Posted inଖେଳ

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌: ପ୍ରଥମ ଟାଇଟଲ ଲକ୍ଷ୍ୟରେ ଭାରତ

ମେଲବୋର୍ନ, ୮।୩(ପି.ଟି.)- ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟି୨୦ ବିଶ୍ୱକପ୍‌ର ସପ୍ତମ ସଂସ୍କରଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଫାଇନାଲ ମ୍ୟାଚ୍‌ ଆୟୋଜନ ହେବ। ଟାଇଟଲ ପାଇଁ ଫାଇନାଲରେ ଗତଥରର ଚାମ୍ପିୟନ ତଥା ଆୟୋଜକ ଅଷ୍ଟ୍ରେଲିଆ ଓ ଭାରତ ମୁହାଁମୁହିଁ ହେବେ। ପ୍ରଥମଥର ପାଇଁ ବିଶ୍ୱକପ୍‌ ଚାମ୍ପିୟନ ହେବାର ସୁଯୋଗ ପାଇଛି ଭାରତ। ଅନ୍ୟପଟେ ୪ଥର ଟାଇଟଲ ହାସଲ କରିସାରିଥିବା ଅଷ୍ଟ୍ରେଲିଆ ଏଠାରେ ବିଜୟୀ ହୋଇ ପଞ୍ଚମଥର ପାଇଁ ଚାମ୍ପିୟନ ହେବା ଲକ୍ଷ୍ୟରେ ରହିଛି। ଘରୋଇ ପରିବେଶରେ ରେକର୍ଡ ସଂଖ୍ୟକ ଦର୍ଶକଙ୍କ ସାମ୍ନାରେ ଅଷ୍ଟ୍ରେଲିଆକୁ ହରାଇବା ଭାରତ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଚ୍ୟାଲେଞ୍ଜ୍‌।
ଅପରାଜେୟ ରହିବା ସହ ଭାରତ ଗ୍ରୁପ୍‌ ଏ’ର ଶୀର୍ଷରେ ରହି ସେମିଫାଇନାଲରେ ପ୍ରବେଶ କରିଥିଲା। ଟୁର୍ନାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲା। ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ବର୍ଷା ଯୋଗୁ ବାତିଲ ହେବା ଫଳରେ ଗ୍ରୁପ୍‌ ଟପ୍ପର ହୋଇଥିବାରୁ ଭାରତ ପ୍ରଥମଥର ପାଇଁ ଫାଇନାଲକୁ ଉଠିଥିଲା। ସେହିପରି ବର୍ଷା ବାଧା ପ୍ରାପ୍ତ ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକାକୁ ହରାଇ କ୍ରମାଗତ ଷଷ୍ଠଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା।
୧୬ ବର୍ଷୀୟା ବିସ୍ଫୋରକ ଓପନର ଶେଫାଳି ବର୍ମାଙ୍କ ଜବରଦସ୍ତ ବ୍ୟାଟିଂ ଓ ସ୍ପିନରମାନଙ୍କ ସ୍ଥିର ପ୍ରଦର୍ଶନ ଭାରତକୁ ଚଳିତ ବିଶ୍ୱକପ୍‌ରେ ବେଶ୍‌ ସଫଳ କରାଇଛି। କିନ୍ତୁ ଦୁଇ ତାରକା ବ୍ୟାଟ୍ସଓମ୍ୟାନ ସ୍ମୃତି ମାନ୍ଧନା ଓ ହରମନପ୍ରୀତ କୌର ଏପର୍ଯ୍ୟନ୍ତ ଚମକ ଦେଖାଇପାରି ନାହାନ୍ତି। ତେବେ ଫାଇନାଲ ମ୍ୟାଚ୍‌ରେ ଏହି ଦୁଇ ଅଭିଜ୍ଞ ଖେଳାଳିଙ୍କୁ ନିଜ ଦକ୍ଷତା ଅନୁରୂପ ଖେଳିବାକୁ ପଡିବ। ଭାରତ ଟାଇଟଲ ହାସଲ କରିବାକୁ ହେଲେ ଏହି ଦୁଇ ଖେଳାଳି ଉପଯୋଗୀ ଇନିଂସ ଖେଳିବା ଜରୁରୀ ହୋଇପଡିଛି। ଏଥିସହିତ ଭାରତକୁ ତା’ର ମିଡଲ ଅର୍ଡର ପ୍ରଦର୍ଶନରେ ସୁଧାର ଆଣିବାକୁ ହେବ। ମଧ୍ୟକ୍ରମ ବ୍ୟାଟ୍ସଓମ୍ୟାନମାନେ ସାମାନ୍ୟ ଅସ୍ଥିର ପ୍ରଦର୍ଶନ କରୁଛନ୍ତି। କେବଳ ସେତିକି ନୁହେଁ, ଭାରତକୁ ଚାପର ସଫଳ ମୁକାବିଲା କରିବାକୁ ହେବ। ଏହା ଏକ ହାଇଭୋଲ୍ଟେଜ ମ୍ୟାଚ୍‌ ହୋଇଥିବାରୁ ଭାରତୀୟ ଖେଳାଳିଙ୍କୁ ଧୈର୍ଯ୍ୟର ସହ ଅଷ୍ଟ୍ରେଲିଆର ମୁକାବିଲା କରିବାକୁ ହେବ।
ଅଷ୍ଟ୍ରେଲିଆ ଗତ ତ୍ରିରାଷ୍ଟ୍ରୀୟ ସିରିଜ ଫାଇନାଲରେ ଭାରତକୁ ପରାସ୍ତ କରିଥିଲା। ଗତ ୭ଟି ସଂସ୍କରଣରେ ଅଷ୍ଟ୍ରେଲିଆ କ୍ରମାଗତ ଷଷ୍ଠଥର ପାଇଁ ଫାଇନାଲକୁ ଉଠିଛି। ହାଇ ପ୍ରେସର ଗେମ୍‌ରେ କିଭଳି ଖେଳିବାକୁ ହୁଏ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ବେଶ୍‌ ଭଲଭାବେ ଜଣାଅଛି। ଭାରତ ୨୦୧୭ ଦିନିକିଆ ବିଶ୍ୱକପ୍‌ ଫାଇନାଲ ଓ ୨୦୧୮ ଟି୨୦ ବିଶ୍ୱକପ୍‌ରେ ଇଂଲଣ୍ଡଠାରୁ ପରାସ୍ତ ହୋଇଥିଲା। ତେଣୁ ଏହି ପରାଜୟରୁ ଭାରତ ବହୁତ କିଛି ଶିକ୍ଷା କରିଥିବ ବୋଲି ଆଶା କରାଯାଉଛି। ଶେଫାଳିଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ ହେବା ଠିକ୍‌ ନୁହଁ। କିନ୍ତୁ ସେ ଆଉଏକ ବିସ୍ଫୋରକ ଇନିଂସ ଖେଳିବେ ବୋଲି ଆଶା କରାଯାଉଛି। ସେହିପରି ମାନ୍ଧନା ଓ ହରମନପ୍ରୀତ ଶସ୍ତାରେ ଉଇକେଟ ନ ଫୋପାଡି ନିଜ ଅଭିଜ୍ଞତାରୁ ଫାଇଦା ଉଠାଇ ଅଧିକ କିଛି କରିବା ସହ ଦଳକୁ ଦିଗ୍‌ଦର୍ଶନ ଦେବେ ବୋଲି ଆଶା କରାଯାଉଛି। ଶେଫାଳି ସଫଳ ହୋଇ ନ ଥିଲେ ଭାରତ ଫାଇନାଲରେ ପହଞ୍ଚିବା ଅସମ୍ଭବ ହୋଇପଡିଥାନ୍ତା। କାରଣ ମିଡଲଅର୍ଡରରେ ଏବେବି ବହୁତ ଦୁର୍ବଳତା ଅଛି। ତେଣୁ ଭାରତକୁ ଏହି ଦୁର୍ବଳତା ଦୂର କରିବାକୁ ପଡିବ। ଲୋୟର ଅର୍ଡର ବ୍ୟାଟ୍ସଓମ୍ୟାନଙ୍କୁ ମଧ୍ୟ ଯୋଗଦାନ କରିବାକୁ ହେବ। ଗ୍ରୁପ୍‌ ପର୍ଯ୍ୟାୟରେ ଭାରତ କୌଣସି ମ୍ୟାଚ୍‌ରେ ୧୫୦ କିମ୍ବା ତା’ଠାରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିପାରିନାହିଁ। ଭାରତର ଏହି ଦୃଷ୍ଟାନ୍ତମୂଳକ ସଫଳତା ପଛରେ ଶୃଙ୍ଖଳିତ ବୋଲିଂର ଭୂମିକା ରହିଛି।
ଲେଗ୍‌ ସ୍ପିନର ପୁନମ ଯାଦବ ଫିଙ୍ଗର ଇଞ୍ଜୁରିରୁ ପ୍ରତ୍ୟାବର୍ତ୍ତନ କରିବା ପରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମେଗା ସ୍କଟଙ୍କ ସହ ସେ ୯ ଉଇକେଟ ହାସଲ କରି ସର୍ବାଧିକ ସଫଳ ବୋଲରର ମାନ୍ୟତା ପାଇଛନ୍ତି। ଦ୍ରୁତ ବୋଲର ଶିଖା ପାଣ୍ଡେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି। ବାମହାତୀ ସ୍ପିନ ଯୋଡି ରାଧା ଯାଦବ ଓ ରାଜେଶ୍ୱରୀ ଗାଏକ୍ୱାଡ଼ ମଧ୍ୟ ଶୃଙ୍ଖଳିତ ପ୍ରଦର୍ଶନ କରିଛନ୍ତି। ପୁନମଙ୍କୁ ଅଷ୍ଟ୍ରେଲିଆ ଖେଳାଳିମାନେ କିପରି ସାମ୍ନା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। କାରଣ ଉଦ୍‌ଘାଟନୀ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ବେଶ୍‌ ସମସ୍ୟାରେ ପକାଇଥିଲେ ପୁନମ। ଫାଇନାଲ ମ୍ୟାଚ୍‌ ପାଇଁ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ୭୫, ୦୦୦ ଟିକେଟ ବିକ୍ରି ହୋଇସାରିଛି। ମୋଟ ଉପରେ ୯୦,୦୦୦ ଟିକେଟ ବିକ୍ରି ହୋଇଯିବ ବୋଲି ଆଶା କରାଯାଉଛି। ଏକ ମହିଳା ମ୍ୟାଚ୍‌ରେ ଏତେ ସଂଖ୍ୟକ ଟିକେଟ ବିକ୍ରି ହେବା ନିଶ୍ଚିତ ଭାବେ ଏକ ବଡ଼ କଥା।
ଅପରପକ୍ଷରେ ମେଗ୍‌ ଲାନିଂଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଘରୋଇ ଦର୍ଶକଙ୍କ ସମର୍ଥନ ହାସଲ କରି ପ୍ରଭାବୀ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି। ଅବଶ୍ୟ ଷ୍ଟାଡିୟମରେ ବହୁ ସଂଖ୍ୟାରେ ଭାରତୀୟ ଦର୍ଶକ ମଧ୍ୟ ଉପସ୍ଥିତ ରହିବେ। ଉଇକେଟକିପର ବ୍ୟାଟ୍ସଓମ୍ୟାନ ଏଲିସା ହିଲିଙ୍କ ସ୍ବାମୀ ତଥା କ୍ରିକେଟର ମିଚେଲ ଷ୍ଟାର୍କ ମଧ୍ୟ ଏହି ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମରେ ଉପସ୍ଥିତ ରହିବେ। ତାଙ୍କୁ ଅନୁମତି ମିଳିବା ପରେ ସେ ଦକ୍ଷିଣ ଆଫ୍ରିକା ଗସ୍ତ ଅଧାରୁ ଆସି ମେଲବୋର୍ନରେ ପହଞ୍ଚିଛନ୍ତି।
ଆଘାତ ସମସ୍ୟ ଅଷ୍ଟ୍ରେଲିଆକୁ ଚିନ୍ତାରେ ପକାଇଛି। ଆରମ୍ଭରୁ ଦ୍ରୁତ ବୋଲର ଟେଲା ଭ୍ଲାଏମିଙ୍କ୍‌ ଓ ଅଲ- ରାଉଣ୍ଡର ଏଲିସ୍‌ ପେରୀ ଇଞ୍ଜୁରି କାରଣରୁ ସେମିଫାଇନାଲ ପୂର୍ବରୁ ଦଳରୁ ବାଦ୍‌ ପଡିଛନ୍ତି। ଏହି ଡବଲ ଝଟ୍‌କା ସତ୍ତ୍ୱେ ଦମ୍‌ଦାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଛି। ଆମେ ବିଜୟୀ ହୋଇ ଚାମ୍ପିୟନ ହେବା ପାଇଁ ପଡିଆକୁ ଓହ୍ଲାଇବୁ ବୋଲି ଲାନିଂ କହିଛନ୍ତି। ପାଖାପାଖି ୯୦ ହଜାର ଦର୍ଶକଙ୍କ ସାମ୍ନାରେ ଏକ ହାଇଭୋଲ୍ଟେଜ ଫାଇନାଲ ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ ଆମେ ଉତ୍ସାହିତ ଅଛୁ। ମ୍ୟାଚ୍‌ ଓ ଖେଳକୁ ଉପଭୋଗ କରିବା ସହ ବିଜୟୀ ହୋଇ ଟାଇଟଲ ହାସଲ କରିବାକୁ ପ୍ରୟାସ କରିବୁ ବୋଲି ଭାରତୀୟ ଅଧିନାୟକ ହରମନପ୍ରୀତ ମ୍ୟାଚ୍‌ ପୂର୍ବରୁ କହିଛନ୍ତି। ପିଚ୍‌ ତଥା ଉଇକେଟ ଫ୍ଲାଟ ଓ ହାର୍ଡ ହେବ। ପାଗ ମଧ୍ୟ ସଫା ରହିବ। ମ୍ୟାଚ୍‌ ନିଶ୍ଚିତ ରୂପେ ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚକ ହେବ। ସୁପର ସନ୍‌ଡେରେ ଏକ ସୁପର ଶୋ ଦେଖିବାକୁ ବିଶ୍ୱବ୍ୟାପୀ ପ୍ରଶଂସକ ଏକ ସୁଯୋଗ ପାଇବେ।
ଭାରତୀୟ ଦଳ: ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମାନ୍ଧନା, ଶିଖା ପାଣ୍ଡେ, ପୁନମ ଯାଦବ, ରାଜେଶ୍ୱରୀ ଗାଏକ୍ୱାଡ, ବେଦା କ୍ରିଷ୍ଣମୂର୍ତ୍ତୀ, ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗୁଏଜ, ପୂଜା ବସ୍ତ୍ରକାର, ତାନିୟା ଭାଟିଆ, ରାଧା ଯାଦବ, ହରଲିନ ଦେଓଲ, ଅରୁନ୍ଧତି ରେଡ୍ଡୀ, ଶେଫାଳି ବର୍ମା ଓ ରିଚା ଘୋଷ।
ଅଷ୍ଟ୍ରେଲିଆ ଦଳ: ମେଗ୍‌ ଲାନିଙ୍ଗ (ଅଧିନାୟିକା), ରାଚେଲ ହେନ୍ସ, ମେଗାନ ସ୍କଟ, ଅଲିସା ହିଲି, ଏଲିସ ପେରୀ, ଜେସ ଜୋନସିନ, ଡେଲିସା କିମିନ୍ସ, ବେଥ ମୁନି, ନିକୋଲା କେରୀ, ଆଶଲେ ଗାର୍ଡନର, ସୋଫଇ ମେଲିନେଉକ୍ସ, ଜର୍ଜିଆ ଓ୍ବାରେହାମ, ଏରିନ ବନର୍‌ସ, ମୋଲି ଷ୍ଟ୍ରାନୋ ଓ ଆନ୍ନାବେଲ ସଦରଲାଣ୍ଡ।
ମ୍ୟାଚ୍‌ ଆରମ୍ଭ: ଅପରାହ୍ନ ୧୨.୩୦
ସ୍ଥାନ: ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ
ସିଧା ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri