ଅବହେଳିତ କାଣ୍ଡେ ସାହି: ୪୦ରୁ ଊର୍ଦ୍ଧ୍ୱ ପିଲାଙ୍କ ପାଠପଢାରେ ଡୋରି

ତେଲକୋଇ, ୩୧।୧(ଡି.ଏନ.ଏ.)-ତେଲକୋଇ ଆଦିବାସୀ ବହୁଳ ବହୁ ଅଞ୍ଚଳରେ ଯୋଜନା କରାଯାଉଛି। ତେବେ ଛାମୁଣ୍ଡା ପଞ୍ଚାୟତର ସିରିଆବାହାଳ ଗ୍ରାମ ସଂଲଗ୍ନ ୬ନଂ ୱାର୍ଡ କାଣ୍ଡେ ସାହି ଅବହେଳିତ ହୋଇ ରହିଛି। ସିରିଆବାହାଳ ଗ୍ରାମ ଠାରୁ କାଣ୍ଡେ ସାହି ୨କି.ମି. ରାସ୍ତା। ରାସ୍ତା ମଧ୍ୟରେ ରହିଛି ଦେବତା ନାଳ ଝରଣା ସବୁ ଦିନିଆ ରାସ୍ତା ନଥିବା ଯୋଗୁଁ ଗ୍ରାମରେ ଥିବା ୪୦ରୁ ଊର୍ଦ୍ଧ୍ୱ ଛୁଆଙ୍କ ପାଠପଢାରେ ଡୋରି ଲାଗିଛି। ଉକ୍ତ ବସ୍ତିରେ ୨୫ରୁ ଊର୍ଦ୍ଧ୍ୱ ପରିବାର ଆଦିବାସୀ ଲୋକେ ବସବାସ କରନ୍ତି। ବସ୍ତି ବାସୀନ୍ଦାଙ୍କ ଝରଣା ପାଣି ଚିର ସହଚର। ବସ୍ତିରୁ ପଞ୍ଚାୟତକୁ ଆସିବାକୁ ହେଲେ ୪କି.ମି. ପାଦରେ ଚାଲି ପିଡିଏସ ସାମଗ୍ରୀ ନେଇଥାନ୍ତି। ଗ୍ରାମରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ନଥିବା ଓ ପ୍ରାଥମିକ ସ୍କୁଲ ନ ଥିବା ଯୋଗୁ ଗାଁର ପିଲାମାନେ ପାଠ ପଢ଼ିପାରୁନାହାନ୍ତି। ସମସ୍ତ ପରିବାର ବିପିଏଲଧାରୀ ହୋଇଥିବା ବେଳେ ମାତ୍ର ୪ଜଣଙ୍କୁ ମିଳିଛି ଆବାସ ଯୋଜନା। ସେହିପରି ୧୦ରୁ ଊର୍ଦ୍ଧ୍ୱ ବିଧବା, ବୃଦ୍ଧାବୃଦ୍ଧ ଦୀର୍ଘଦିନ ହେବ ଭତ୍ତା ଅପେକ୍ଷାରେ ବ୍ଲକ ଆସି ନୟାନ୍ତ ହୋଇଥିବା ସ୍ଥାନୀୟ ୱାର୍ଡ ମେମ୍ବର ସୁବାଷ ପାତ୍ର ପ୍ରକାଶ କରିଛନ୍ତି। ସରକାରଙ୍କ ଉଦାସୀନତା ଓ ପଞ୍ଚାୟତ ପ୍ରତିନିଧିଙ୍କ ଅଣଦେଖା ପାଇଁ ଏହି ବସ୍ତି ଅବହେଳିତ ହୋଇପଡିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏସମ୍ପର୍କରେ ସ୍ଥାନୀୟ ସରପଞ୍ଚ କଳ୍ପତରୁ ନାୟକଙ୍କୁ ପଚାରିବାରୁ ସେ କହିଲେ ଯେ, ବସ୍ତିରେ ଗୋଟିଏ ନଳକୂପ ରହିଛି । ତେବେ ଆଉ ଗୋଟିଏ ନଳକୂପ ଯୋଜନା ହୋଇଥିବା ବେଳେ ସିରିଆବାହାଳ ଠାରୁ କାଣ୍ଡେ ସାହି ପାଇଁ ଏମଜିଏନଆରଇଜିଏସ ଯୋଜନାରେ ସବୁଦିନିଆ ରାସ୍ତା ନିର୍ମାଣ ହେବ। ଭତ୍ତା ଆବେଦନ କାରୀ ଭତ୍ତା ପର୍ଯ୍ୟାୟ କ୍ରମେ ପାଇବେ। ଅଙ୍ଗନୱାଡି କେନ୍ଦ୍ର ପାଇଁ ଶିଶୁ ପ୍ରକଳ୍ପ ଅଧିକାରୀଙ୍କ ଠାରେ ଆବେଦନ କରାଯାଇଥିବା ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri