ଆଜି ବାହୁଡ଼ିବେ ମହାପ୍ରଭୁ

ପୁରୀ ଅଫିସ,୧୨।୭:ଆଡ଼ପ ମଣ୍ଡପରେ ଶେଷ ହୋଇଛି ଚତୁର୍ଦ୍ଧାବିଗ୍ରହଙ୍କ ଲୀଳା। ଗୁରୁବାର ଭକ୍ତଙ୍କୁ ସନ୍ଧ୍ୟା ଦର୍ଶନ ଦେଇ ଏବେ ରତ୍ନବେଦିକୁ ବାହୁଡ଼ିବାକୁ ପ୍ରସ୍ତୁତ ମହାପ୍ରଭୁ। ଶ୍ରୀଗୁଣ୍ଡିଚା ମନ୍ଦିରରେ ୭ଦିନର ରହଣି ପରେ ଭାଇଭଉଣୀଙ୍କୁ ସାଥିରେ ଧରି ଶୁକ୍ରବାର ବାହୁଡ଼ି ଆସିବେ ଶ୍ରୀମନ୍ଦିର। ଏଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ମହାପ୍ରଭୁଙ୍କୁ ତିନିରଥ ଅପେକ୍ଷା କରି ରହିଛନ୍ତି। ତିନିରଥକୁ ମହାରଣା ସେବକ ଓ ରଥ ବିଶେଷଜ୍ଞ କମିଟିର ସଦସ୍ୟମାନେ ଯାଞ୍ଚ କରିସାରିଛନ୍ତି। ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ମଧ୍ୟ ପ୍ରସ୍ତୁତି ଚାଲିଛି।
ଗୁରୁବାର ଥିଲା ସନ୍ଧ୍ୟା ଦର୍ଶନ। ତେଣୁ ବୁଧବାର ରାତି ୨ଟା ୫୫ରେ ଠାକୁରଙ୍କ ପହୁଡ଼ ହୋଇ ଭୋର ୪ଟା ୨୦ରେ ଦ୍ୱାରଫିଟା ଯାଇଥିଲା। ୫ଟା ୧୦ରେ ହୋଇଥିଲା ମଙ୍ଗଳ ଆଳତି। ଏହାପରେ ଆଡ଼ପମଣ୍ଡପରେ ଚତୁର୍ଦ୍ଧାବିଗ୍ରହଙ୍କ ସନ୍ଧ୍ୟା ଦର୍ଶନ ଆରମ୍ଭ ହୋଇଥିଲା। ଲମ୍ବା ଧାଡ଼ିିରେ ଶ୍ରଦ୍ଧାଳୁମାନେ ଦାରୁଦିଅଁଙ୍କ ଦର୍ଶନ କରିଥିଲେ। ନୀତି ସଅଳ ଚାଲିଥିଲା। ଭକ୍ତମାନେ ପୂର୍ବାହ୍ନ ୧୦ଟା ୨୫ରେ ଆଡପ ଅବଢା ପାଇଥିଲେ।
ବାହୁଡ଼ା ଯାତ୍ରା ପ୍ରସ୍ତୁତି ପାଇଁ ସନ୍ଧ୍ୟା ଦର୍ଶନ ରାତି ୮ଟାରୁ ବନ୍ଦ କରାଯାଇଥିଲା। ଏହାପରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଶୋଧ କରାଯାଇଥିଲା। ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାବିଗ୍ରହଙ୍କ ପହୁଡ ଆଳତି ସରିବା ପରେ ଶ୍ରୀମୁଖ ଖଣ୍ଡୁଆ ନୀତି ସମ୍ପନ୍ନ ହୋଇଥିଲା। ବାହୁଟକଣ୍ଟ, ଚାରବନ୍ଧା ଓ କୁସୁମୀ ଲାଗି ନୀତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ, ଶୁକ୍ରବାର ଭୋର ୪ଟାରେ ମଙ୍ଗଳ ଆଳତି ହେବ। ଠାକୁର ଖେଚୁଡି ଭୋଗ ଖାଇସାରି ଶ୍ରୀମନ୍ଦିର ଅଭିମୁଖେ ବାହାରିବେ। ପୂର୍ବାହ୍ନ ୧୧ଟା ୪୫ରେ ମଙ୍ଗଳାର୍ପଣ ହୋଇ ୧୨ଟାରେ ବାହୁଡା ପହଣ୍ଡି ଆରମ୍ଭ ହେବ। ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ନୀତି ବଢି ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ଲାଗି ନୀତି ନିର୍ଘଣ୍ଟ ହୋଇଛି। ରଥଟଣା ସରିବା ପରେ ରଥ ଉପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ବାହୁଡା ପରଦିନ ଅର୍ଥାତ୍‌ ଶନିବାର ସୁନାବେଶ ରହିଛି। ତେଣୁ ବାହୁଡ଼ା ଦିନ ହିଁ ସିଂହଦ୍ୱାରରେ ତିନିରଥ ପହଞ୍ଚାଇବା ଲାଗି ପ୍ରଶାସନ ସ୍ଥିର କରିଛି। ଆବଶ୍ୟକ ପଡ଼ିିଲେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଇ ରାତିରେ ରଥ ଟଣାଯାଇ ସିଂହଦ୍ୱାରରେ ପହଞ୍ଚାଇବାର ଯୋଜନା ରହିଛି ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Shubman Gill: ଟିମ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି, ପ୍ଲେଇଂ ଇଲେଭେନରୁ ବିଦା ହେଲେ ଶୁଭମନ ଗିଲ୍

ନୂଆଦିଲ୍ଲୀ,୧୭ା୧୨: ଭାରତୀୟ କ୍ରିକେଟ୍ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ ପାଇଁ ଶୁଭମନ ଗିଲଙ୍କୁ ପ୍ଲେଇଂ ଇଲେଭେନରୁ...

ବନ୍ଧୁକ ଦେଖାଇ ସୃଷ୍ଟି କରୁଥିଲେ ଆତଙ୍କ: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା,୧୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜୁନାଗଡ଼ ପୋଲିସ ଏକ ଡକାୟତି ମାମଲାରେ ୩ ଜଣଙ୍କୁ ଗିରଫ କରି ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ବେଆଇନ ବାଲି ଉତ୍ତୋଳନକୁ ନେଇ ତୁମୁଳକାଣ୍ଡ, ମାଫିଆଙ୍କ ଆକ୍ରମଣରେ ୨ ଆହତ

ପାଟଣା,୧୭ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରପଡ଼ା ପଞ୍ଚାୟତ ନୂଆପଡ଼ା ବୈତରଣୀ ନଦୀଘାଟରୁ ମଙ୍ଗଳବାର ରାତ୍ରି ବେଆଇନ ବାଲି ଉତ୍ତୋଲାନକୁ ନେଇ ତୁମୁଳ କାଣ୍ଡ...

ସାଇନ୍‌ବୋର୍ଡ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ ଉତ୍ତେଜନା

କୋଟପାଡ଼,୧୭ା୧୨(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ଧାମନାହାଣ୍ଡି ପଞ୍ଚୟତର ୬୩ ନଂ ଜାତୀୟ ରାଜପଥ ୬୩ ପାର୍ଶ୍ୱ ଗାନ୍ଧୀନଗରର ଆବାସିକ ବିଦ୍ୟାଳୟ ପରିସରରେ ପୁରାତନ ୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri