ୍ଜାମ ଜିଲାରୁ ରାଜନୀତି ଆରମ୍ଭ କରିଥିବା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପାରମ୍ପରିକ ବିଧାନସଭା କ୍ଷେତ୍ର ହିଞ୍ଜିଳିରୁ ଏଥର ଷଷ୍ଠଥର...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

୨୦ ଦିନ ହେଲା କଳାକୃତି ଗ୍ରାମରେ ବିଦ୍ୟୁତ୍‌ ଠପ୍‌

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ସଦର ବ୍ଲକର ସବୁଜିମାମୟ ସପ୍ତଶଯ୍ୟା ରାଜ୍ୟ ଏବଂ ଜିଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ। ସପ୍ତଶଯ୍ୟା ପଞ୍ଚାୟତର ନବଜୀବନପୁର ସଦେଇବେରେଣୀ ଗ୍ରାମ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri