ଅର୍ଥନୀତିକୁ ନେଇ ଚିନ୍ତା ପ୍ରକଟକଲେ ମନମୋହନ

ନୂଆଦିଲ୍ଲୀ,୧୯-୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। ଦେଶର ବିକାଶ ହାର ୧୫ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିବା ନେଇ ସେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଦେଶର ବେକାରୀ ହାର ୪୫ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ଗ୍ରାମାଞ୍ଚଳର ଚାହିଦା ୪ ଦଶକର ସର୍ବନିମ୍ନ ରହିଛି। ଏହାବାଦ ବ୍ୟାଙ୍କଗୁଡିକରେ ଅନାଦାୟ ଋଣ(ଏନ୍‌ପିଏ) ରେକର୍ଡ ସ୍ତର ଛୁଇଁଛି। ବିଦ୍ୟୁତ ଚାହିଦା ୧୫ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ଏଭଳି ବିଭିନ୍ନ ବିଷୟକୁ ପର୍ଯ୍ୟାଲୋଚନା କଲେ ଦେଶର ଅର୍ଥ ବ୍ୟବସ୍ଥା ଏକ ଜଟିଳ ସ୍ଥିତି ଦେଇ ଗତି କରୁଥିବା ସେ ମତ ରଖିଛନ୍ତି। ଏକ ଜାତୀୟ ମୁଦ୍ରିତ ଗଣମାଧ୍ୟମର ଲେଖାରେ ସେ ଏହି ପ୍ରସଙ୍ଗକୁ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ବିରୋଧୀ ଦଳରେ ଜଣେ ନେତା ଭାବେ ଏହା କହି ନାହାନ୍ତି। ବରଂ ଅର୍ଥ ବ୍ୟବସ୍ଥାର ଗମ୍ଭୀର ସ୍ଥିତିକୁ ଦେଖି ଏହାକୁ ଏଭଳି ମନ୍ତବ୍ୟ ଦେଇଛନ୍ତି। ସଂସଦ ଅଧିବେଶନର ପ୍ରଥମ ଦିନରେ ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଦେଶର ଅର୍ଥ ବ୍ୟବସ୍ଥା ଏବେ ଠିକ୍‌ ଦିଗରେ ଚାଲିଛି। ଜି-୨୦ ଦେଶଗୁଡିକର ବିକାଶ ହାରକୁ ଦେଖିଲେ ଭାରତର ସ୍ଥିତି ଉନ୍ନତ ରହିଛି। ଏହି ସମୟରେ ଭାରତ ୭.୫% ହାରରେ ଅଭିବୃଦ୍ଧି ହାସଲ କରୁଥିବା ସେ କହିଛନ୍ତି। ଏଭଳି ସ୍ଥିତିରେ ମନମୋହନଙ୍କ ମନ୍ତବ୍ୟ ଆସିଥିବା ଜଣାପଡିଛି।
ମନମୋହନ ତାଙ୍କ ଲେଖାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ଦେଶର ପ୍ରମୁଖ ସଂସ୍ଥା ଏବଂ ସରକାରଙ୍କ ପ୍ରତି ଲୋକଙ୍କର ବିଶ୍ୱାସ କମ୍‌ ହୋଇଛି। ମାନ୍ଦାବସ୍ଥା ଲାଗି ଏହା ମଧ୍ୟ ଗୋଟିଏ କାରଣ। କୌଣସି ଦେଶର ଅର୍ଥ ବ୍ୟବସ୍ଥା ସେହି ଦେଶର ସାମାଜିକ ସ୍ଥିତିକୁ ଦର୍ଶାଇଥାଏ। କୌଣସି ଦେଶର ଲୋକ ଉକ୍ତ ଦେଶର ବିଭିନ୍ନ ସରକାରୀ ସଂସ୍ଥା ଉପରେ କିଭଳି ଭରସା କରୁଛନ୍ତି ତାହା ମଧ୍ୟ ଅର୍ଥ ବ୍ୟବସ୍ଥା ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରୀ ସଂସ୍ଥାଗୁଡିକ ପ୍ରତି ଲୋକଙ୍କର ଏହି ସମ୍ପର୍କ ଯେତେ ମଜଭୁତ ହେବ ଅର୍ଥ ବ୍ୟବସ୍ଥାର ମୂଳ ସେତିକି ଦୃଢ ହେବ ବୋଲି ବୋଲି ମନମୋହନ ମତ ଦେଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଦେଶର ବଡ ବଡ ଉଦ୍ୟୋଗପତି ଏକ ଆଶଙ୍କା ସ୍ଥିତିରେ ରହିଛନ୍ତି। ସରକାରୀ ବ୍ୟବସ୍ଥାକୁ ନେଇ ସେମାନଙ୍କ ମଧ୍ୟରେ ଡର ସୃଷ୍ଟି ହୋଇଛି। ଆଶଙ୍କାସ୍ଥିତିକୁ ବ୍ୟାଙ୍କର ଋଣ ଦେବାକୁ ସଙ୍କୋଚ କରୁଛନ୍ତି। ଶିଳ୍ପପତିମାନେ ନୂଆ ଉଦ୍ୟୋଗ ଏବଂ ପ୍ଲାଣ୍ଟ ସ୍ଥାପନା କରିବାକୁ ଡରୁଛନ୍ତି। ଟେକ୍ନୋଲୋଜି ଷ୍ଟାର୍ଟଅପଗୁଡିକୁ ନଜରରେ ରଖାଯାଉଥିବାରୁ ସେମାନଙ୍କ ମଧ୍ୟରେ ମଧ୍ୟ ଡରଭାବ ଉତ୍ପର୍ନ ହୋଇଛି। ଏହାବାଦ ବଡବଡ ସରକାରୀ ସଂସ୍ଥାର ଅଧିକାରୀମାନେ ସତ କହିବାକୁ ମଧ୍ୟ ଡରୁଛନ୍ତି। ଅର୍ଥ ବ୍ୟବସ୍ଥା ଏକ ଗାଡି ହେଲେ ଏମାନେ ସବୁ ଚକ ସଦୃଶ କାମ କରିବା କଥା ମାତ୍ର ଡର ସ୍ଥିତି ଲାଗି ରହିଥିବାରୁ ବିକାଶର ଗାଡି ଧୀର ହୋଇଥିବା ମନମୋହନ ଉଦବେଗ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri