ଅଯୋଧ୍ୟା ବିବାଦର ଇତିହାସ

ନୂଆଦିଲ୍ଲୀ,୧୦ା୧୧: ଅଯୋଧ୍ୟାରେ ୨.୭୭ ଏକର ଜମିକୁ ନେଇ ବହୁ ଦଶନ୍ଧି ଧରି ବିବାଦ ଲାଗିରହିଛି। ଏହି ମାମଲା ଅନେକ ବର୍ଷ ଧରି ଏକ ରାଜନୈତିକ, ଐତିହାସିକ ତଥା ସାମାଜିକ-ଧର୍ମୀୟ ବିତର୍କ ହୋଇ ରହିଆସିଛି। ବାବ୍ରୀ ମସ୍‌ଜିଦ ନିର୍ମାଣ ହୋଇଥିବା ଉକ୍ତ ସ୍ଥାନ ଭଗବାନ ରାମଙ୍କ ଜନ୍ମସ୍ଥାନ ଓ ସେଠାରେ ପୂର୍ବରୁ ମନ୍ଦିର ଥିଲା ବୋଲି ହିନ୍ଦୁମାନେ ଦାବି କରିଥାନ୍ତି। ମୋଗଲ ସମ୍ରାଟ ବାବର ଉକ୍ତ ମନ୍ଦିରକୁ ଭାଙ୍ଗି ସେଠାରେ ମସ୍‌ଜିଦ ନିର୍ମାଣ କରିଥିଲେ। ପରେ ଉକ୍ତ ଜମି ବିବାଦ ମାମଲା ଆଲ୍ଲାହାବାଦ ହାଇକୋର୍ଟକୁ ଯାଇଥିଲା ଏବଂ ୨୦୧୦ ସେପ୍ଟେମ୍ବରରେ ଅଦାଲତ ଉକ୍ତ ଜମିକୁ ରାମ ଲାଲା, ସୁନ୍ନୀ ଓ୍ବାକଫ୍‌ ବୋର୍ଡ ଏବଂ ନିର୍ମୋହୀ ଆଖଡା ମଧ୍ୟରେ ସମାନ ଭାବେ ବାଣ୍ଟିଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ହିନ୍ଦୁମାନଙ୍କ ବିଶ୍ୱାସ ଅନୁଯାୟୀ ଉକ୍ତ ସ୍ଥାନ ଭଗବାନ ରାମଙ୍କ ଜନ୍ମସ୍ଥାନ ଏବଂ ହିନ୍ଦୁ ମନ୍ଦିର ଭଙ୍ଗାଯାଇ ସେଠାରେ ବାବ୍ରୀ ମସ୍‌ଜିଦ ନିର୍ମାଣ ହୋଇଥିବା ହାଇକୋର୍ଟ ତାଙ୍କ ରାୟରେ କହିଥିଲେ। ପୌରାଣିକ ମତ ଅନୁଯାୟୀ ରାମ ହେଉଛନ୍ତି ବିଷ୍ଣୁଙ୍କ ସପ୍ତମ ଅବତାର। ଅଯୋଧ୍ୟାରେ ତାଙ୍କର ଜନ୍ମ ହୋଇଥିବା ରାମାୟଣରେ ବର୍ଣ୍ଣିତ ଅଛି। ଏକାଦଶ ଶତାବ୍ଦୀରେ ଲିଖିତ ତଥା ସଂଗୃହୀତ ଅଯୋଧ୍ୟା ମାହାତ୍ମ୍ୟରେ ଅଯୋଧ୍ୟାକୁ ଏକ ତୀର୍ଥସ୍ଥାନ ଭାବେ ବର୍ଣ୍ଣନା କରାଯାଇଛି। ସମ୍ରାଟ ବାବରଙ୍କ ସେନାପତି ମିର୍‌ ବାକି ୧୫୨୮ରେ ବାବ୍ରୀ ମସ୍‌ଜିଦ ନିର୍ମାଣ କରିଥିଲେ। ୧୮୧୩-୧୪ରେ ଇଷ୍ଟ ଇଣ୍ଡିଆ କମ୍ପାନୀର ସର୍ବେକ୍ଷକ ଫ୍ରାନ୍ସିସ୍‌ ବୁଚାନାନ ଉକ୍ତ ମସ୍‌ଜିଦ କାନ୍ଥରୁ ଏକ ଶିଳାଲିପି ପାଇଥିଲେ ଯାହା ଏହାର ପ୍ରମାଣ ଦିଏ। ସେ ସେଠାକାର ସ୍ଥାନୀୟ ପରମ୍ପରାକୁ ମଧ୍ୟ ଲିପିବଦ୍ଧ କରିଥିଲେ। ତଦନୁଯାୟୀ ସେଠାରେ ରାମଙ୍କ ପାଇଁ ଉଦ୍ଦିଷ୍ଟ ମନ୍ଦିରକୁ ଭଙ୍ଗାଯାଇ ରାମ ମନ୍ଦିର ନିର୍ମାଣ ହୋଇଥିବା ବିଶ୍ୱାସ କରାଯାଏ। ୧୫୨୮ରୁ ୧୬୬୮ ମଧ୍ୟରେ ମସ୍‌ଜିଦ ସମ୍ପର୍କରେ କୌଣସି ତଥ୍ୟ ମିଳୁ ନ ଥିବାବେଳେ ରାଜପୁତ୍‌ ବିଦ୍ୱାନ ଦ୍ୱିତୀୟ ଜୟ ସିଂଙ୍କ ଐତିହାସିକ ତଥ୍ୟ ଅନୁଯାୟୀ ସେ ଉକ୍ତ ମସ୍‌ଜିଦ ଜମିକୁ କିଣି ୧୭୧୭ରେ ଏହାକୁ ଅବରୋଧ କରିଥିଲେ। ସେଠାରେ ମସ୍‌ଜିଦ ଭଳି ତିନି ଗମ୍ବୁଜ ବିଶିଷ୍ଟ ଶୌଧ ଓ ଏହାର ଅଗଣାରେ ହିନ୍ଦୁମାନେ ପୂଜା କରିବା ଲାଗି ଏକ ଚଉତରା ଥିଲା। ଏହାର ଅର୍ଦ୍ଧଶତାବ୍ଦୀ ପରେ ଖ୍ରୀଷ୍ଟ ଧର୍ମଯାଜକ ଯୋସେଫ୍‌ ଟିଫେନ୍‌ଥାଲର ଉଲ୍ଲେଖ କରିଥିଲେ, ଏକଦା ସେଠାରେ ବିଷ୍ଣୁଙ୍କ ଅବତାର ରାମ ଜନ୍ମଗ୍ରହଣ କରିଥିଲେ, ଯାହାର କେତେକ ପ୍ରମାଣ ମଧ୍ୟ ସେ ଉପସ୍ଥାପନ କରିଥିଲେ। ସେ ଯାହା ହେଉ ଉଭୟ ହିନ୍ଦୁ ଓ ମୁସଲମାନ ଉକ୍ତ ବିବାଦୀୟ ସ୍ଥଳୀରେ ପୂଜାପାଠ କରୁଥିଲେ। ମୁସଲମାନ ମସ୍‌ଜିଦ ଭିତରେ ନମାଜ ପାଠ କରୁଥିଲାବେଳେ ହିନ୍ଦୁମାନେ ବାହାର ଅଗଣାରେ ପୂଜାର୍ଚ୍ଚନା କରୁଥିଲେ। ଉକ୍ତ ରାଜ୍ୟକୁ ବ୍ରିଟିଶ ଅକ୍ତିଆର କରିବା ପରେ ବିବାଦ ଦୂରକରିବା ଲାଗି ସେଠାରେ ବାଡ଼ ଦେଇ ଦୁଇ ସ୍ଥାନକୁ ଅଲଗା କରିଥିଲେ। ତେବେ ୧୯୪୯ରେ ମସ୍‌ଜିଦ ଭିତରେ କେହି ରାମଙ୍କ ପ୍ରତିମୂର୍ତ୍ତି ରଖିଦେବାରୁ ଏହାକୁ ନେଇ ବିବାଦ ଜୋର ଧରିଥିଲା।

ବିବାଦର ଆରମ୍ଭ

ଅଯୋଧ୍ୟା ବିବାଦକୁ ନେଇ ପ୍ରଥମ ହିଂସା ୧୮୫୦ ଦଶକରେ ମସ୍‌ଜିଦ ନିକଟରେ ହୋଇଥିଲା। ହିନ୍ଦୁମାନେ ବାବ୍ରୀ ମସ୍‌ଜିଦ ଉପରେ ଆକ୍ରମଣ କରିଥିଲେ। ୧୯୪୬ରେ ହିନ୍ଦୁ ମହାସଭା ଉକ୍ତ ବିବାଦୀୟ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେବା ଲାଗି ଆନ୍ଦୋଳନ ଆରମ୍ଭ କରିଥିଲା। ୧୯୪୯ରେ ଗୋରଖନାଥ ମଠର ସନ୍ଥ ଦିଗ୍‌ବିଜୟ ନାଥ ଏହି ଆନ୍ଦୋଳନରେ ସାମିଲ ହୋଇ କ୍ରମାଗତ ୯ ଦିନ ରାମଚରିତ ମାନସ ଆବୃତ୍ତି କରିଥିଲେ। ଡିସେମ୍ବର ୨୨ରେ ହିନ୍ଦୁ କର୍ମୀମାନେ ମସ୍‌ଜିଦରେ ପ୍ରବେଶ କରି ସେଠାରେ ରାମସୀତାଙ୍କ ମୂର୍ତ୍ତି ସ୍ଥାପନ କରିଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ମସ୍‌ଜିଦରୁ ରାମସୀତାଙ୍କ ପ୍ରତିମୂର୍ତ୍ତି କାଢ଼ିନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହେଁ ସ୍ଥାନୀୟ ହିନ୍ଦୁ ଅଫିସର କେ.କେ.କେ. ନାୟର ସାମ୍ପ୍ରଦାୟିକ ଦଙ୍ଗା ଆଶଙ୍କାରେ ଏହାକୁ କାର୍ଯ୍ୟକାରୀ କରି ନ ଥିଲେ। ହିନ୍ଦୁ ଓ ମୁସଲମାନଙ୍କ ପାଇଁ ମସ୍‌ଜିଦ ଦ୍ୱାରକୁ ବନ୍ଦ କରିଦିଆଯାଇଥିଲା। ମସ୍‌ଜିଦରେ ମୂର୍ତ୍ତି ରହିବାରୁ ପୂଜାର୍ଚ୍ଚନା ପାଇଁ ପୂଜକଙ୍କୁ ଅନୁମତି ମିଳିଥିଲା। ଉଭୟ ସୁନ୍ନୀ ଓ୍ବାକଫ୍‌ ବୋର୍ଡ ଏବଂ ଅଖିଳ ଭାରତୀୟ ରାମାୟଣ ମହାସଭା ବିବାଦୀୟ ଜମି ଉପରେ ଅଧିକାର ଦାବି କରି ସ୍ଥାନୀୟ କୋର୍ଟରେ ମାମଲା ଦାଏର କରିଥିଲେ।
୧୯୬୪ରେ ବିଶ୍ୱ ହିନ୍ଦୁ ପରିଷଦ ଗଠନ ହେବା ପରେ ବିବାଦୀୟ ସ୍ଥଳୀରେ ଆନ୍ଦୋଳନ ତେଜି ଥିଲା। ୮୦ ଦଶକରେ ଭିଏଚ୍‌ପି ସେଠାରେ ରାମଲାଲାଙ୍କ ମନ୍ଦିର ନିର୍ମାଣ ଲାଗି ଆନ୍ଦୋଳନକୁ ଜୋରଦାର କଲା। ୧୯୯୦ ସେପ୍ଟେମ୍ବରରେ ଭାଜପା ନେତା ଲାଲ୍‌କୃଷ୍ଣ ଆଡଭାନୀ ରାମମନ୍ଦିର ଆନ୍ଦୋଳନକୁ ସମର୍ଥନ ଯୋଗାଡ କରିବା ଲାଗି ଅଯୋଧ୍ୟାକୁ ରଥଯାତ୍ରା ଆରମ୍ଭ କରିଥିଲେ।

ଘଟଣାକ୍ରମ

୧୫୨୮: ମୋଗଲ ସମ୍ରାଟ ବାବରଙ୍କ କମାଣ୍ଡର ମିର ବାକି ବାବ୍ରୀ ମସ୍‌ଜିଦ ନିର୍ମାଣ କରିଥିଲେ।
୧୮୮୫: ମହନ୍ତ ରଘୁବୀର ଦାସ ଫୈଜାବାଦ ଜିଲା କୋର୍ଟରେ ଏକ ପିଟିଶନ ଦାଏର କରିଥିଲେ। ବିବାଦୀୟ ଢାଞ୍ଚା ବାହାରେ ଏକ ଛତ୍ରୀ ନିର୍ମାଣ ପାଇଁ ଅନୁମତି ଦେବାକୁ ସେ ଏଥିରେ ଅନୁରୋଧ କରିଥିଲେ। କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ।
୧୯୪୯: ବିବାଦୀୟ ଢାଞ୍ଚା ବାହାରେ କେନ୍ଦ୍ରୀୟ ଗମ୍ବୁଜ ତଳେ ରାମ ଲାଲାଙ୍କ ପୂଜା ଆରମ୍ଭ କରାଗଲା।
୧୯୫୦: ରାମ ଲାଲାଙ୍କ ମୂର୍ତ୍ତି ପୂଜା ପାଇଁ ଅଧିକାର ଦାବିକରି ଫୈଜାବାଦ ଜିଲା କୋର୍ଟରେ ଗୋପାଳ ସିମ୍‌ଲା ବିଶାରଦ ଏକ ସୁଟ୍‌ ଫାଇଲ୍‌ କରିଥିଲେ।
ରାମଚନ୍ଦ୍ର ଦାସ ମଧ୍ୟ ଏକ ସୁଟ୍‌ ଫାଇଲ କରିଥିଲେ। ଏଥିରେ ସେ ମୂର୍ତ୍ତି ରଖିବା ଓ ପୂଜା କରିବା ପାଇଁ ଆବେଦନ କରିଥିଲେ।
୧୯୫୯: ବିବାଦୀୟ ଭୂମିର ଦଖଲ ପାଇଁ ନିର୍ମୋହୀ ଆଖଡ଼ା ପକ୍ଷରୁ ଏକ ସୁଟ୍‌ ଫାଇଲ କରାଯାଇଥିଲା।
୧୯୮୧: ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ଓ୍ବାକଫ୍‌ ବୋର୍ଡ ଭୂମି ଦଖଲ ଲାଗି ପିଟିଶନ ଦାଏର କରିଥିଲା।
୧୯୮୬ ଫେବୃୟାରୀ ୧: ହିନ୍ଦୁ ପୂଜକମାନଙ୍କ ପାଇଁ ଉକ୍ତ ସ୍ଥାନ ଖୋଲିବା ଲାଗି ସ୍ଥାନୀୟ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
୧୯୮୯ ଅଗଷ୍ଟ ୧୪: ବିବାଦୀୟ ଢାଞ୍ଚାକୁ ନେଇ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଆଲ୍ଲାହାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
୧୯୯୨ ଡିସେମ୍ବର ୬: ବାବ୍ରୀ ମସ୍‌ଜିଦ ଭଙ୍ଗାଗଲା।
୧୯୯୩ ଏପ୍ରିଲ ୩: ବିବାଦୀୟ ଅଞ୍ଚଳରେ ଭୂମି ଅଧିଗ୍ରହଣ ପାଇଁ କେନ୍ଦ୍ର ସରକାର ‘ଅଯୋଧ୍ୟାରେ ନିର୍ଦ୍ଦିଷ୍ଟ ଅଞ୍ଚଳ ଅଧିଗ୍ରହଣ ଆଇନ’ ଆଣିଲେ।
ଆଇନକୁ ଚ୍ୟାଲେଞ୍ଜ କରି ଇସ୍‌ମାଇଲ୍‌ ଫାରୁକୀଙ୍କ ସମେତ ଅନେକ ପକ୍ଷ ଆଲ୍ଲାହାବାଦ ହାଇକୋର୍ଟରେ ଏକାଧିକ ରିଟ୍‌ ପିଟିଶନ ଦାଏର କରିଥିଲେ।
ବିଚାରାଧୀନ ସମସ୍ତ ରିଟ୍‌ ପିଟିଶନକୁ ଅନୁଚ୍ଛେଦ ୧୩୯ଏ ଅନୁସାରେ ସୁପ୍ରିମକୋର୍ଟ ସ୍ଥାନାନ୍ତର କରି ନିଜ ପାଖକୁ ନେଲେ।
୧୯୯୪ ଅକ୍ଟୋବର ୨୪: ମସ୍‌ଜିଦ ଇସ୍‌ଲାମର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଇସ୍‌ମାଇଲ୍‌ ଫାରୁକି ମାମଲାରେ ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଥିଲେ।
୨୦୦୨ ଏପ୍ରିଲ: ବିବାଦୀୟ ସ୍ଥାନର ମାଲିକାନା ନିର୍ଦ୍ଧାରଣକୁ ନେଇ ହାଇକୋର୍ଟରେ ଶୁଣାଣି ଆରମ୍ଭ ହେଲା।
୨୦୦୩ ମାର୍ଚ୍ଚ ୧୩: ଅଧିଗୃହୀତ ଜମିରେ କୌଣସି ଧାର୍ମିକ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ନାହିଁ ବୋଲି ଅସ୍‌ଲମ ଓରଫ୍‌ ଭୁରେ ମାମଲାରେ ସୁପ୍ରିମକୋର୍ଟ ବାରଣ କଲେ।
୨୦୧୦ ସେପ୍ଟେମ୍ବର ୩୦: ୨.୭୭ ଏକର ପରିମିତ ବିବାଦୀୟ ଭୂମିକୁ ସୁନ୍ନି ଓ୍ବାକଫ୍‌ ବୋର୍ଡ, ନିର୍ମୋହୀ ଆଖଡ଼ା ଓ ରାମ ଲାଲାଙ୍କ ମଧ୍ୟରେ ସମାନ ତିନିଭାଗରେ ବଣ୍ଟନ ପାଇଁ ଆଲ୍ଲାହାବାଦ ହାଇକୋର୍ଟ ୨:୧ ସଂଖ୍ୟାଗରିଷ୍ଠତାରେ ରାୟ ଦେଲେ।
୨୦୧୧ ମେ ୯: ଅଯୋଧ୍ୟା ଜମି ବିବାଦ ନେଇ ହାଇକୋର୍ଟ ରାୟ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କଲେ।
୨୦୧୭ ମାର୍ଚ୍ଚ ୨୧: କୋର୍ଟ ବାହାରେ ବୁଝାମଣା ଜରିଆରେ ସମାଧାନ ପାଇଁ ସିଜେଆଇ ଜେ.ଏସ୍‌. ଖେହର ପ୍ରସ୍ତାବ ଦେଲେ।
ଅଗଷ୍ଟ ୭: ଆଲ୍ଲାହାବାଦ ହାଇକୋର୍ଟଙ୍କ ୨୦୧୦ ରାୟକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନଗୁଡ଼ିକର ଶୁଣାଣି ପାଇଁ ସୁପ୍ରିମକୋର୍ଟ ୩ ଜଣିଆ ଖଣ୍ଡପୀଠ ଗଠନ କଲେ।
୨୦୧୮ ଫେବୃୟାରୀ ୮: ଦଓ୍ବୋନୀ ଅପିଲଗୁଡ଼ିକର ଶୁଣାଣି ଆରମ୍ଭ କଲେ ସୁପ୍ରିମକୋର୍ଟ।
ଜୁଲାଇ ୨୦: ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଲେ।
ସେପ୍ଟେମ୍ବର ୨୭: ଏକ ୫ ଜଣିଆ ସାମ୍ବିଧାନିକ ପୀଠରେ ମାମଲାର ଶୁଣାଣିକୁ ପ୍ରତ୍ୟାଖ୍ୟାନ କଲେ। ଏହାସହ ଅକ୍ଟୋବର ୨୯ରେ ଗଠନ ହେବାକୁ ଥିବା ତିନିଜଣିଆ ଖଣ୍ଡପୀଠରେ ଏହାର ବିଚାର କରାଯିବ ବୋଲି ସ୍ଥିର କଲେ।
ଅକ୍ଟୋବର ୨୯: ଜାନୁୟାରୀ ପ୍ରଥମ ସପ୍ତାହରେ ଉପଯୁକ୍ତ ଖଣ୍ଡପୀଠରେ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଧାର୍ଯ୍ୟ କଲେ।
ଡିସେମ୍ବର ୨୪: ସୁପ୍ରିମକୋର୍ଟ ୨୦୧୯ ଜାନୁୟାରୀ ୪ରେ ପିଟିଶନଗୁଡ଼ିକର ଶୁଣାଣି କରାଯିବ ବୋଲି ସ୍ଥିର କଲେ।
୨୦୧୯ ଜାନୁୟାରୀ ୪:
ସୁପ୍ରିମକୋର୍ଟରେ ଗଠନ କରାଯାଇଥିବା ଏକ ଉପଯୁକ୍ତ ଖଣ୍ଡପୀଠରେ ଜାନୁୟାରୀ ୧୦ରେ ଜମି ବିବାଦ ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ସ୍ଥିର ପାଇଁ ରାୟ ଶୁଣାଇବାକୁ ଧାର୍ଯ୍ୟ କରାଗଲା।
ଜାନୁୟାରୀ ୮: ସୁପ୍ରିମକୋର୍ଟ ସିଜେଆଇ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ୫ ଜଣିଆ ସାମ୍ବିଧାନିକ ପୀଠ ଗଠନ କଲେ। ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ, ଏନ୍‌.ଭି. ରମନ୍ନା, ୟୁ.ୟୁ. ଲଳିତ ଏବଂ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଉକ୍ତ ପୀଠରେ ରହିଲେ।
ଜାନୁୟାରୀ ୧୦: ଜଷ୍ଟିସ୍‌ ଲଳିତ ଉକ୍ତ ଶୁଣାଣିରୁ ଓହରିଯିବା ପରେ ନୂଆ ପୀଠରେ ଜାନୁୟାରୀ ୨୯ ତାରିଖରେ ବିଚାର ପାଇଁ ସ୍ଥିର କରାଗଲା।
ଜାନୁୟାରୀ ୨୫: ସିଜେଆଇ ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ, ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ୍‌.ଏ. ନାଜିରଙ୍କୁ ନେଇ ପାଞ୍ଚଜଣିଆ ସାମ୍ବିଧାନିକ ପୀଠ ଗଠନ କରାଗଲା।
ଜାନୁୟାରୀ ୨୯: ବିବାଦୀୟ ସ୍ଥଳ ଚତୁଃପାର୍ଶ୍ୱରେ ଥିବା ୬୭ ଏକର ଅଧିଗୃହୀତ ଜମିକୁ ମୂଳ ମାଲିକମାନଙ୍କୁ ଫେରସ୍ତ କରିବା ଲାଗି ଅନୁମତି ପ୍ରଦାନ ସକାଶେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେନ୍ଦ୍ର ସରକାର।
ଫେବୃୟାରୀ ୨୬: ସୁପ୍ରିମକୋର୍ଟ ମଧ୍ୟସ୍ଥତା ପାଇଁ ପରାମର୍ଶ ଦେଲେ। ଏହାସହ କୋର୍ଟ-ନିଯୁକ୍ତ ମଧ୍ୟସ୍ଥଙ୍କ ଜରିଆରେ ସମାଧାନ ପାଇଁ ମାର୍ଚ୍ଚ ୫ରେ ନିଷ୍ପତ୍ତି ନେବାକୁ ଧାର୍ଯ୍ୟ କଲେ।
ମାର୍ଚ୍ଚ ୮: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏଫ୍‌. ଏମ୍‌. କାଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଗଠିତ ମଧ୍ୟସ୍ଥ କମିଟି ଜରିଆରେ ଜମି ବିବାଦର ସମାଧାନ ପାଇଁ ସ୍ଥିର କରାଗଲା।
ଏପ୍ରିଲ ୯: ବିବାଦୀୟ ସ୍ଥଳର ଚାରିପଟେ ଅଧିଗୃହୀତ ଜମିକୁ ମୂଳ ମାଲିକଙ୍କୁ ଫେରାଇବା ପାଇଁ କେନ୍ଦ୍ରର ପ୍ରସ୍ତାବକୁ ନିର୍ମୋହୀ ଆଖଡ଼ା ବିରୋଧ କଲା।
ମେ ୯: ତିନି ସଦସ୍ୟ ବିଶିଷ୍ଟ ମଧ୍ୟସ୍ଥ କମିଟି ସୁପ୍ରିମକୋର୍ଟରେ ଅନ୍ତରୀଣ ରିପୋର୍ଟ ଦାଖଲ କଲା।
ମେ ୧୦: ମଧ୍ୟସ୍ଥତା ପ୍ରକ୍ରିୟା ଅଗଷ୍ଟ ୧୫ ମଧ୍ୟରେ ଶେଷ କରିବା ପାଇଁ ସୁପ୍ରିମକୋର୍ଟ ସମୟ ସୀମା ବଢ଼ାଇଲେ।
ମେ ୧୧: ମଧ୍ୟସ୍ଥତାର ଅଗ୍ରଗତି ନେଇ ରିପୋର୍ଟ ମାଗିଲେ ସର୍ବୋଚ୍ଚ ଅଦାଲତ।
ଜୁଲାଇ ୧୮: ମଧ୍ୟସ୍ଥତା ପ୍ରକ୍ରିୟା ଜାରି ରଖିବା ପାଇଁ ଅନୁମତି ପ୍ରଦାନ ସହ ଅଗଷ୍ଟ ୧ ସୁଦ୍ଧା ରିପୋର୍ଟ ଦେବାକୁ କହିଲେ।
ଅଗଷ୍ଟ ୧: ବନ୍ଦ ଲଫାପାରେ ସୁପ୍ରିମକୋର୍ଟରେ ମଧ୍ୟସ୍ଥତା ରିପୋର୍ଟ ଦାଖଲ।
ଅଗଷ୍ଟ ୨: ମଧ୍ୟସ୍ଥତା ବିଫଳ ହେବା ପରେ ଅଗଷ୍ଟ ୬ରୁ ଦୈନନ୍ଦିନ ଶୁଣାଣି ପାଇଁ ସୁପ୍ରିମକୋର୍ଟ ସ୍ଥିର କଲେ।
ଅଗଷ୍ଟ ୬: ଜମି ବିବାଦ ମାମଲାର ଦୈନନ୍ଦିନ ଶୁଣାଣି ଆରମ୍ଭ।
ଅକ୍ଟୋବର ୪: ଅକ୍ଟୋବର ୧୭ରେ ଶୁଣାଣି ଶେଷକରି ନଭେମ୍ବର ୧୭ ସୁଦ୍ଧା ରାୟ ଦେବାକୁ ଅଦାଲତ ଧାର୍ଯ୍ୟ କଲେ।
ପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ଓ୍ବାକଫ୍‌ ବୋର୍ଡ ଅଧ୍ୟକ୍ଷଙ୍କୁ ସୁରକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ।
ଅକ୍ଟୋବର ୧୬: ସୁପ୍ରିମକୋର୍ଟ ସାମ୍ବିଧାନିକ ପୀଠ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରୁ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ,୬।୭: ତାମିଲନାଡୁର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ନିର୍ବାଚନ ପ୍ରଚାର ସମୟରେ ଘଟିଥିବା କରୁର ଦଳାଚକଟା ସମ୍ପର୍କରେ ପ୍ରସଙ୍ଗ ପୁଣି ଥରେ…

ରାସ୍ତା ପାଲଟିଛି ମରଣଯନ୍ତା, ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ନିକଟରେ କୃତ୍ରିମ ପୋଖରୀ….

ଲାଞ୍ଜିଗଡ,୬ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ସହର ଲାଞ୍ଜିଗଡ ଥାନା ପଛପଟ ତଥା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ନିକଟସ୍ଥ ରାସ୍ତା ମରଣଜନ୍ତା ପାଲଟିଛି । ପୋଖରୀ ନିକଟସ୍ଥ…

ଜଳ ଘେରରେ ବାଞ୍ଜିପଦର ବିଦ୍ୟାଳୟ, ଖବର ପ୍ରକାଶ ପରେ ପହଞ୍ଚିଲେ ତହସିଲଦାର

କର୍ଲାମୁଣ୍ଡା,୬ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତ ବାଞ୍ଜିପଦର୍ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଫୁଟ ବର୍ଷା ପାଣି ଜମି ରହିଛି । ଏନେଇ…

ଆମିରଙ୍କ ତୃତୀୟ ବିବାହକୁ ନେଇ ଏମିତି କ’ଣ ହେଲା ଯେ, ଭାଇରାଲ ହେଲା ସଲମାନଙ୍କ ଭିଡ଼ିଓ

ମୁମ୍ବାଇ: ରବିବାର, ଜୁଲାଇ ୫ରେ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନଙ୍କ ଘରେ ଗୌରୀ ସ୍ପ୍ରେଟଙ୍କ ସହିତ ପଞ୍ଜୀକୃତ ବିବାହ ହୋଇଥିଲା। ଏବେ, ଏହି ଦମ୍ପତିଙ୍କ ବିବାହର…

ରେଡ୍‌ କାର୍ଡ ପ୍ରତ୍ୟାହାର ପରେ ଫିଫାକୁ ଧନ୍ୟବାଦ୍‌ ଦେଲେ ରାଷ୍ଟ୍ରପତି ଟ୍ରମ୍ପ

ନ୍ୟୁୟର୍କ,୬ା୭: ବୋସନିଆ-ହର୍ଜଗୋଭିନା ବିପକ୍ଷ ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ଆମେରିକୀୟ ଫରଓ୍ବାର୍ଡ ଫୋଲାରିନ ବାଲୋଗନଙ୍କୁ ଦିଆଯାଇଥିବା ରେଡ୍‌ କାର୍ଡକୁ ଫିଫା ରବିବାର ସସ୍‌ପେଣ୍ଡ କରିଛି। ଏଥିଯୋଗୁ ସେ ମଙ୍ଗଳବାର…

ପଶ୍ଚିମବଙ୍ଗର ୩ ଖାଲିଥିବା ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା

କୋଲକାତା,୬।୭: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ତୃଣମୂଳ କଂଗ୍ରେସ (TMC)ର ତିନି ଜଣ ରାଜ୍ୟ ସଭା ଏମପି ଇସ୍ତଫା ଦେଇଥିଲେ। ନିର୍ବାଚନ କମିଶନ ଏହି ଆସନଗୁଡ଼ିକ ପାଇଁ…

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନୂଆ ମାର୍ଗଦର୍ଶିକା, ଏଣିକି ବର୍ଷକୁ ୪ଟି ପରୀକ୍ଷା ଦେବେ…

ଭୁବନେଶ୍ବର,୬ା୭: ତୃତୀୟରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଏଣିକି ବର୍ଷକୁ ୪ଟି ପରୀକ୍ଷୀ ଦେବାକୁ ହେବ । ପୂର୍ବରୁ ବର୍ଷକୁ ଦୁଇଟି ପରୀକ୍ଷା ହେଉଥିବା ବେଳେ ବର୍ତ୍ତମାନ…

ତିନି ମହଲା କୋଠାରୁ ଖସି ୧୪ ବର୍ଷୀୟା ଝିଅ ଗୁରୁତର: ଅଗ୍ନିଶମବାହିନୀ କଲା ଉଦ୍ଧାର

କୋରାପୁଟ, ୬।୭ (ଅମିତାଭ ବେହେରା): କୋରାପୁଟ ସହରର ପୂଜାରୀପୁଟ ଷ୍ଟାଡିୟମ ନିକଟରେ ଥିବା ଏକ ତିନି ମହଲା କୋଠାରେ ରବିବାର ବିଳମ୍ବିତ ରାତ୍ରରେ ଏକ ଅଘଟଣ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri