ଆଇପିଏଲ ପୂର୍ବରୁ ଖେଳାଳିଙ୍କୁ ତଥ୍ୟ ପ୍ରଦାନ କରୁଛି ନ୍ୟୁଜିଲାଣ୍ଡ କ୍ରିକେଟ

ଅକ୍‌ଲାଣ୍ଡ,୫ା୩(ପି.ଟି.)- କରୋନା ଭାଇରସ କାରଣରୁ ବିଶ୍ୱରେ ପ୍ରାୟ ୮୦ ଦେଶ ପ୍ରଭାବିତ ହୋଇସାରିଛନ୍ତି। ଏଥିରୁ ବର୍ତ୍ତି ପାରିନାହିଁ ଭାରତ । ଦେଶରେ ୧୬ ଇଟାଲି ଯାତ୍ରୀଙ୍କ ସମେତ ୨୯ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏଥିଯୋଗୁ ଆଇପିଏଲରେ ଖେଳିବାକୁ ଥିବା ୬ ଖେଳାଳିଙ୍କୁ ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍‌ଜେଡ୍‌ସି) ଭାରତରେ କରୋନା ଭାଇରସ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରୁଛି। ଆଇପିଏଲ ଓ ମହିଳା ଚ୍ୟାଲେଞ୍ଜ ଇଭେଣ୍ଟରେ ଖେଳିବାକୁ ଥିବା ନ୍ୟୁଜିଲାଣ୍ଡର ପୁରୁଷ ଓ ମହିଳା ଖେଳାଳିଙ୍କୁ ଭାରତରେ ସ୍ଥିତି ସମ୍ପର୍କରେ ଅବଗତ କରାଇ ଦିଆଯାଇଛି। ଏହାଦ୍ୱାରା ସେମାନେ ସତର୍କ ରହିପାରିବେ ବୋଲି ଏନ୍‌ଜେଡ୍‌ସିର ପବ୍ଲିକ ଆଫାୟର୍ସ ମୁଖ୍ୟ ରିଚାର୍ଡ ବୁକ ଏକ ବିବୃତିରେ କହିଛନ୍ତି। ଆଇପିଏଲରେ ନ୍ୟୁଜିଲାଣ୍ଡ ଜିମି ନିଶାମ (କିଙ୍ଗ୍ସ ଏକାଦଶ ପଞ୍ଜାବ), ଲୋକି ଫର୍ଗୁସନ (କେକେଆର), ମିଚେଲ ମ୍ୟାକ୍‌ଲେଘାନ ଓ ଟ୍ରେଣ୍ଟ ବୋଲ୍ଟ (ଉଭୟେ ମୁମ୍ବାଇ ଇଣ୍ଡିଆନ୍ସ), କେନ ଓ୍ବିଲିୟମସନ (ସନରାଇଜର୍ସ ହାଇଦ୍ରାବାଦ) ଓ ମିଚେଲ ସାଣ୍ଟନର (ସିଏସ୍‌କେ) ଖେଳିବେ। ବୁକ ଆହୁରି କହିଛନ୍ତି କ୍ରିକେଟ ବୋର୍ଡ ଭାରତର ସ୍ବାସ୍ଥ୍ୟ, ବିଦେଶ ଓ କ୍ରୀଡ଼ା ମନ୍ତ୍ରଣାଳୟ ସହ ଯୋଗାଯୋଗରେ ରହିଛି। ଉଲ୍ଲେଖଯୋଗ୍ୟ, ବିସିସିଆଇ ପୂର୍ବରୁ କହିସାରିଛି ଆଇପିଏଲ କାର୍ଯ୍ୟସୂଚୀରେ କିଛି ପରିବର୍ତ୍ତନ ହେବ ନାହିଁ। ଆଇପିଏଲବେଳେ ଖେଳାଳିମାନେ ପ୍ରଶଂସକଙ୍କ ସହ ସେଲ୍‌ଫି ଓ ଅଟୋଗ୍ରାଫ ଦେବାକୁ ପଡ଼େ। ଏହାଦ୍ୱାରା ଭାଇରସ ବ୍ୟାପିବାର ସମ୍ଭାବନା ରହିଛି। ଆଶା କରାଯାଉଛି ଖେଳାଳିଙ୍କୁ ଜନ ଗହଳିପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇପାରେ। ନିକଟରେ ଶ୍ରୀଲଙ୍କା ଗସ୍ତ କରିଥିବା ଇଂଲଣ୍ଡ ଦଳ ସେଠାରେ ଖେଳାଳିଙ୍କ ସହ ମ୍ୟାଚ୍‌ ପରେ ହାତ ନ ମିଳାଇବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ ନେଇ ମୁହଁ ଖୋଲିଲା କ୍ରିକେଟ ଅଷ୍ଟ୍ରେଲିଆ

ମୁମ୍ୱାଇ,୩୦ା୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର କାମେରନ ଗ୍ରୀନ ଚଳିତ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ କେବଳ ଜଣେ ବ୍ୟାଟର ଭାବେ ଖେଳିବେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ପକ୍ଷରୁ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

ରାଜସ୍ଥାନ-ଚେନ୍ନାଇ ମହାମୁକାବିଲା, ଟସ୍‌ ଜିତିଲା ରାଜସ୍ଥାନ

ଗୌହାଟି,୩୦।୩: ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ IPL 2026ର ସୋମବାର ଖେଳାଯାଉଥିବା ତୃତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଛି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri