Posted inଖେଳ

ଅର୍ଡର ଅଫ୍‌ ଅଷ୍ଟ୍ରେଲିଆରେ କ୍ଲାର୍କ ଅଫିସର ନିଯୁକ୍ତ

ସିଡ୍‌ନୀ, ୮।୬(ପି.ଟି.): ଅଷ୍ଟ୍ରେଲିଆର ବିଶ୍ୱକପ୍‌ ବିଜୟୀ ଅଧନାୟକ ମାଇକେଲ କ୍ଲାର୍କଙ୍କୁ ଏକ ନୂଆ ତଥା ବଡ ଦାୟିତ୍ୱ ଦିଆଯିବା ସହ ସମ୍ମାନିତ କରାଯାଇଛି। ତାଙ୍କୁ ଅର୍ଡର ଅଫ୍‌ ଅଷ୍ଟ୍ରେଲିଆରେ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ପୂର୍ବତନ ଅଧିନାୟକ ଆଲାନ ବର୍ଡର, ଷ୍ଟିଭ୍‌ ଓ୍ବ, ରିକି ପଣ୍ଟିଂ, ମାର୍କ ଟେଲର ଓ ବବ୍‌ ଥମ୍ପସନଙ୍କୁ ମଧ୍ୟ ଏହି ପଦରେ ନିଯୁକ୍ତ କରାଯାଇଥିଲା। ଫଳରେ ଏହି ପୂର୍ବତନ ଦୁଇ ଅଧିନାୟକଙ୍କ ସହ କ୍ଲାର୍କ ଜାତୀୟ ତଥା ରାଷ୍ଟ୍ରୀୟ ମାନ୍ୟତା ହାସଲ କରିଛନ୍ତି। କ୍ଲାର୍କଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଘରୋଇ ପରିବେଶରେ ୨୦୧୫ ଦିନିକିଆ ବିଶ୍ୱକପ୍‌ରେ ଟାଇଟଲ ହାସଲ କରିଥିଲା। ତାଙ୍କୁ ଅର୍ଡର ଅଫ୍‌ ଅଷ୍ଟ୍ରେଲିଆର ଜେନେରାଲ ଡିଭିଜନ୍‌ରେ ଆନ ଅଫିସର (ଏଓ) ଭାବେ ନିଯୁକ୍ତି ଦିଆଯାଇଛି। କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ମେଧାବୀ ସେବା କ୍ଲାର୍କଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।
ଏହି ଖବର ମିଳିବା ପରେ କ୍ଲାର୍କ ଏହାକୁ ବିଶ୍ୱାସ କରିପାରି ନ ଥିଲେ। ଏପ୍ରିଲ ଫୁଲ୍‌ ଭଳି ତାଙ୍କୁ ଜୁନ୍‌ରେ ବୋକା ବନାଇବାକୁ ଚେଷ୍ଟା କରାଯାଇଛି ବୋଲି ସେ ଭାବିଥିଲେ। ଏଥିରେ ଆଶ୍ଚର୍ଯ୍ୟ ହୋଇଥିଲି ଓ ଶେଷରେ ସମ୍ମାନ ବୋଧ କରିଥିଲି। କ୍ରିକେଟରେ କ୍ଲାର୍କଙ୍କ ଅସାଧାରଣ ଅବଦାନ ରହିଛି। ଜଣେ ଖେଳାଳି ଓ ଅଧିନାୟକ ଭାବେ ସେ ଅଷ୍ଟ୍ରେଲିଆ କ୍ରିକେଟ ଦଳ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲେ। ୨୦୧୫ ବିଶ୍ୱକପ୍‌ ପରେ ୩୯ ବର୍ଷୀୟ କ୍ଲାର୍କ କ୍ରିକେଟରୁ ଅବସର ନେଇଥିଲେ। ସେ ୧୧୫ ଟେଷ୍ଟ, ୧୪୫ ଦିନିକିଆ ଓ ୩୪ଟି ଟି୨୦ ଖେଳି ଯଥାକ୍ରମେ ୮୬୪୩, ୭୯୮୧ ଓ ୪୮୮ ରନ ସଂଗ୍ରହ କରିଥିଲେ।
ଅଷ୍ଟ୍ରେଲିଆରେ କ୍ରିକେଟ ସଂସ୍କୃତିରେ ପରିଣତ ହୋଇଛି। ଏହା ଆମ ରକ୍ତରେ ମିଶିକରି ରହିଛି। କ୍ରିକେଟକୁ ବାଦ୍‌ ଦେଲେ ଅଷ୍ଟ୍ରେଲିଆରେ ଗ୍ରୀଷ୍ମଋତୁ କଥା ଚିନ୍ତା କରିହେବ ନାହିଁ। କୋଭିଡ୍‌-୧୯ ଯୋଗୁ କ୍ରିକେଟ ଗୁରୁତର ଭାବେ ପ୍ରଭାବିତ ହୋଇଥିଲେ ମଧ୍ୟ କ୍ରିକେଟ ତଥା ଅନ୍ୟ କ୍ରୀଡ଼ାଗୁଡିକ ସ୍ଥିତି ବଞ୍ଚାଇବାକୁ ସକ୍ଷମ ହେବେ ଓ ଏଥିରେ ସଫଳତା ଲାଭ କରିବେ ବୋଲି କ୍ଲାର୍କ କହିଛନ୍ତି। ଏହି ମହାମାରୀ କାରଣରୁ ସାରା ବିଶ୍ୱ ଓ ଅଷ୍ଟ୍ରେଲିଆରେ କ୍ରିକେଟ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏଥିପାଇଁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ୩୦୦ ମିଲିୟନ ଅଷ୍ଟ୍ରେଲୀୟ ଡଲାର କ୍ଷତି ସହିଛି। ଏବେ ସିଏ ଏହି କ୍ଷତିରୁ ମୁକୁଳିବା ପାଇଁ ଭାରତ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ଉପରେ ଅତ୍ୟଧିକ ଭାବେ ନିର୍ଭରଶୀଳ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ବୋଲର, ବ୍ୟାଟରଙ୍କ ଖରାପ ପ୍ରଦର୍ଶନ: ଦ୍ୱିତୀୟ T20ରେ ଭାରତର ଶୋଚନୀୟ ପରାଜୟ

ମୁଲାନପୁର,୧୧ା୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୫୧ ରନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ପ୍ରଥମେ ବୋଲର ଏବଂ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍‌ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍‌ଙ୍କ ବିସ୍ଫୋରକ ବ୍ୟାଟିଂ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri