ଅସହାୟଙ୍କ ଦୁଃଖ ବୁଝିଲେ ଜିଲାପାଳ

ଅନୁଗୋଳ ଅଫିସ, ୧୪।୪
କରୋନା କଟକଣା ପାଇଁ ସୋମବାର ଓଡ଼ିଆ ନବବର୍ଷ ସାଙ୍ଗକୁ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଫିକା ପଡ଼ିଯାଇଛି। ଓଡ଼ିଆ ଘରର ଏହି ବଡ଼ ପର୍ବରେ କାଳେ କେହି ଅମାନିଆ କଟକଣାକୁ ବେଖାତିର କରି ଦେବାଳୟକୁ ଚାଲିଆସିବେ ତାହାକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହ ସହରରେ ରହୁଥିବା ଅସହାୟ ଲୋକଙ୍କୁ ଭେଟି ମିଳୁଥିବା ସେବା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ପୌରପାଳିକା ଓ ସହରର ବିଭିନ୍ନ ସ୍ଥାନ ବୁଲି ଲକ୍‌ଡାଉନ୍‌ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସେହିପରି ଜିଲାପାଳ ମହାନ୍ତି ବରିଷ୍ଠ ଅଧିକାରୀଙ୍କ ସହ ତାଳଚେରସ୍ଥିତ ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ ମେଡିକାଲର କୋଭିଡ -୧୯ ହସ୍ପିଟାଲ ପରିଦର୍ଶନ କରିଥିଲେ। ଅନୁଗୋଳ ସିଡିଏମ୍‌ଓ (ମେଡିକାଲ) ପ୍ରତାପ ବେହେରା, ସେଣ୍ଟ୍ରାଲ ହସ୍ପିଟାଲର ପରିଚାଳନା ମୁଖ୍ୟ ମନୋଜ କୁମାର ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହାକୁ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତା ଶିବରାମଙ୍କ ଘର ଉପରେ ଆକ୍ରମଣ, ୮ ଗିରଫ

ମୋହନା,୪।୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବରାମ ସୁଆରଙ୍କ ଘର ଉପରେ ସୋମବାର ସନ୍ଧ୍ୟାରେ ଆକ୍ରମଣ…

ବିଦ୍ୟାଳୟରେ ଜଣ୍ଡିସ ବ୍ୟାପିବା ଘଟଣା: ନିଲମ୍ବିତ ହେଲେ ଅଧ୍ୟକ୍ଷା

ଖୋର୍ଦ୍ଧା , ୪।୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ପିଏମ୍‌ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ଦୂଷିତ ପାଣି ବ୍ୟବହାର କରି ଜଣ୍ଡିସ ଆକ୍ରାନ୍ତ ଘଟଣାରେ ପ୍ରିନ୍ସିପଲ ଡ. କବିତା କର…

ବସ୍ତାରେ ଗୋମାଂସ ଆଣୁଥିବା ସମୟରେ ମାଡ଼ିବସିଲା ପୋଲିସ

ମୋରଡ଼ା/ରାସଗୋବିନ୍ଦପୁର,୪ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ଗୋ ମାଂସ ଚାଲାଣ ଅଭିଯୋଗରେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ପୋଲିସ ମଙ୍ଗଳବାର ୨ଜଣଙ୍କୁ ଥାନାରେ ଅଟକ ରଖି ପଚାରାଉଚୁରା କରୁଛି। ଏନେଇ ଥାନାରେ…

ଫୁଲକୋବି ଗାଡିରେ ଚାଲାଣ ହେଉଥିଲା ଗଞ୍ଜେଇ, ମାଡିବସିଲା ଏନସିବି, ଘଟଣାସ୍ଥଳରୁ…

ଉଦଳା,୪।୨(ସନ୍ତୋଷ କୁମାର ବାଚ୍ଛିନୀ): ଗଞ୍ଜେଇ ଚାଲାଣର ନୂଆ ତରିକା। କୋବିର ଚାହିଦା ସମୟରେ କୋବିକୁ ଢାଲ କରି ହେଉଥିଲା ଗଞ୍ଜେଇ ଚାଲାଣ। ଆଉ ଗଞ୍ଜେଇ ଗାଡିକୁ ସୁରକ୍ଷା…

୪ ଜିଲା ଦାୟିତ୍ୱରେ ରହିବେ ଏମାନେ, ନାଁ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୪।୨: ୪ ସାଂଗଠନିକ ଜିଲା ପାଇଁ ବିଜେଡି କର୍ମକର୍ତ୍ତାଙ୍କ ନାମ ଘୋଷଣା। ଏନେଇ ମଙ୍ଗଳବାର ପ୍ରେସ ରିଲିଜ ପ୍ରକାଶ ପାଇଛି। ବ୍ୟୋମକେଶ ରାୟଙ୍କୁ ଭଦ୍ରକ ଜିଲା ସଭାପତି…

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,୪।୨: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶ୍ବେତଗଙ୍ଗାରେ ପିଣ୍ଡଦାନ ପରେ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି। ତାଙ୍କ ସହିତ ରାଜ୍ୟପାଳ,…

ରେଳ ଟ୍ରାକ୍‌ ମରାମତି କାମ କରୁଥିଲେ ଶ୍ରମିକ, ହଠାତ୍‌ ମାଡିଆସିଲା ଏକ୍ସପ୍ରେସ ଟ୍ରେନ୍‌, ଆଉ ତା’ ପରେ…

ଲୋଇସିଂହା,୪।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡା ବସ୍ତି ରେଳ ଫାଟକ ନିକଟରେ ଦୁଇଦିନ ତଳେ ରେଳ ଟ୍ରାକ୍‌ ମରାମତି କାମ ଚାଲିଥିବାବେଳେ ଏକ…

ମାଟିର ଗରିମା ବଢ଼ାଇଛି ନାରୀ ନେତୃତ୍ୱ

ବାଲେଶ୍ୱର/ରେମୁଣା,୪।୨ (ବାଞ୍ଛାନିଧି ଦେ/ରବୀନ୍ଦ୍ର ମହାକୁଡ଼): ସାହିତ୍ୟ ଓ ସଂଗ୍ରାମ ପାଇଁ ବାଲେଶ୍ୱର ଓ ଭଦ୍ରକ ମାଟି ସୁପ୍ରସିଦ୍ଧ। ଅନେକ ବରପୁତ୍ରଙ୍କୁ ଜନ୍ମଦେଇ ଏ ମାଟି ଭାରତମାତାର ମୁଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri