Posted inଜାତୀୟ

ଅସଦାଚରଣରୁ ସୁରକ୍ଷା ପାଇଁ ଛାତ୍ରୀଛାତ୍ର ସପ୍ତାହରେ ୩ଦିନ ଅଲଗା ଅଲଗା ଯିବେ ସ୍କୁଲ

ମାଲଦା,୩।୭: ଛାତ୍ରୀଙ୍କ ଉପରେ ହେଉଥିବା ଅସଦାଚରଣ ଘଟଣା କମ୍‌ କରାଇବା ପାଇଁ କୋଲକତାର ଏକ ସରକାରୀ ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଭିନ୍ନ ଭିନ୍ନ ଦିିନ ସ୍କୁଲ ଆସିବା ଲାଗି ନିୟମ ଜାରି ହୋଇଛି। ସପ୍ତାହରେ ଛାତ୍ରୀମାନେ ୩ ଦିନ ଏବଂ ଛାତ୍ରମାନେ ୩ ଦିନ ସ୍କୁଲ ଆସିବେ ବୋଲି ମାଲଦା ସଦର ଅଞ୍ଚଳରେ ଥିବା ହବିବ୍‌ପୁରସ୍ଥିତ ଗିରିଜା ସୁନ୍ଦରୀ ବିଦ୍ୟା ମନ୍ଦିରର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଛାତ୍ରୀଙ୍କ ଉପରେ ଅସଦାଚରଣ ହେଉଥିବା ଅଭିଯୋଗ ଆସିବା ପରେ ସ୍କୁଲ ପକ୍ଷରୁ ଏଭଳି ପଦକ୍ଷେପ ନିଆ ଯାଇଥିବା ପ୍ରଧାନ ଶିକ୍ଷକ ରବୀନ୍ଦ୍ରନାଥ ପାଣ୍ଡେ ସୂଚନା ଦେଇଛନ୍ତି। ଛାତ୍ରୀମାନେ ସପ୍ତାହରେ ସୋମବାର, ବୁଧବାର ଏବଂ ଶୁକ୍ରବାର ସ୍କୁଲକୁ ଆସିବେ ବୋଲି ଅଭିଭାବକଙ୍କୁ ସୂଚନା ଦିଆଯାଇଛି। ସେହିପରି ଛାତ୍ରମାନେ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ପାଠ ପଢ଼ିବାକୁ ଆସିବା ଲାଗି ସ୍କୁଲ ପକ୍ଷରୁ କୁହାଯାଇଛି। ଏସମ୍ପର୍କରେ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ପ୍ରକାଶ ପାଇବା ପରେ ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶହ ଶହ କାଉଙ୍କ ମଡ଼କ, ବାର୍ଡ ଫ୍ଲୁ ଆତଙ୍କ

ଚେନ୍ନାଇ,୬।୨: ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଶହ ଶହ କାଉଙ୍କ ମୃତ୍ୟୁକୁ ନେଇ ସତର୍କ ସୂଚନା ଜାରି କରାଯାଇଛି। ପରୀକ୍ଷାଗାରରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଏହି ପକ୍ଷୀମାନଙ୍କ ମୃତ୍ୟୁ…

ଆଉ ରହିବ ନାହିଁ ଘର ଭଡ଼ା ଟେନସନ: ଭଡ଼ାରେ ଘର ଦେବେ ସରକାର

ଭୁବନେଶ୍ୱର,୬।୨: ଗରିବ ଲୋକଙ୍କ ପାଇଁ ନୂଆ ନୂଆ ଯୋଜନା ଆଣୁଛନ୍ତି ମୋହନ ସରକାର। ଏଣିକି ସହରାଞ୍ଚଳରେ ଆଉ ରହିବ ନାହିଁ ଘର ଭଡ଼ା ଟେନସନ। ଏଣିକି ସହରୀ…

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର: ବଢିଲା ଟଙ୍କା ଫେରସ୍ତ ପ୍ରକ୍ରିୟା ଅବଧି

ଭୁବନେଶ୍ୱର,୬।୨: ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର। ପୁଣି ଟଙ୍କା ଫେରସ୍ତ ପାଇଁ ସମୟ ଦେଲେ ରାଜ୍ୟ ସରକାର। ଫଳରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଟଙ୍କା…

ବରଗଡରେ ଚାଞ୍ଚଲ୍ୟ: ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି, ଚାଲିଗଲା ୨ ଯୁବକଙ୍କ ଜୀବନ

ବରଗଡ,୬।୨(ପ୍ରେମାନନ୍ଦ ଖମାରୀ):ବରଗଡ ହାଟପଦା ସାଇ ମନ୍ଦିର ପାଖରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ଜଣଙ୍କ ଜୀବନ ଯାଇଛି। ମୃତକମାନେ ହେଲେ, ସ୍ଥାନୀୟ କଲେଜ ରୋଡ ବାସିନ୍ଦା ପ୍ରଦୀପ…

ପଞ୍ଜାବରେ ପୁଣି ରାଜନୈତିକ ହତ୍ୟାକାଣ୍ଡ: ଆପ୍ ନେତା ଲକି ଓବରାଏଙ୍କୁ କାର ଭିତରେ ଗୁଳି କରି ହତ୍ୟା

ନୂଆଦିଲ୍ଲୀ,୬।୨: ପଞ୍ଜାବର ଜଲନ୍ଧରରେ ଏକ ଅଭାବନୀୟ ଘଟଣା ଘଟିଛି। ଆମ ଆଦମୀ ପାର୍ଟି (ଆପ୍)ର ଜଣେ ପ୍ରମୁଖ ନେତା ଲକି ଓବରାଏଙ୍କୁ ଦିନଦ୍ୱିପ୍ରହରରେ ଗୁଳି କରି ହତ୍ୟା…

ଶିକ୍ଷା ବ୍ୟବସ୍ଥା ପ୍ରଶ୍ନକୁ ଏଡାଇ ଚାଲିଗଲେ ଜିଲାପାଳ: ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ

ଥୁଆମୂଳ ରାମପୁର, ୬ା୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ପକ୍ଷରୁ ନୀତି ଆୟୋଗଙ୍କ ‘ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ’ (Aspirational Blocks Programme) ଅଧୀନରେ…

ଦାରିଙ୍ଗବାଡି ଜଙ୍ଗଲରେ କୁଢ଼ କୁଢ଼ ଅଳିଆ: ନାକ ଟେକୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି, ୬।୨(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିର ପରିବେଶ ଏବେ ଦିନକୁ ଦିନ ଏବେ ବାୟୁ ପ୍ରଦ୍ୟୁଷଣ ସହ ଦୂଷିତ ପରିବେଶ ଦିଗକୁ ଗତି…

ତେଲର ମୂଲ୍ୟ ନିର୍ଣ୍ଣୟ କରିବ ଆମେରିକା! ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ଦାବି-“ଆମେ ବିଶ୍ୱର 68%…

ନୂଆଦିଲ୍ଲୀ,୬ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ତୈଳ ବଜାରକୁ ନେଇ ଏକ ଚକିତ କଲା ଭଳି ଦାବି କରିଛନ୍ତି। ୱାଶିଂଟନରେ ଆୟୋଜିତ ୭୪ତମ ‘ନ୍ୟାସନାଲ ପ୍ରେୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri