ଆଜିଠାରୁ ଭୁବନେଶ୍ୱର-ଜୁନାଗଡ଼ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର, ୨୪।୮ (ବ୍ୟୁରୋ): କଳାହାଣ୍ଡିବାସୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱରରୁ ଜୁନାଗଡ଼ ପର୍ଯ୍ୟନ୍ତ ସ୍ବତନ୍ତ୍ର ଭାବେ ଚାଲିବ ଟ୍ରେନ୍‌। ଭୁବନେଶ୍ୱର-ଜୁନାଗଡ଼ ରୋଡ୍‌-ଭୁବନେଶ୍ୱର ଏକ୍ସପ୍ରେସ (ନଂ.୧୮୪୩୭-୧୮୪୩୮) ଶନିବାରଠାରୁ ଯାତ୍ରା ଆରମ୍ଭ କରିବ। ପୂର୍ବରୁ ହୀରାଖଣ୍ଡ ଏକ୍ସପ୍ରେସ ସହ ଯୋଡ଼ି ହୋଇ ଜୁନାଗଡ଼ ଯାଉଥିଲା ଟ୍ରେନ୍‌। ପ୍ରଥମେ ଟ୍ରେନ୍‌ଟି ରାୟଗଡା ପର୍ଯ୍ୟନ୍ତ ଯିବାପରେ ସେଠାରୁ ଅଲଗା ହୋଇ ଆଉ ଏକ ଇଞ୍ଜିନ ସହ ଜୁନାଗଡ ଯାତ୍ରା କରୁଥିଲା। ହେଲେ ଏଣିକି ସ୍ବତନ୍ତ୍ର ଟ୍ରେନ୍‌ ସେବା ମିଳିିବ। ଶନିବାର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଟ୍ରେନ୍‌କୁ ଭୁବନେଶ୍ୱରସ୍ଥିତ ପୂର୍ବତଟ ରେଳପଥ ମୁଖ୍ୟାଳୟରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିବେ। ଏହାପରେ ଅପରାହ୍ନ ୪ଟା ୩୦ରେ ପ୍ରଥମେ ଟ୍ରେନ୍‌ଟି ଜୁନାଗଡ଼ଠାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।
ତେବେ ଟ୍ରେନ୍‌ଟି ପ୍ରତିଦିନ ଭୁବନେଶ୍ୱରରୁ ରାତି ୧୦ଟା ୩୫ରେ ବାହାରି ପରଦିନ ୧୧ଟା ୩୦ରେ ଜୁନାଗଡ଼ରେ ପହଞ୍ଚତ୍ବ। ସେହିପରି ଜୁନାଗଡ଼ ରୋଡ୍‌ରୁ ଅପରାହ୍ନ ୪ଟା ୩୦ରେ ଯାତ୍ରା ଆରମ୍ଭ କରି ପରଦିନ ସକାଳ ୬ଟା ୩୦ରେ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେଶନରେ ପହଞ୍ଚିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି। ଏଥିରେ ମୋଟ ୧୮ କୋଚ ରହିବ। ଏଥିମଧ୍ୟରୁ ଏସ୍‌ଏଲ୍‌ଆର୍‌ ବଗି ୨, ସାଧାରଣ ଦ୍ୱିତୀୟ ଶ୍ରେଣୀ ୫, ଦ୍ୱିତୀୟ ଶ୍ରେଣୀ ଏସି ୧, ତୃତୀୟ ଶ୍ରେଣୀ ଏସି ୩, ଯୁଗ୍ମ ଭାବେ ଦ୍ୱିତୀୟ ଶ୍ରେଣୀ ଏସି ଓ ତୃତୀୟ ଶ୍ରେଣୀ ଏସି ମିଶି ଗୋଟିଏ ବଗି ସହ ୭ ଶୟନଯାନ ରହିବ। ପୂର୍ବଭଳି ଏହି ଟ୍ରେନ୍‌ରେ କିନ୍ତୁ ପ୍ୟାଣ୍ଟ୍ରି କାର ରହିବ ନାହିଁ।
ଅନ୍ୟପକ୍ଷରେ ଶନିବାରଠାରୁ ଅଣସଂରକ୍ଷିତ ଟିକଟରେ ଓଡ଼ିଆ ଭାଷା ରହିବ। ରାଜ୍ୟର ସମସ୍ତ ଷ୍ଟେଶନରେ ଏହା ଉପଲବ୍ଧ ହେବ। ପୂର୍ବରୁ ଏହି ଟିକଟରେ କେବଳ ଇଂଲିଶ ଓ ହିନ୍ଦୀ ଭାଷାରେ ବିବରଣୀ ରହୁଥିଲା। ଏଣିକି ଏହି ଦୁଇ ଭାଷା ସହ ଓଡ଼ିଆ ରହିବାର ବ୍ୟବସ୍ଥା ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri