ଅସହଯୋଗରୁ ଅସହାୟ ଚାଷୀ

ରାସୋଳ, ୨୦।୨(ଡି.ଏନ.ଏ.) – ଓଡ଼ିଶାର ଅର୍ଥନୀତି କୃଷି ଭିତ୍ତିକ। ଏ କଥାକୁ ଭଲଭାବେ ହୃଦୟଙ୍ଗମ କରିଛନ୍ତି ରାଜ୍ୟ ସରକାର। ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ଚଳିତ ବଜେଟରେ। ଚାଷୀଙ୍କୁ ହାତପାହାନ୍ତାରେ ସାର, ଔଷଧ, କୀଟନାଶକ, ଯନ୍ତ୍ରପାତି, ବୈଷୟିକ ଜ୍ଞାନକୌଶଳ ଯୋଗାଇଦେବାକୁ ସର୍ବଦା ଗୁରୁତ୍ୱ ଦିଆଯାଉଥିବା କୁହାଯାଉଛି। ହେଲେ କୃଷି ବିଭାଗର ଉଦାସୀନତା ଏବଂ ବିଭାଗୀୟ ଅଧିକାରୀଙ୍କ ଅସହଯୋଗରୁ ଅନେକ ସମୟରେ ଗ୍ରାମାଞ୍ଚଳର ଚାଷୀ ଅସହାୟ ହୋଇପଡୁଛନ୍ତି। ଇଚ୍ଛା ଥିଲେ ବି ସେମାନଙ୍କ ମନୋବଳ ଭାଙ୍ଗିଯାଉଛି। ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଅଧୀନ ନବକିଶୋରପୁର, ଗଣ୍ଡାନାଳୀ, ଖଲିବୋରେଇ ପଞ୍ଚାୟତର ଶତାଧିକ ଚାଷୀ ଏପରି ଅଭିଯୋଗ ଆଣି ରୋଷ ଝାଡ଼ିଛନ୍ତି କୃଷି ବିଭାଗ ଉପରେ।
ଚାଷୀଙ୍କ କହିବା କଥା, ଅଞ୍ଚଳର ଅଧିକାଂଶ ପରିବାର କୃଷି ଉପରେ ନିର୍ଭରଶୀଳ। ଏଠାକାର ଚାଷୀ ବର୍ଷସାରା ବାଇଗଣ, କୋବି, ପୋଟଳ, କଖାରୁ, ଆଳୁ, କଲରା, ଭେଣ୍ଡି, କାକୁଡ଼ି ଚାଷ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ଏଠାରୁ ଉତ୍ପାଦିତ ପରିବା ଭାପୁର ରାସୋଳ, ହିନ୍ଦୋଳ, ଖଜୁରିଆକଟା, ତାଳଚେର, ଅନୁଗୋଳକୁ ବିକ୍ରି ଲାଗି ପଠାଯାଇଥାଏ। ହେଲେ ଶୀତଳ ଭଣ୍ଡାର ସୁବିଧା ନ ଥିବାରୁ ଅଧିକ ଦିନ ପରିବା ସଂରକ୍ଷଣ କରି ରଖି ହେଉନାହିଁ। ଚାଷୀମାନେ ନିଜସ୍ବ ଉଦ୍ୟମରେ ଚାଷ କରିବାକୁ ଆଗ୍ରହୀ ଥିବାବେଳେ କୃଷି ବିଭାଗ ପକ୍ଷରୁ କୌଣସି ସହଯୋଗ ମିଳୁନାହିଁ। ବର୍ଷସାରା କୌଣସି ଅଧିକାରୀ ପାଖ ମାଡୁନାହାନ୍ତି। ଫନୀ ବାତ୍ୟା ବେଳେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ କରାଇଦେବାକୁ କହି ଉଦ୍ୟାନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ବିଚିତ୍ରାନନ୍ଦ ସାହୁ ଫଟୋ ଉଠାଇଥିଲେ। ଏଥିଲାଗି ସେ ୫୦୦ରୁ ୧୦୦୦ ଟଙ୍କା ଆଦାୟ କରିଥିବା ନବକିଶୋରପୁର ପଞ୍ଚାୟତ ଅଧୀନ ଖଇରାବାହାଳି ଗ୍ରାମର ଚାଷୀ ପ୍ରଦୀପ ମହାନ୍ତି, ବିଷ୍ଣୁ ଖଟୁଆ, ହେମନ୍ତ ରାଉତ, କୀର୍ତ୍ତନ ସାମଲ, ଅଭିରାମ ରାଉତ ପ୍ରମୁଖ ଅଭିଯୋଗ କରିଛନ୍ତି। ବ୍ଲକ କୃଷି ବିଭାଗଠାରୁ ଆରମ୍ଭ କରି ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ସମ୍ପୃକ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି।
ଏ ନେଇ ବିଚିତ୍ରାନନ୍ଦ ନିଜ ପ୍ରତିକ୍ରିୟାରେ କୁହନ୍ତି, ବାତ୍ୟାରେ ଅଞ୍ଚଳର ଜଣେ ମାତ୍ର ଚାଷୀଙ୍କ ଫସଲ କ୍ଷତି ହୋଇଥିଲା। ତାଙ୍କୁ କ୍ଷତିପୂରଣ ଦିଆଯାଇଛି। ଯେହେତୁ ଅନ୍ୟମାନଙ୍କ ଫସଲ କ୍ଷତି ହୋଇ ନ ଥିଲା ତେଣୁ ସେମାନେ କ୍ଷତିପୂରଣ ପାଇବାକୁ ଯୋଗ୍ୟ ବିବେଚିତ ହୋଇନାହାନ୍ତି। ସମ୍ପୃକ୍ତ ଚାଷୀମାନେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ନାମରେ ଅଭିଯୋଗ କରିଥିବା ସେ କହିଛନ୍ତି। ଏ ନେଇ ଅତିରିକ୍ତ ଉଦ୍ୟାନ କୃଷି ବିଭାଗ ଅଧିକାରୀ ଜଗତେଶ୍ୱର ବେହେରା କୁହନ୍ତି, ବାତ୍ୟା କ୍ଷତିପୂରଣ ଦାବି କରିଥିବା ଚାଷୀଙ୍କ ନାମ ଉପରିସ୍ଥ ବିଭାଗକୁ ପଠାଯାଇଛି। ସେଠାରୁ ଯେଉଁ ନିର୍ଦ୍ଦେଶ ଆସିବ ତଦନୁଯାୟୀ କାର୍ଯ୍ୟକାରୀ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ଦୁଇ ଅଧିକାରୀଙ୍କ ମତରେ ତାଳମେଳ ନ ଥିବାରୁ କିଏ ସତ କହୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଉପଜିଲାପାଳ ଉଦୟ କୁମାର ମହାପାତ୍ର କୁହନ୍ତି, ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

ପୂର୍ବ ଶତୃତାରୁ ଛୁରାମାଡ଼, ଯୁବକ ଗୁରୁତର

ଭୁବନ ୧୪।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ରୋଡଙ୍ଗ ଗ୍ରାମର କୈଳାଶ ମଳିକଙ୍କ ପୁଅ ଚନ୍ଦନ ଭଳି (୧୯)ଙ୍କୁ ଶୁକ୍ରବାର ସନ୍ଧ୍ୟାରେ କେତେଜଣ…

ଜଙ୍ଗଲକୁ କାଠ ସଂଗ୍ରହ ଯାଇଥିବାବେଳେ ଆକ୍ରମଣ କଲା ଦନ୍ତା: ୩ ମୃତ, ୩ ଗୁରୁତର

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ବଡ଼ ଅଘଟଣ ଘଟିଛି । ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ଜିଲାସ୍ତରୀୟ ପ୍ରେରଣା ଉତ୍ସବ, ସରାଙ୍ଗ ନବୋଦୟ ବିଦ୍ୟାଳୟ…

ପରଜଙ୍ଗ,୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ସୋମବାର ଜିଲାସ୍ତରୀୟ ପ୍ରେରଣା ଉତ୍ସବ ପାଳିତ ହୋଇଯାଇଛି ।…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ହନୁ ମାଙ୍କଡ଼ ଉପଦ୍ରବରେ ଆତଙ୍କିତ ଅଞ୍ଚଳବାସୀ, କାବୁ କରିବାରେ ବନ କର୍ମଚାରୀ ବିଫଳ

ପରଜଙ୍ଗ,୮।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ନୂଆସାହି ଏବଂ ଆଖପାଖ ଅଞ୍ଚଳ କଟାବାହାଳ, ମେଣ୍ଢାପଦା, ଖଳିବାହାଳ, ମାଧପୁର ଗ୍ରାମବାସୀ ମାଙ୍କଡ ଆତଙ୍କରେ ଆତଙ୍କିତ…

ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଗଳାବାଟ ଖୋଜୁଥିବା ବେଳେ ନିରୀହ ପଡୁଛନ୍ତି ବଳି

ପରଜଙ୍ଗ,୫।୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ କୁଆଳୋ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ କୁଆଳୋ ମୌଜାରେ ଦୁଇ କିସମ ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ ନେଇ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri