ଆଗ ଭଳି ମିଳୁନି ଇଲିଶି

ରୂପ୍‌ସା, ୨୩।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀ ମୁହାଣରୁ ଧରାଯାଉଥିବା ଇଲିଶି ମାଛର ସ୍ବତନ୍ତ୍ର ଚାହିଦା ରହିଛି। ମତ୍ସ୍ୟଜୀବୀମାନେ ବହୁ ସଂଖ୍ୟାରେ ଇଲିଶି ଧରି ବିକ୍ରି କରି ଗୁଜୁରାଣ ମେଣ୍ଟାଇଥାନ୍ତି। ଜୁନ୍‌, ଜୁଲାଇ ମାସରୁ ଡିସେମ୍ବର ପର୍ଯ୍ୟନ୍ତ ଅଧିକ ପରିମାଣରେ ଇଲିଶି ଜାଲରେ ଧରାପଡ଼ିଥାନ୍ତି। ଏସବୁ ମୁହାଣରୁ ମିଳୁଥିବା ବଡ଼ ଇଲିଶିର ଓଜନ ୨ରୁ ୩କିଲୋ ପର୍ଯ୍ୟନ୍ତ ହୋଇଥାଏ। ବାଲେଶ୍ୱର ଉପକୂଳରୁ ଧରାଯାଉଥିବା ଏହି ମାଛ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପଠାଯିବା ସହ ବମ୍ବେ, ସିଲିଗୁଡ଼ି, କଲିକତା ଆଦି ସ୍ଥାନକୁ ରପ୍ତାନି କରାଯାଇଥାଏ। ଘରଠାରୁ ଆରମ୍ଭ କରି ହୋଟେଲ, ରେଷ୍ଟୁରାଣ୍ଟରେ ଏହି ମାଛର ଚାହିଦା ନିଆରା। ନଦୀ ଜଳ ପ୍ରଦୂଷଣ ଓ ମାଛ ଧରା ପାଇଁ ବ୍ୟବହାର ହେଉଥିବା ସଂଖ୍ୟାଧିକ ଟ୍ରଲର, ଭୁଟୁଭୁଟି, ଗ୍ରୀନଲେଟର ଆଦି କାରଣରୁ ଆଗ ଭଳି ଆଉ ଇଲିଶି ମିଳୁନାହାନ୍ତି। ହାଟ, ବଜାରରେ ଏହାର ଦର ଆକାଶଛୁଆଁ। ପୂର୍ବବର୍ଷମାନଙ୍କ ଅପେକ୍ଷା ଏବର୍ଷ ଇଲିଶି ଆମଦାନୀ ହ୍ରାସ ପାଇଥିବାରୁ ମତ୍ସ୍ୟଜୀବୀଙ୍କୁ ରୋଜଗାର ଚିନ୍ତା ଘାରିଛି ।
ବାଲେଶ୍ୱର ଜିଲାର ଜଳକା ନଦୀ ମୁହାଣ ସନ୍ନିକଟ ବାହାବଳପୁର, ବୁଢ଼ାବଳଙ୍ଗ ମୁହାଣସ୍ଥିତ ବଳରାମଗଡ଼ି, ବାଲିଆପାଳ ଉପକୂଳ ସୁବର୍ଣ୍ଣରେଖା ମୁହାଣ ଓ ମାଛଧରା କେନ୍ଦ୍ରରେ ପ୍ରତିବର୍ଷ ଇଲିଶି ସମେତ ବିଭିନ୍ନ ସାମୁଦ୍ରିକ ମାଛ ଧରାଯାଇ ଆସୁଛି। ମୌସୁମୀ ବର୍ଷା ଆରମ୍ଭ ହେବା ପରେ ଜୁନ୍‌, ଜୁଲାଇ ବେଳକୁ ଇଲିଶି ମାଛଙ୍କ ମିଳନ ଋତୁ ଆରମ୍ଭ ହୋଇଥାଏ। ଏହି ସମୟରେ ଅନୁକୂଳ ପାଗ, ପାଣିର ସ୍ରୋତ ଓ ବାୟୁର ମନ୍ଥର ଗତି ଦ୍ୱାରା ଆକର୍ଷିତ ହୋଇ ବଙ୍ଗୋପସାଗରରୁ ମାଈ ଇଲିଶି ନଦୀ ମୁହାଣ ମଧୁର ଜଳରେ ଅଣ୍ଡା ଦେବା ପାଇଁ ଚାଲି ଆସନ୍ତି। କିନ୍ତୁ ଟ୍ରଲର, ଭୁଟୁଭୁଟି, ଦେଶୀ ଡଙ୍ଗା ଚଳାଚଳ ଯୋଗୁ ଅଣ୍ଡା ନଷ୍ଟ ହୋଇଯାଇଥାଏ। ଛୋଟ ଛୋଟ ମାଛ ଧରାଯିବା କାରଣରୁ ଇଲିଶି ସଂଖ୍ୟା ବର୍ଷକୁ ବର୍ଷ ହ୍ରାସ ପାଇବାରେ ଲାଗିଛି। ଏହାର ପ୍ରଭାବ ବଜାର ଦର ଉପରେ ପଡୁଛି।
ବାହାବଳପୁର ମାଛଧରା କେନ୍ଦ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୫-୧୬ରେ ଜଳକା ନଦୀ ମୁହାଣରୁ ୯ହଜାର ୧୬୬ ମେଟ୍ରିକ ଟନ୍‌ ମାଛ ଧରାଯାଇଥିଲା। ସେଥିରୁ ଇଲିଶିର ପରିମାଣ ଥିଲା ୨୯୩ ମେଟ୍ରିକ ଟନ୍‌। ୨୦୧୬-୧୭ରେ ଧରାଯାଇଥିବା ୮ହଜାର ୯୭୨ ମେଟ୍ରିକ ଟନ୍‌ ମାଛରୁ ୨୯୨ ମେଟ୍ରିକ ଟନ୍‌ ଇଲିଶି ଥିଲା। ୨୦୧୭-୧୮ ବର୍ଷରେ ୯ହଜାର ୩୧୧ ମେଟ୍ରିକ ଟନ୍‌ ମାଛରୁ ୩୧୫ ମେଟ୍ରିକ ଟନ୍‌ ଇଲିଶି, ୨୦୧୮-୧୯ରେ ମୋଟ୍‌ ଧରାଯାଇଥିବା ୯ହଜାର ୪୪ ମେଟ୍ରିକ ଟନ୍‌ ମାଛରୁ ୩୮୮ ମେଟ୍ରିକ ଟନ୍‌ ଇଲିଶି ଧରାଯାଇଛି। ଚଳିତବର୍ଷ ୨୦୧୯-୨୦ ବର୍ଷରେ ଅଗଷ୍ଟ ସୁଦ୍ଧା ୩ହଜାର ୨୪୦ ମେଟ୍ରିକ ଟନ ମାଛ ଧରାଯାଇଛି। ସେଥିରୁ ଇଲିଶିର ପରିମାଣ ମାତ୍ର ୧୫୦ଟନ୍‌। ସ୍ଥାନୀୟ ବଜାରରେ ୧କିଲୋ ଓଜନର ଇଲିଶିକୁ କିଲୋ ପ୍ରତି ୧୨ଶହରୁ ୧୪ଶହ ଟଙ୍କାରେ ବିକ୍ରି କରାଯାଉଛି। ୮ଶହ ଗ୍ରାମରୁ ଛୋଟ ଇଲିଶିକୁ ୮ଶହ ଟଙ୍କା, ୫ଶହ ଗ୍ରାମରୁ କମ୍‌ ୬ଶହ ଟଙ୍କା ଦରରେ ବ୍ରିକି ହେଉଛି। ତଟକା ନ ଥିବା ମାଛକୁ ସ୍ଥାନୀୟ ବ୍ୟବସାୟୀମାନେ କିଲୋ ପ୍ରତି ୫ଶହରୁ ୭ଶହ ଟଙ୍କାରେ ବିକ୍ରି କରୁଛନ୍ତି। ଟ୍ରଲର ମାଲିକ ପ୍ରବୀର ସାହୁ କୁହନ୍ତି, ଏବର୍ଷ ଇଲିଶି ଆମଦାନୀ ସମ୍ପୂର୍ଣ୍ଣ ହ୍ରାସ ପାଇଛି। ଯାହା ବି ମିଳୁଛି ମାଛଧରାରେ ସମସ୍ତ ଖର୍ଚ୍ଚ ଭରଣା କରିବା ପାଇଁ ଚଢ଼ାଦରରେ ବାହାରକୁ ରପ୍ତାନି କରିବାକୁ ବାଧ୍ୟ ହେଉଛୁ। ମତ୍ସ୍ୟଜୀବୀ ସଂଘ ସମ୍ପାଦକ ଗୋରାଚାନ୍ଦ ଜେନା କୁହନ୍ତି, ୨୦ବର୍ଷ ପୂର୍ବେ ଇଲିଶିର ଅଭାବ ନ ଥିଲା। ମାଛବଂଶର ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବା ଉଚିତ। ସାମୁଦ୍ରିକ ସହକାରୀ ମତ୍ସ୍ୟ ଅଧିକାରୀ ନଳିନୀକାନ୍ତ ଦାସ କୁହନ୍ତି, ମାଈ ଇଲିଶି ଅଣ୍ଡା ଦେବା ବେଳେ ମାଛଧରାରେ କଟକଣା ଲଗାଯିବା ଆବଶ୍ୟକ। ମତ୍ସ୍ୟଜୀବୀଙ୍କ ଜାଲରେ ଛନ୍ଦିହୋଇ ବହୁ ଅଣ୍ଡା ନଷ୍ଟ ହେଉଛି। ଅପରପକ୍ଷେ ଚାଷ ଜମିରେ କୀଟନାଶକ, ରାସାୟନିକ ସାର ବ୍ୟବହାର ଯୋଗୁ ନଦୀ ମୁହାଣର ମଧୁରଜଳ ପ୍ରଦୂଷଣ ହେଉଛି। ଏହା ମାଛ ସଂଖ୍ୟା ହ୍ରାସର ପ୍ରମୁଖ କାରଣ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ପ୍ରଭାବ: ୨୪ ଘଣ୍ଟା ପରେ ବି ଅନ୍ଧାରରେ ଦାରିଙ୍ଗବାଡ଼ି, କରେଣ୍ଟ୍‌ ଗଲେ ବିଏସ୍‌ଏନଏଲ୍‌ ସେବା ଅଚଳ

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗତ କିଛିଦିନ ହେଲା କାଳବୈଶାଖୀର ପ୍ରଭାବରେ ଅଞ୍ଚଳ ପ୍ରଭାବିତ ହେଉଛି। ଚଳିତ ସପ୍ତାହରେ ଦୁଇଥର ଜିଲାରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଅଚଳ…

ଗୋଟିଏ ଦିନରେ ୧୨ ଅଟୋ ଜବତ କଲା ପୋଲିସ, ଏକାଧିକ ମାମଲା ରୁଜୁ କରି…

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଏବେ ଆକ୍ସନ ମୋଡ୍‌ରେ ରହିଛି। ଗୋଟିଏ ଦିନରେ ରବିବାର ୧୨ଟି ଯାତ୍ରୀବାହୀ ଅଟୋ ଉପରେ ନେଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ।…

ପ୍ରେମିକାଙ୍କୁ ଭେଟିବା ପାଇଁ କରିଥିଲେ ସୀମା ପାର୍, ଯୁବକଙ୍କୁ LOCରେ….

ଶ୍ରୀନଗର,୩୧ା୫: ଜମ୍ମୁ କଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ନିୟନ୍ତ୍ରଣ ରେଖା ପାର କରି ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତୀୟ…

‘ଜାତି-ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ, ଆଗକୁ ବଢ଼ିବାକୁ ହେଲେ କେବଳ ଏକତା ଜରୁରୀ’

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଜାତି ଏବଂ ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ। ଆଗକୁ ବଢ଼ିବାକୁ ହେଲେ ଏକତା ମନୋଭାବ ହିଁ ଜରୁରୀ ବୋଲି ନିଖିଳ ଉତ୍କଳ…

ବିଦେଶରେ ସୁନା ଶସ୍ତା କିନ୍ତୁ ଭାରତରେ ମହଙ୍ଗା କାହିଁକି? ଲକ୍ଷେ ଟଙ୍କାର ସୁନା କିଣିଲେ ୧୮ହଜାର ଅଧିକ କାହିଁକି ଦେବାକୁ ପଡ଼େ

ନୂଆଦିଲ୍ଲୀ,୩୧ା୫: ବିବାହ ହେଉ କିମ୍ବା ଦୀପାବଳି କିମ୍ବା ଧନତେରସ ଭଳି ପର୍ବ, ଲୋକମାନେ ଏପରି ପ୍ରତ୍ୟେକ ଅବସରରେ ସୁନା କିଣିବାକୁ ପସନ୍ଦ କରନ୍ତି । ତଥାପି, ବାସ୍ତବତା…

ଗୁଗଲକୁ ବଡ଼ ଝଟକା: ହାଇକୋର୍ଟ ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୩୧।୫: ଗୁଗଲ (Google) ଏବେ ଭାରତରେ ବଡ଼ ଆଇନଗତ ଅସୁବିଧାରେ ପଡ଼ିଛି। ଟ୍ରେଡମାର୍କ ଉଲ୍ଲଂଘନ ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁଗଲ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା…

‘ଯଦି ତୁମେ ଭାଜପାକୁ ସମର୍ଥନ କରିବ ତୁମେ ଦେଶଭକ୍ତ’, ନଚେତ୍‌…

କୋଲକାତା,୩୧ା୫: ପଶ୍ଚିମବଙ୍ଗର ଦକ୍ଷିଣ ଚବିଶି ପ୍ରଗଣା ଜିଲାର ସୋନାରପୁରରେ ତୃଣମୂଳ କଂଗ୍ରେସ (TMC) ଏମ୍‌ପି ଅଭିଷେକ ବାନାର୍ଜୀଙ୍କୁ ଏକ ବଡ଼ ଧରଣର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।…

ସ୍ବାମୀଙ୍କ ନଜରରେ ପଡିଗଲା ସ୍ତ୍ରୀଙ୍କ ପରକୀୟା ପ୍ରୀତି, ପ୍ରେମିକଙ୍କ ସହ ମିଶି କରିଥିଲେ ହତ୍ୟା ଉଦ୍ୟମ, ଏବେ ଗଲେ ଜେଲ୍

ଦିଗପହଣ୍ଡି,୩୧|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗାଁ ଛକରେ ରହୁଥିବା ଏସ.ଶଙ୍କର ରେଡ୍ଡୀଙ୍କ  ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ଏସ.ରଶ୍ମିତା ରେଡ୍ଡୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri