ଆଇଏଇଏ ମହାନିର୍ଦ୍ଦେଶକ

ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ
ବିଶ୍ୱରେ ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ଉପଯୋଗ କରିବା ଉଦ୍ଦେଶ୍ୟରେ ୨୯ ଜୁଲାଇ, ୧୯୫୭ରେ ଗଠିତ ହୋଇଛି ଇଣ୍ଟରନ୍ୟାଶନାଲ ଆଟମିକ୍‌ ଏନର୍ଜି ଏଜେନ୍ସି (ଆଇଏଇଏ) ବା ଆନ୍ତର୍ଜାତିକ ପରମାଣୁ ଶକ୍ତି ସଂସ୍ଥା। ଯୁଦ୍ଧରେ ପରମାଣୁ ଶକ୍ତିର ଦୁରୁପଯୋଗ ରୋକିବା ଏହାର ମୁଖ୍ୟ ଲକ୍ଷ୍ୟ। ଏହାର ମୁଖ୍ୟାଳୟ ଭିଏନା, ଅଷ୍ଟ୍ରିଆରେ ରହିଛି। ନିକଟରେ ଆର୍ଜେଣ୍ଟିନାର ରାଫାଏଲ ମାରିଆନୋ ଗ୍ରୋସି ଆଇଏଇଏର ମହାନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଛନ୍ତି। ଆଇଏଇର ପୂର୍ବ ମହାନିର୍ଦ୍ଦେଶକ ଜାପାନର ୟୁକିଆ ଅମାନୋଙ୍କ ଜୁଲାଇରେ ଦେହାନ୍ତ ହେବା ପରେ ଏହି ପଦ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ରୋମାନିଆର କର୍ନେଲ ଫେରୁଟାଙ୍କୁ ପଛରେ ପକାଇ ଜିତିଛନ୍ତି ଗ୍ରୋସି। ଅକ୍ଟୋବର ୨୮ରେ ପ୍ରଥମ ଭୋଟିଂରେ ଆଇଏଇଏ ପରିଚାଳନା ପରିଷଦର ୩୫ ସଦସ୍ୟ ବିଶିଷ୍ଟ ରାଷ୍ଟ୍ରଙ୍କ ମଧ୍ୟରୁ କାହାକୁ ଦୁଇ ତୃତୀୟାଂଶ ଭୋଟ ମିଳି ନ ଥିଲା। କିନ୍ତୁ ତା’ପରଦିନ ଗ୍ରୋସିଙ୍କ ସପକ୍ଷରେ ରହିଲା ୨୪ ଖଣ୍ଡ ଭୋଟ ଓ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଫେରୁଟାଙ୍କୁ ମିଳିଥିଲା ୧୦ ଖଣ୍ଡ। ଏହି ଦିନଟି ଗ୍ରୋସିଙ୍କ ପାଇଁ ଏକ ସଫଳତାର ଦିନ। ୩୫ ବର୍ଷର କୂଟନୈତିକ କ୍ୟାରିୟର ଭିତରେ ଏହା ତାଙ୍କୁ ଅନେକ ଆନନ୍ଦ ଦେଇଛିି। ଜଣେ ଅଭିଜ୍ଞ ତଥା ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିଙ୍କଠାରୁ ପରମାଣୁ କାର୍ଯ୍ୟକ୍ରମ ଉପରେ ଏ ବିଶ୍ୱ ସାମ୍ପ୍ରତିକ ପରିସ୍ଥିତିରେ ଅନେକ କିଛି ଆଶା ରଖିବା ସ୍ବାଭାବିକ।
ଲାଟିନ ଆମେରିକାର ଦେଶରୁ ପ୍ରଥମେ ଆଇଏଇଏର ମାହାନିର୍ଦ୍ଦେଶକ ହେବାରେ ରାଫାଏଲ ଗ୍ରୋସି ହେଉଛନ୍ତି ପ୍ରଥମ। ଏଥିରୁ ବୁଝାପଡେ, ସେ ମଧ୍ୟ ଆମେରିକାର ସମର୍ଥନ ଲାଭ କରିଛନ୍ତି। ଆଇଏଇଏର ଷଷ୍ଠ ମହାନିର୍ଦ୍ଦେଶକ ଭାବେ ୧ ଜାନୁୟାରୀ, ୨୦୨୦ ପୂର୍ବରୁ ସେ ଦାୟିତ୍ୱ ନେବେ ଓ ୪ ବର୍ଷ ସେହି ପଦରେ ରହିବେ। ମୁଖ୍ୟତଃ ୨୦୧୫ ଚୁକ୍ତିନାମା ଅନୁଯାୟୀ ଇରାନ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଧୀରେଧୀରେ ଅଣଦେଖା କରୁଥିବା ସମୟରେ ଗ୍ରୋସିଙ୍କର ଏହି ସଫଳତା ଗୁରୁତ୍ୱ ବହନ କରେ। ଏହାବାଦ୍‌ ବିଶ୍ୱ ସମୁଦାୟକୁ ଖୋଲାଖୋଲି ଧମକ ଦେଉଥିବା ତଥା ପରମାଣୁ କାର୍ଯ୍ୟକ୍ରମ ଚାଲୁରଖିଥିବା ରାଷ୍ଟ୍ରଗୁଡିକ ଉପରେ ଜାତିସଂଘର ବିଭିନ୍ନ କାର୍ଯ୍ୟକ୍ରମକୁ କିଭଳି ଆଗକୁ ନେଉଛନ୍ତି ତାହା ଉପରେ ଏବେ ବିଶ୍ୱବାସୀଙ୍କର ନଜର।
ଜାତିସଂଘର ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ନିର୍ବାଚିତ ହେବା ପୂର୍ବରୁ ପ୍ରାୟ ଏକ ଦଶନ୍ଧି ଧରି ବରିଷ୍ଠ କୂଟନୀତିଜ୍ଞ ଗ୍ରୋସି ଅନ୍ତର୍ଜାତୀୟସ୍ତରରେ ବିଭିନ୍ନ କ୍ଷେତ୍ରରେ ସଫଳତାର ସହ ଦାୟିତ୍ୱ ତୁଲାଇଛନ୍ତି। ୨୦୧୩ରେ ଭିଏନାରେ ଜାତିସଂଘର ସ୍ଥାୟୀ ପ୍ରତିନିଧି ହୋଇଥିଲେ। ୧୯୯୯ ଏବଂ ୨୦୦୦ ମସିହାରେ ଜାତିସଂଘର କନ୍‌ଭେନ୍‌ଶନାଲ ଆର୍ମସ ଉପରେ ଗଠିତ ବିଶେଷଜ୍ଞ କମିଟିରେ ବି ଅଧ୍ୟକ୍ଷତା କରିଥିଲେ। ୨୦୦୦ରୁ ୨୦୦୭ ଯାଏ ସେ ଅଷ୍ଟ୍ରିଆ ରାଜଧାନୀ ଭିଏନାସ୍ଥିତ ଆଇଏଇଏ ମୁଖ୍ୟାଳୟ ଓ ନେଦରଲାଣ୍ଡ ସ୍ଥିତ ହେଗ୍‌ରେ ଥିବା ଜାତିସଂଘର ରାସାୟନିକ ଅସ୍ତ୍ରନିରୋଧୀ ସଂଗଠନ (ଓପିସିଡବ୍ଲ୍ୟୁ)ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ବେଶ୍‌ ଜଣାଶୁଣା। ବେଲ୍‌ଜିୟମ୍‌ରେ ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ପାଇବା ପୂର୍ବରୁ ଗ୍ରୋସି ଆର୍ଜେଣ୍ଟିନା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖ୍ୟ ରାଜନୈତିକ ସଂଯୋଜକ ଭାବେ ୨୦୦୭ରୁ ୨୦୧୦ ଯାଏ କାର୍ଯ୍ୟ କରିଛନ୍ତି। ବେଲଜିୟମ୍‌ରେ ରାଷ୍ଟଦୂତ ଥିବା ସମୟରେ ସେ ମଧ୍ୟ ଜେନେଭାସ୍ଥିତ ଜାତିସଂଘ କାର୍ଯ୍ୟାଳୟରେ ଆର୍ଜେଣ୍ଟିନାର ପ୍ରତିନିଧି ରହିଥିଲେ। ୨୦୧୦ରେ ତିନିବର୍ଷ ପାଇଁ ଆଇଏଇଏର ଉପ-ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିତ୍ଲେ। ୨୦୧୩ଠାରୁ ସେ ଅଷ୍ଟ୍ରିଆ, ସ୍ଲୋଭାକିଆ ଏବଂ ସ୍ଲୋଭେନିଆରେ ଆର୍ଜେଣ୍ଟିନାର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିବା ସହ ଜେନେଭାସ୍ଥିତ ଆନ୍ତର୍ଜାତିକ ସଂଗଠନଗୁଡିକରେ ବି ସ୍ଥାୟୀ ପ୍ରତିନିଧି ରହିଥିଲେ। ୨୦୧୪ରୁ ୨୦୧୬ ମଧ୍ୟରେ ଗ୍ରୋସି ଆଣବିକ ଯୋଗାଣକାରୀ ଗୋଷ୍ଠୀ (ଯାହା ଏକ ବହୁରାଷ୍ଟ୍ରୀୟ ରପତ୍ାନି ନିୟନ୍ତ୍ରଣ ବ୍ୟବସ୍ଥା)ର ଅଧ୍ୟକ୍ଷ ରହିଥିଲେ। ପରମାଣୁ ସୁରକ୍ଷା ସମ୍ପର୍କିତ ସମ୍ମିଳନୀରେ ଅଧ୍ୟକ୍ଷତା କରିବା ସହ ଓପିସିଡବ୍ଲ୍ୟୁର ଉପମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ ମଧ୍ୟ କରିଥିତ୍ଲେ।
ଗ୍ରୋସିଙ୍କୁ ବର୍ତ୍ତମାନ ବୟସ ୫୮। ୧୯୬୧ରେ ଆର୍ଜେଣ୍ଟିନାର ବୁଏନ୍ସ ଏରିସ୍‌ରେ ତାଙ୍କର ଜନ୍ମ। ୧୯୮୩ରେ ଆର୍ଜେଣ୍ଟିନାର ପୋଣ୍ଟିଫିକଲ କ୍ୟାଥଲିକ ବିଶ୍ୱଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରିବା ପରେ ୧୯୮୫ରେ ଆର୍ଜେଣ୍ଟିନା ବୈଦେଶିକ ସେବାରେ ଯୋଗଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ତାଙ୍କ ସଫଳତାର ଯାତ୍ରା। ବିଦେଶ ସେବାରେ ରହି ବି ସେ ୧୯୯୭ରେ ଜେନେଭା ବିଶ୍ୱବିଦ୍ୟାଳୟରୁ ଇଣ୍ଟରନ୍ୟାଶନାଲ ରିଲେଶନ, ହିଷ୍ଟ୍ରୀ ଓ ଇଣ୍ଟରନ୍ୟାଶନାଲ ପଲିଟିକ୍ସରେ ସ୍ନାତକୋତ୍ତର ସହ ପିଏଚ୍‌.ଡି. ହାସଲ କରିଛନ୍ତି। ୨୦୨୦ ଏପ୍ରିଲ୍‌ରୁ ମେ’ ଯାଏ ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ପରମାଣୁ ନିରସ୍ତ୍ରୀକରଣ ଚୁକ୍ତିରେ ସ୍ବାକ୍ଷର କରିଥିବା ରାଷ୍ଟ୍ରଗୁଡିକର ସମୀକ୍ଷା ବୈଠକରେ ଗ୍ରୋସି ଅଧ୍ୟକ୍ଷତା କରିବେ। ଆଣବିକ ଅପ୍ରସାର ତଥା ନିରସ୍ତ୍ରୀକରଣ ସମ୍ପର୍କରେ ଗ୍ରୋସିଙ୍କ ଦୀର୍ଘ ଅନୁଭବ ବିଶ୍ୱ ଆଣବିକ ପ୍ରତିଯୋଗିତାରେ ଭଟ୍ଟା ପକାଇବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri