ଅବ୍ୟବସ୍ଥା ଘେରରେ ବ୍ରିଟିଶ୍‌ ଅମଳର ହାଟ: ହେଉଛି ଶୁଳ୍କ ଆଦାୟ, ହେଉନି ବିକାଶ

ଛେଣ୍ଡିପଦା,୧୧।୮ – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ଥିବା ବ୍ରିଟିଶ ଅମଳର ବାଗଡ଼ିଆ ହାଟ ଏବେ ନାନା ଅବ୍ୟବସ୍ଥାରେ ଚାଲିଛି। ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଏହା ଥିଲେ ବି କ୍ରମାଗତ ଅବହେଳା କାରଣରୁ ଏହା ଧୀରେ ଧୀରେ ସ୍ଥାଣୁ ପାଲଟିବାରେ ଲାଗିଛି। ପ୍ରତ୍ୟେକ ସପ୍ତାହର ସୋମବାର ବସୁଥିବା ଏହି ହାଟରୁ ଶୁଳ୍କ ଆଦାୟ ବ୍ୟତୀତ ବିକାଶ ଦିଗରେ ନିୟନ୍ତ୍ରିତ ବଜାର କମିଟି କୌଣସି କାର୍ଯ୍ୟ କରୁ ନ ଥିବା ଅଭିଯୋଗ ହେଉଛି।
ଏହି ହାଟରେ ପନିପରିବା ସହ ଦାନ୍ତ କାଠି, ଶାଳପତ୍ରଠାରୁ ଆରମ୍ଭ କରି କୃଷି ଉପକରଣ ଯାଏ ବିକ୍ରିବଟା ହୋଇଥାଏ। ସେଥିପାଇଁ ଛେଣ୍ଡିପଦା ସହ ତାଳଚେର, ଢେଙ୍କାନାଳ, ଅନୁଗୋଳ, ଏନ୍‌ଟିପିସି ଆଦି ଅଞ୍ଚଳରୁ ବ୍ୟବସାୟୀମାନେ ଏଠାକୁ ଆସିଥାନ୍ତି। ଆଖପାଖ ଅଞ୍ଚଳର ବହୁ ମହିଳା ମଧ୍ୟ ବାଡ଼ି ପରିବା, ଚାରା, ହାତ ତିଆରି ବାଉଁଶ ସାମଗ୍ରୀ ବିକି ବେଶ୍‌ ଅର୍ଥ ରୋଜଗାର କରନ୍ତି। ହେଲେ ବିଟ୍ରିଶ ଅମଳର ଏହି ହାଟର ବିଭିନ୍ନ ସମସ୍ୟା ଥିଲେ ବି ତାହା ଦୂର କରିବା ଦିଗରେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏପରି କି ଏହି ହାଟ ଜାଗାକୁ କେତେଜଣ ମୁଷ୍ଟିମେୟ ବ୍ୟକ୍ତି କବ୍‌ଜା କରି ରଖିଥିବାରୁ ବ୍ୟବସାୟୀମାନେ ବସିବାକୁ ଜାଗା ପାଉନାହାନ୍ତି। ସେହିପରି ପୂର୍ବରୁ ନିର୍ମାଣ କରାଯାଇଥିବା ପିଣ୍ଡି ରକ୍ଷଣାବେକ୍ଷଣ ଅଭାବରୁ ମାଟିରେ ମିଶିଯାଇଥିବାରୁ ରାସ୍ତା ପାର୍ଶ୍ୱରେ ବ୍ୟବସାୟ ଚାଲିଛି। ଦୂରଦୂରାନ୍ତରୁ ଆସୁଥିବା ଚାଷୀ, ବ୍ୟବସାୟୀଙ୍କ ସୁବିଧା ନିମନ୍ତେ ହାଟପଦାରେ ନିର୍ମାଣ ହୋଇଥିବା ଗୋଦାମ ଗୃହକୁ କବ୍‌ଜାରେ ରଖାଯାଇଥିବାରୁ ତାହା କାମରେ ଲାଗୁନି। ଏଠାରେ ପିଇବା ପାଣିର ସୁବିଧା ପାଇଁ ଏକମାତ୍ର ନଳକୂଅ ଥିବା ବେଳେ ଶୌଚାଳୟର ବ୍ୟବସ୍ଥା ନ ଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।
ବାଗଡିଆର ଅଲେଖ ଦେହୁରୀ କହିଛନ୍ତି, ହାଟ ଜାଗା ଜବରଦଖଲ ହୋଇଥିବାରୁ ବ୍ୟବସାୟୀମାନେ ହଇରାଣ ହେଉଛନ୍ତି। ତେଣୁ ଜବର ଦଖଲକୁ ତୁରନ୍ତ ହଟାଯିବା ଦରକାର। ବ୍ୟବସାୟୀ ନରୋତ୍ତମ ସାହୁ କହିଛନ୍ତି, ଏହି ହାଟରୁ ବ୍ୟବସାୟୀମାନେ ଭଲ ରୋଜଗାର ପାଉଛନ୍ତି। ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ବାଡ଼ି ପରିବା ବିକି ଲାଭବାନ ହେଉଛନ୍ତି। ତେଣୁ ଯାହା ସମସ୍ୟା ଅଛି ତାହାର ସମାଧାନ କରାଯାଉ। ମାନସ ସାହୁ କହିଛନ୍ତି, ହାଟ ପିଣ୍ଡି ଭାଙ୍ଗିରୁଜି ଯିବା ପରେ ବସିବା ପାଇଁ ବ୍ୟବସାୟୀଙ୍କୁ ଜାଗା ମିଳୁନି। ବର୍ଷା ହେଲେ ସେମାନଙ୍କୁ ହଇରାଣ ହେବାକୁ ପଡ଼ୁଛି। ମହିଳା ବ୍ୟବସାୟୀ ମନ୍ଦୋଦରୀ ପେଣ୍ଠୋଇ କହିଛନ୍ତି, ଘରେ ଘରେ ଶୌଚାଳୟ ନିର୍ମାଣ ପାଇଁ ନାରା ଦିଆଯାଉଥିବା ବେଳେ ପୁରୁଷଙ୍କ ଅପେକ୍ଷା ହାଟ କରିବାକୁ ଆସୁଥିବା ତିନିଗୁଣ ମହିଳାଙ୍କ ପାଇଁ ଶୌଚାଳୟର ସୁବିଧା ନାହିଁ। ଝଗୁଡୁ ବେହେରା କହିଛନ୍ତି, ଏହି ପୁରାତନ ହାଟର ଉନ୍ନତୀକରଣ ଦିଗରେ ଦୃଷ୍ଟି ଦିଆଯାଉ ନ ଥିବାରୁ ବ୍ୟବସାୟୀ ଓ ଖାଉଟିମାନେ ପୂର୍ବପରି ଏଠାକୁ ଆସିବାକୁ ଆଉ ଆଗ୍ରହ ଦେଖାଉନାହାନ୍ତି। ଅନୁଗୋଳରୁ ଆସୁଥିବା ବ୍ୟବସାୟୀ ସୁଧୀର ପାତ୍ର କହିଛନ୍ତି, ୧୯ ବର୍ଷ ହେବ ଦୀର୍ଘ ୫୦ କିମି ଦୂରରୁ ଏଠାକୁ ଆସୁଛି। ହେଲେ ପୂର୍ବରୁ ମିଳୁଥିବା ସୁବିଧା ଆଉ ଉପଲବ୍ଧ ହେଉନାହିଁ। କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଲେ ଭଲ ହୁଅନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri