ଅବ୍ୟବସ୍ଥାରେ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର:ଡାକ୍ତର ନ ଥିବାରୁ ଉତ୍ତେଜନା

ବାହାନଗା, ୬ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକରେ ଥିବା ଏକମାତ୍ର ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନାନା ଅବ୍ୟବସ୍ଥା ଦେଇ ଗତି କରୁଛି। ଏଠାରେ ଡାକ୍ତର ନ ଥିବାରୁ ଡେପୁଟେଶନରେ ଆସୁଥିବା ଜୁନିୟର ଡାକ୍ତରଙ୍କ ଦ୍ୱାରା ରୋଗୀସେବା କରାଯାଉଛି। ଅନେକ ସମୟରେ ଜୁନିୟର ଡାକ୍ତର ମଧ୍ୟ ଅନୁପସ୍ଥିତ ରହୁଥିବାରୁ ରୋଗୀମାନଙ୍କୁ ନିରାଶ ହୋଇ ଫେରିବାକୁ ପଡୁଛି। ସୋମବାର କୌଣସି ଡାକ୍ତର ଆସି ନ ଥିବାରୁ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଏହି ସ୍ବାସ୍ଥ୍ୟ କେନ୍ଦ୍ରକୁ ସକାଳେ ପ୍ରାୟ ୧ଶହରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସା ପାଇଁ ଆସି ଟୋକନ ନେଇଥିଲେ ମଧ୍ୟ କୌଣସି ଡାକ୍ତର ନ ଥିବାରୁ ଡାକ୍ତରଙ୍କ ଚାମ୍ବରରେ ରୋଗୀମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ସମୟରେ ଗୋପାଳପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ଜଣେ ୭ମ ଶ୍ରେଣୀ ଛାତ୍ରୀ ସୁନୀତା ବେହେରାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ସହପାଠିନୀମାନେ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ା ମାତ୍ର ଏଠାରେ କେହି ଡାକ୍ତର ନ ଥିବାରୁ ଛାତ୍ରୀଜଣକ ଗୁରୁତର ଅବସ୍ଥାରେ ବାରଣ୍ଡାରେ ଶୋଇବା ପରେ ଲୋକମାନେ ଉତ୍ତ୍ୟକ୍ତ ହୋଇପଡିଥିଲେ। କେତେକ ନର୍ସ ଛାତ୍ରୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରର ଶଯ୍ୟାରେ ଶୁଆଇ ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥିଲେ। ବିଧାୟକ ପର୍ଶୁରାମ ଧଡା ଖବରପାଇ ଜିଲା ଚିକିତ୍ସାଧିକାରୀଙ୍କୁ ଅବଗତ କରାଇବା ସହିତ ତୁରନ୍ତ ଜଣେ ଡାକ୍ତରଙ୍କୁ ପଠାଇବା ପାଇଁ କହିଥିଲେ। ଏହାପରେ ସାଉଡୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଜୁନିୟର ଡାକ୍ତର ଅବିନାଶ ଜେନା ଗୋପାଳପୁର ଆସି ରୋଗୀମାନଙ୍କୁ ଚିକିତ୍ସା କରିଥିଲେ। ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୨୪ଟି ପଞ୍ଚାୟତର ବାସିନ୍ଦା ନିର୍ଭର କରନ୍ତି ା ୨୦୧୭ରେ ୨ଜଣ ଡାକ୍ତରଙ୍କ ଦ୍ୱାରା ରୋଗୀ ସେବା କରାଯାଉଥିଲା। ସେମାନଙ୍କ ମଧ୍ୟରୁ ଜଣେ ଚିକିତ୍ସାଧିକାରୀ ଭାବେ ପଦୋନ୍ନତି ପାଇବା ପରେ ତାଙ୍କର ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ବଦଳି ହୋଇଥିଲା ା ସେବେଠାରୁ ଜଣେ ମାତ୍ର ମହିଳା ଓ ପ୍ରସୂତି ଡାକ୍ତରଙ୍କ ଦ୍ୱାରା ରୋଗୀ ସେବା କରାଯାଉଥିଲା। ତାଙ୍କର ଗତବର୍ଷ ବଦଳି ହେବା ପରେ ସେଦିନଠାରୁ ଆଉ କୌଣସି ଡାକ୍ତରଙ୍କୁ ଏଠାରେ ନିଯୁକ୍ତି ଦିଆଯାଇନାହିଁ। ତେବେ ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ପ୍ରାଥମିକ ଚିକିତ୍ସା କେନ୍ଦ୍ର ବା ସବ୍‌ସେଣ୍ଟରରେ କାମ କରୁଥିବା କନିଷ୍ଠ ଡାକ୍ତରମାନଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେଶନରେ ପଠାଇ ରୋଗୀ ସେବା ଚାଲିଛି। ଏଠାରେ କୌଣସି ଚିକିତ୍ସା ଅଧିକାରୀ ନ ଥିବାରୁ ବର୍ତ୍ତମାନ ୩ ମାସ ଧରି କୌଣସି କର୍ମଚାରୀ ଦରମା ପାଇପାରୁନାହାନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ୧୯୩୦ ମସିହାରେ ପ୍ରଥମେ ଏକ ଆୟୁର୍ବେଦିକ୍‌ ଉପଚାର କେନ୍ଦ୍ର ଭାବେ ପ୍ରତିଷ୍ଠା ହୋଇଥିଲା ା ପରେ ୧୯୩୭ରେ କୃଷ୍ଣପ୍ରସାଦ ଡିସ୍‌ପେନସାରୀ ଭାବେ ମାନ୍ୟତା ପାଇଥିଲା ା ପରେ ୧୯୪୫ରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଭାବେ ମାନ୍ୟତା ଲାଭ କରିଥିଲା ା ସେତେବେଳଠାରୁ ଏହି କେନ୍ଦ୍ରକୁ ରାଜ୍ୟ ସରକାର ୨ ଜଣ ଡାକ୍ତରଙ୍କୁ ରୋଗୀ ସେବା ପାଇଁ ନିଯୁକ୍ତି ପ୍ରଦାନ କରିଥିଲେ। ମାତ୍ର ଏହା ୨୦୧୦ ଅକ୍ଟୋବର ୮ତାରିଖରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାବେ ରାଜ୍ୟ ସରକାର ମାନ୍ୟତା ପ୍ରଦାନ କରିଥିଲେ ମଧ୍ୟ ତାହା କେବଳ କାଗଜ କଲମରେ ସୀମିତ ରହିଛି। ଗୋଟିଏ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବିଭିନ୍ନ ବିଭାଗର ମୋଟ ୬ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦେବାର ନିୟମ ଥିଲେ ମଧ୍ୟ ଦୀର୍ଘ ୮ ବର୍ଷ ବିତିଗଲା ପରେ ବି ଏହି କେନ୍ଦ୍ରକୁ ଜଣେ ବି ଡାକ୍ତର ବର୍ତ୍ତମାନ ସୁଦ୍ଧା ନିଯୁକ୍ତି କରାଯାଇନାହିଁ ା କେନ୍ଦ୍ରକୁ ଡେପୁଟେଶନରେ ଆସିଥିବା ସାଉଡୁ ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଡାକ୍ତର ଅବିନାଶ ଜେନା କହନ୍ତି ଏଠାରେ କୌଣସି ବିଶେଷଜ୍ଞ ଡାକ୍ତର ନ ଥିବାରୁ ରୋଗୀମାନେ ବହୁତ ହଇରାଣ ହେଉଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଦ୍ବନ୍ଦ୍ବରେ ଜିତିଲେ ଦେବାଶିଷ ସାମନ୍ତରାୟ, ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଦରକାର ପଡ଼ିଲାନି ଭୋଟିଂ

ଭୁବନେଶ୍ବର,୧୧।୬: ରାଜ୍ୟ ସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଦେବାଶିଷ ସାମନ୍ତରାୟ । ରାଜ୍ୟ ସଭା ଉପନିର୍ବାଚନରେ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଉପନିର୍ବାଚନ ଭୋଟିଂ ଦରକାର ପଡ଼ିଲାନି ।…

ନାବାଳିକା ଗର୍ଭଧାରଣ ଘଟଣାରେ ପୋଲିସର ବଡ଼ ଆକ୍ସନ! ଯୁବକ ଗିରଫ

ବଞ୍ଚୋ,୧୧।୬(ପ୍ରଦୋଷ ବିଶ୍ୱାଳ ): କେନ୍ଦୁଝର ଜିଲାର ସୋସୋ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକା ଗର୍ଭବତୀ ହେବା ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି…

କୁଆଡେ ଗଲା ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାର ରହସ୍ୟମୟ ରିପୋର୍ଟ? ବଡ଼ ବୟାନ ଦେଲେ ତଦନ୍ତ କମିଶନ ଅଧ୍ୟକ୍ଷ

କଟକ,୧୧।୬(ପ୍ରଭୁକଲ୍ୟାଣ ପାଲ): ବହୁ ଚର୍ଚ୍ଚିତ କନ୍ଧମାଳ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣାର ତଦନ୍ତ କମିଶନ ରିପୋର୍ଟ ଗାଏବ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ତଦନ୍ତ…

ଡ୍ରାଇଭରମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସରକାରଙ୍କୁ ୯୦ ଦିନର ସମୟ

ବଲାଙ୍ଗୀର,୧୧ା୬(ସୁନିଲ କୁମାର ମହାନ୍ତି): ଅଟୋ ଓ ପ୍ରାଇଭେଟ ଗାଡ଼ିର ବୃତ୍ତିଗତ ଡ୍ରାଇଭରମାନଙ୍କୁ ଡ୍ରାଇଭର କଲ୍ୟାଣ ବୋର୍ଡରେ ସାମିଲ କରିବା ଏବଂ ଡ୍ରାଇଭରମାନଙ୍କୁ ନିର୍ବାଚନରେ ତାଙ୍କର ମତଦାନ ଦେବାର…

ପଞ୍ଚଭୂତରେ ଲୀନ ହେଲେ ଛତ୍ରପୁର ପୌରପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଶେଷକୃତ୍ୟରେ ସାମିଲ ହେଲେ ହଜାର ହଜାର…

ଛତ୍ରପୁର,୧୧।୬(ଦିଲୀପ ସାମଲ): ଛତ୍ରପୁର ପୌରପରିଷଦରେ ସମସ୍ତଙ୍କ ଆଖିକୁ ଲୁହରେ ଓଦା କରି ପଞ୍ଚଭୂତରେ ଲୀନ ହେଲେ ଛତ୍ରପୁର ପୌରପରିଷଦ ଅଧ୍ୟକ୍ଷା ସ୍ଵର୍ଗତା ଶର୍ମିଷ୍ଠା ପ୍ରଧାନ। ମୃତ୍ୟୁ ବେଳେ…

ସାଙ୍ଗଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ିଗଲେ ନାବାଳକ, ହଠାତ୍….

ଧର୍ମଶାଳା/ବାରବାଟି,୧୧।୬(ଶିବପ୍ରସାଦ ମହାନ୍ତି/ପ୍ରଭୁଦତ୍ତ ମହାନ୍ତି): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ଚକଗୋପାଳପୁର ନିକଟ ବ୍ରାହ୍ମଣୀ ନଦୀ ଘାଟରେ ଏକ ଦୁଃଖଦ ଘଟଣା ଘଟିଛି । ନଦୀରେ ଗାଧୋଇବାକୁ…

ଅବକାରୀ ବିଭାଗର SI-ASI ସସ୍‌ପେଣ୍ଡ

କେନ୍ଦ୍ରାପଡ଼ା/ରାଜନଗର,୧୧ା୬(ଜଗନ୍ନାଥ ଧଳ/ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅନ୍ତର୍ଗତ ବାରଦିଆ ଗ୍ରାମର ବିନୋଦ ଦାସଙ୍କୁ ଅବକାରୀ ଥାନାରେ ଥାର୍ଡ ଡିଗ୍ରୀ ମାମଲାରେ ଅବକାରୀ କମିଶନର ଅବକାରୀ…

ଥାନା ପରିସରରେ ଗଣଧାରଣା: ସୁରକ୍ଷା ଦାବି କଲେ ୨ ପଞ୍ଚାୟତର ଅଧିବାସୀ

ତିହିଡ଼ି,୧୧ା୬(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ବାରସର ଓ ଗୋବିନ୍ଦପୁର ପଞ୍ଚାୟତର ଶତାଧିକ ଅଧିବାସୀ ଗୁରୁବାର ପୀରହାଟ ଥାନା ସାମ୍ନାରେ ଗଣଧାରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri