Posted inଖେଳ

ଅମିତ, ବ୍ରଜଭୂଷଣଙ୍କୁ ଓସ୍‌ଜା ପୁରସ୍କାର: ଗ୍ରାମାଞ୍ଚଳରେ କ୍ରୀଡ଼ାକୁ କ୍ରୀଡ଼ାମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୩୦।୬(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ(ଓସ୍‌ଜା)ର ଦ୍ୱିତୀୟ ବାର୍ଷିକ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବ ଶନିବାର ଏଠାରେ ଅନୁଷ୍ଠିତ ହୋଇ ଯାଇଛି। ଭାରତୀୟ ହକି ଦଳର ନିର୍ଭରଯୋଗ୍ୟ ଡିଫେଣ୍ଡର ଅମିତ ରୋହିଦାସଙ୍କୁ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଏବଂ ଭାରତୀୟ ବକ୍ସିଂ ଜଗତର ଅନ୍ୟତମ ସଫଳ କୋଚ୍‌ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ବ୍ରଜଭୂଷଣ ମହାନ୍ତିଙ୍କୁ ଲାଇଫଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର ପ୍ରଦାନ କରା ଯାଇଛି। ସାମ୍ପ୍ରତିକ ଭାରତୀୟ ହକି ଦଳର ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଥିବା ଅମିତ ନିକଟ ଅତୀତରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ପ୍ରଥମ ଓ ଏକମାତ୍ର ଓଡ଼ିଆ ଭାବରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଥିବା ବ୍ରଜଭୂଷଣ ଜୀବନବ୍ୟାପୀ ସାଧନା ପାଇଁ ଏହି ପୁରସ୍କାର ପାଇଛନ୍ତି। ଓସ୍‌ଜାର କାର୍ଯ୍ୟନିର୍ବାହୀ ସଭାପତି ସନ୍ଦୀପ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବ୍ୟାପାରମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତି ଏବଂ ଇମ୍ଫାର କର୍ପୋରେଟ ଆଫାୟର୍ସ ମୁଖ୍ୟ ତଥା ଉପସଭାପତି ଅଶୋକ କୁମାର ବେହେରା ଅତିଥି ଭାବରେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।
ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ରାଜ୍ୟରେ ଚାଲିଥିବା କ୍ରୀଡ଼ା ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି। ପାରମ୍ପରିକ ଖେଳ ତଥା ଗ୍ରାମାଞ୍ଚଳର କ୍ରୀଡ଼ାକୁ ଗୁରୁତ୍ୱପ୍ରଦାନ ସହ ଅନ୍ୟ ଖେଳ ସହ ସମକକ୍ଷ କରିବା ତାଙ୍କର ଟାର୍ଗେଟ ଥିବା ପ୍ରକାଶ କରିଛନ୍ତି। ହକିର ଗଡ ସୁନ୍ଦରଗଡରେ ହକି ତାଲିମଙ୍କୁ ଅଧିକ ବ୍ୟାପକ କରିବା ପାଇଁ ଜିଲାର ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ ପଡିଆ କରିବା ପାଇଁ ନିଷ୍ପତ୍ତି ହୋଇଛି। ଫଳରେ ସ୍ଥାନୀୟ ଖେଳାଳି ନିଜ ଅଞ୍ଚଳରେ ହିଁ ନିୟମିତ ଅଭ୍ୟାସ କରିପାରିବେ। ସେହିପରି ୩୦ଟି ଜିଲା ମୁଖ୍ୟାଳୟର ଷ୍ଟାଡିୟମ ଗୁଡିକୁ ଉନ୍ନତ କରିବା ଏବଂ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ୪ ସହରରେ କ୍ରୀଡ଼ାକେନ୍ଦ୍ର ସ୍ଥାପନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହଛନ୍ତି। ଆସନ୍ତା ନଭେମ୍ବର-ଡିସେମ୍ବରରେ ରାଜ୍ୟର କ୍ରୀଡ଼ା ଶିକ୍ଷକମାନଙ୍କ ଲାଗି ଏକ ବିଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବା ପାଇଁ ଯୋଜନା ଥିବା ମଧ୍ୟ ସେ ସୂଚାଇଛନ୍ତି। ଦେବାଶିଷ ମହାନ୍ତି ଏବଂ ଅଶୋକ କୁମାର ବେହେରା ନିଜ ନିଜ ବକ୍ତବ୍ୟରେ କ୍ରୀଡ଼ାବିତ୍‌ଙ୍କ ଜୀବନରେ ପୁରସ୍କାରର ମହତ୍ୱ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଏହି ଅବସରରେ ଅତିଥିମାନେ ଓସ୍‌ଜାର ଉଦ୍ୟମକୁ ଭୂୟସି ପ୍ରଶଂସା କରିଥିଲେ।
ଖବରଦାତାଙ୍କ ପ୍ରୟାସରୁ ତାଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିବା ସମ୍ଭବ ହୋଇଥିଲା ବୋଲି ବକ୍ସିଂ ଗୁରୁ ବ୍ରଜଭୂଷଣ ପ୍ରକାଶ କରିଥିଲେ। ସୁଯୋଗ ମିଳିଲେ ସେ ଓଡ଼ିଶାରେ ବକ୍ସିଂ ଏକାଡେମୀ ମାଧ୍ୟମରେ ଦେଶ ପାଇଁ ଉଚ୍ଚମାନର ଖେଳାଳି ସୃଷ୍ଟି କରିପାରିବେ ବୋଲି ମତ ଦେଇଥିଲେ। ବ୍ୟବସାୟୀକ ସଂସ୍ଥାମାନଙ୍କ ସହାୟତାରେ ବକ୍ସିଂ ଏକାଡେମୀ ଖୋଲିବା ଉପରେ ଜୋର ଦେବାକୁ ଅନୁରୋଧ କରିଥିଲେ ବ୍ରଜଭୂଷଣ। ଅନ୍ୟପକ୍ଷରେ ଅମିତ ରୋହିଦାସ ଏହି ପୁରସ୍କାର ତାଙ୍କୁ ଆହୁରି ଉନ୍ନତ ପ୍ରଦର୍ଶନ ସକାଶେ ପ୍ରେରିତ କରିବ ବୋଲି କହିଛନ୍ତି। ଅଲିମ୍ପିକ୍ସ ଯୋଗ୍ୟତା ହାସଲ ଭାରତୀୟ ଦଳର ପ୍ରଥମ ଏବଂ ମୁଖ୍ୟ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି। ନୂଆ କୋଚ୍‌ ଗ୍ରାହାମ ରିଡ୍‌ଙ୍କ ତତ୍ତ୍ୱାବଧାନରେ ଭାରତୀୟ ହକି ଦଳ ନିଶ୍ଚିତ ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ବ ବୋଲି ସେ ଆଶା ରଖିଛନ୍ତି। ଅଭିଜ୍ଞ ହେବା ସହ ଦଳରେ ତାଙ୍କର ଦାୟିତ୍ୱ ବଢ଼ିଛି ବୋଲି ମଧ୍ୟ ସେ ସ୍ବୀକାର କରିଛନ୍ତି। ଉଭୟ ବ୍ରଜଭୂଷଣ ଏବଂ ଅମିତଙ୍କୁ ଉତ୍ତରୀୟ, ଅଭିନନ୍ଦନ ପତ୍ର, ବିଶେଷ ଫଳକ ଏବଂ ୨୫ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା। ଓସ୍‌ଜାର ସମ୍ପାଦକ ସନାତନ ପାଣି ବାର୍ଷିକ ବିବରଣୀ ପ୍ରଦାନ କରିଥିବାବେଳେ କାର୍ଯନିର୍ବାହୀ ସଭାପତି ସନ୍ଦୀପ ମିଶ୍ର କ୍ରୀଡ଼ା ଖବରଦାତାମାନଙ୍କୁ ରାଜ୍ୟସରକାର ସ୍ବୀକୃତି ଦେବାକୁ କ୍ରୀଡ଼ାମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଓସଜା ସଭାପତି କେ. ରବି ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ରାଜେନ୍ଦ୍ର ମହାପାତ୍ର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେସିଙ୍କ ଗସ୍ତକୁ ନେଇ ଅସହଜ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା; କହିଲେ ଅଯଥା ଖର୍ଚ୍ଚ ହେଲା “କୋଟି କୋଟି ଟଙ୍କା…”

ନୂଆଦିଲ୍ଲୀ,୧୫ା୧୨: ଭାରତର ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ଆର୍ଜେଣ୍ଟିନାର ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ନିକଟରେ ଶେଷ ହୋଇଥିବା ଭାରତ ଗସ୍ତର ପରିଚାଳନା...

ଶେଫାଳି ବର୍ମା ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ, ୧୫ା୧୨: ଭାରତ ଓପନର ଶେଫାଳି ବର୍ମା ନଭେମ୍ୱର ମାସ ପାଇଁ ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ...

ମେସିଙ୍କ କ୍ରିକେଟ୍‌ କ୍ରେଜ୍‌: ବଡ଼ ଉପହାର ଦେଲେ ଜୟ ଶାହା

ନୂଆଦିଲ୍ଲୀ, ୧୫।୧୨: ଆର୍ଜେଣ୍ଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସି ତାଙ୍କ ଗୋଟ ଇଣ୍ଡିଆ ଟୁର୍‌ର ତୃତୀୟ ଦିନରେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି କାର୍ଯ୍ୟକ୍ରମ ଦିଲ୍ଲୀର...

ଟି-୨୦ରେ ବଡ଼ କାରନାମା କଲେ ତିଲକ ବର୍ମା: କୋହଲିଙ୍କ ପଛରେ ପକାଇଲେ

ନୂଆଦିଲ୍ଲୀ,୧୫।୧୨: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ତିଲକ ବର୍ମା ଟି-୨୦ କ୍ରିକେଟରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ତାଙ୍କ ଟି-୨୦ କ୍ୟାରିୟରରେ ୪୦୦୦...

ଗମ୍ଭୀରଙ୍କ ଅଦ୍ଭୁତ ଷ୍ଟ୍ରାଟେଜି: ଶେଷ ଓଭରରେ କଲେ ଏମିତି ମିଳିଲା ତୁରନ୍ତ ସଫଳତା

ଧର୍ମଶାଳା,୧୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଏକ ଅଦ୍ଭୁତ ରଣନୀତି...

ବିସିସିଆଇର କଡ଼ା ନିର୍ଦ୍ଦେଶ: ସମସ୍ତ ଭାରତୀୟ ଖେଳାଳିଙ୍କ ପାଇଁ ୨ଟି ମ୍ୟାଚ୍ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୫।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ସମସ୍ତ ଜାତୀୟ ଦଳର ଖେଳାଳିଙ୍କ ପାଇଁ ଏକ କଡ଼ା ନିୟମ ଲାଗୁ କରିଛି। ଆସନ୍ତା ଡିସେମ୍ବର ୨୪ରୁ...

ନିଜ ଫର୍ମକୁ ନେଇ ଏମିତି କହିଦେଲେ ସୂର୍ଯ୍ୟକୁମାର: ରନ୍‌ କରିପାରୁନାହିଁ କିନ୍ତୁ…

ନୂଆଦିଲ୍ଲୀ,୧୫।୧୨: ବହୁତ ଦିନ ଧରି ବଡ଼ ସ୍କୋର କରିବାକୁ ସଂଘର୍ଷ କରୁଥିବା ଭାରତୀୟ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଟି-୨୦...

୫୧ ବର୍ଷ ପରେ କ୍ରିକେଟ୍‌ରେ ଘଟିଲା…ଗୋଟିଏ ଦଳରେ ୩ ଭାଇ

ନୂଆଦିଲ୍ଲୀ,୧୫।୧୨: ICC ପୁରୁଷ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ନାମ୍ବିଆ ଏବଂ ଜିମ୍ବାୱେରେ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ଦେଶ ଗୋଟିଏ ପରେ ଗୋଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri