ଆଜି ମହାଷଷ୍ଠୀ, ଉତ୍ସବମୁଖର ଅନୁଗୋଳ: ୧୧ ମଣ୍ଡପରେ ପୂଜା ପାଇବେ ଦଶଭୁଜା

ଅନୁଗୋଳ ଅଫିସ, ୪।୧୦- ଦୁର୍ଗାପୂଜା ପାଇଁ ସଜେଇ ହେଉଛି ଅନୁଗୋଳ ସହର। ଚଳିତବର୍ଷ ୧୧ ମଣ୍ଡପରେ ମା’ ଦଶଭୁଜାଙ୍କ ପୂଜାର୍ଚ୍ଚନା କରାଯିବ। ଶୁକ୍ରବାର ମା’ଙ୍କ ଷଷ୍ଠୀପୂଜା ହେବାକୁ ଥିବାରୁ ଏହାକୁ ନେଇ ସହରରେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ସପ୍ତମୀରେ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ କଳସଯାତ୍ରା କରାଯିବ।
ଚଳିତବର୍ଷ ସହରର ଅମଲାପଡ଼ା, ଶିମିଳିପଡ଼ା, ଦଶହରାପଡ଼ିଆ, ହୁଲୁରୁସିଂହା, ହେମସୁରପଡ଼ା, ରାଣୀଗୁଡ଼ା, ଶୁଶୁଡ଼ା, କାଲଟାକ୍ସ ଛକ, ବସଷ୍ଟାଣ୍ଡ ଓ ଗାନ୍ଧୀଛକରେ ପୂଜା ପାଇଁ ଆୟୋଜନ ଶେଷ ହୋଇଛି। ସମସ୍ତ ମଣ୍ଡପ ପକ୍ଷରୁ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସାଜସଜ୍ଜା ସହ ବଡ଼ ବଡ଼ ତୋରଣ ପ୍ରସ୍ତୁତ କରାଯାଇଛି। ତେବେ ମା’ଙ୍କ ଆଗମନ ପାଇଁ ଷଷ୍ଠୀ ପୂଜାରେ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯିବ। ବେଲବରଣୀ ୩ଟାରୁ ସାଢ଼େ ପାଞ୍ଚଟା, ସପ୍ତମୀ ପୂଜା ସକାଳୁ କଳସ ଯାତ୍ରା, ଘାଟରେ ଗଙ୍ଗାପୂଜା ହେବା ପରେ କଳସ ଆସି ମଣ୍ଡପରେ ସ୍ଥାପନ କରାଯିବ। ଅଷ୍ଟମୀ ପୂଜା ସାଧାରଣ ପୂଜା ସହ ସନ୍ଧିପୂଜା କରାଯିବ। ନବମୀ ପୂଜା ପରେ ଦଶମୀ ପୂଜା କରାଯିବ। ଅନୁଗୋଳରେ ଶିମିଳପଡ଼ା ପୂଜା ମଣ୍ଡପ ତାର ସ୍ବତନ୍ତ୍ରତା ବଜାୟ ରଖିଛି। ଅନୁଗୋଳର ପୁରାତନ ମଣ୍ଡପରେ ବଙ୍ଗୀୟ ରୀତିନୀତିରେ ପୂଜାଚ୍ଚନା କରାଯିବ, ଯାହା ଅନୁଗୋଳର ଅନ୍ୟ କୌଣସି ମଣ୍ଡପରେ କରାଯାଇ ନ ଥାଏ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ୮ ତାରିଖରେ ପୂଜା ଶେଷ ପରେ ସହରରେ ୯ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ସେଣ୍ଟ୍ରାଲ ପୂଜା କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

କଂଗ୍ରେସରୁ ବିଦା ହେଲେ ମୋକିମ

ଭୁବନେଶ୍ୱର,୧୫ା୧୨: ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି।...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri