ଅବହେଳିତ ଅବସ୍ଥାରେ ହଦଗଡ଼ ପର୍ଯ୍ୟଟନସ୍ଥଳୀ

ହାଟଡିହୀ, ୬।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ହଦଗଡ଼ ପର୍ଯ୍ୟଟନ ସ୍ଥଳୀ ସାରା ଓଡ଼ିଶାରେ ବେଶ୍‌ ଖ୍ୟାତ। ଶାଳନ୍ଦୀ ଡ୍ୟାମ, ହସ୍ତୀ ଅଭୟ୍ୟାରଣ୍ୟ ଓ ବଣ ପାହାଡ଼ ଘେରା ପ୍ରାକୃତିକ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହି ସ୍ଥାନଟିର ପରିବେଶ ଅତ୍ୟନ୍ତ ଶାନ୍ତ ଏବଂ ମନୋରାମପୂର୍ଣ୍ଣ। ଶୀତଦିନରେ ବଣ ଭୋଜି ଲାଗି ବହୁ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ପ୍ରାୟ ହଜାର ହଜାର ପଯ୍ୟଟକ ଓଡିଶା ତଥା ବାହାରୁ ଏଠାକୁ ବୁଲିଆସିଥାନ୍ତି। ପର୍ଯ୍ୟଟକମାନେ ପ୍ରବେଶ ଶୁଳ୍କ ଦେଉଥିଲେ ମଧ୍ୟ ପ୍ରଶାସନ ତରଫରୁ ସେମାନଙ୍କ ପାଇଁ ସେଭଳି କିଛି ସୁବ୍ୟବସ୍ଥା ନାହିଁ। ସରକାର ପର୍ଯ୍ୟଟନ ସ୍ଥାନ ଗୁଡ଼ିକର ଉନ୍ନତି ଲାଗି ବିଭିନ୍ନ ଯୋଜନା କରୁଥିବାବେଳେ ଏହି ପର୍ଯ୍ୟଟନସ୍ଥଳୀ ଅବହେଳିତ ହୋଇପଡ଼ିଛି।
ଏଠାରେ ପିଇବା ପାଣି ତଥା ଶୌଚ ଯିବା ପାଇଁ ସୁବିଧା ନାହିଁ। ପ୍ରଶାସନ ତରଫରୁ ସେ ସ୍ଥାନଟିକୁ ପରିଷ୍କାର ପରିଚ୍ଛନ୍ନ ପାଇଁ ମଧ୍ୟ କୌଣସି ବ୍ୟବସ୍ଥା କରାଯାଇନାହିଁ। ବର୍ଷା ହେଲେ ପର୍ଯ୍ୟଟକଙ୍କ ଆଶ୍ରୟ ଲାଗି ସେମିତି କିଛି ବ୍ୟବସ୍ଥା ନାହିଁ। ଏଠାରେ ଥିବା ଡାକବଙ୍ଗଳାଟି କେବଳ ଅଫିସର ଓ ରାଜନେତାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଦେଖାଯାଉଛି ା ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳ ପାଲଟିଛି ଏହି ସ୍ଥାନଟି ା ସେମାନେ ଚାନ୍ଦା ମାଗିବା ସହିତ ପର୍ଯ୍ୟଟକଙ୍କୁ ଅଶ୍ଳୀଳ ବ୍ୟବହାର ଦେଖାଉଥିବା ଅଭିଯୋଗ ହେଉଛି। ଶହଶହ ସଂଖ୍ୟାରେ ମହିଳାମାନେ ଆସୁଥିଲେ ମଧ୍ୟ ପ୍ରଶାସନ ତରଫରୁ ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଏଣୁ ଅନେକ ସମୟରେ ଅଘଟଣ ଘଟିଚାଲୁଛି। ଏନେଇ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ନିଜକୁ ଅସୁରକ୍ଷିତ ଭାବୁଛନ୍ତି। ଧୀରେଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି। ଏଣୁ ଏସବୁ ବିଷୟକୁ ଧ୍ୟାନ ଦେଇ ସ୍ଥାନୀୟ ବିଧାୟକ ତଥା ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

ଦ୍ୱିତୀୟ ସ୍ତ୍ରୀଙ୍କୁ ଏସିଡ ମାଡ଼କରି ମାରିଥିଲେ ସ୍ବାମୀ: କୋର୍ଟ ଶୁଣାଇଲେ ଏମିତି ରାୟ 

ବାଲେଶ୍ବର,୧୩।୨(ବାଞ୍ଛାନିଧି ଦେ): ୨୦୨୩ରେ  ବାଲେଶ୍ୱର ସହଦେବଖୁଣ୍ଟା ଥାନା ଭୀମପୁରା ଅଞ୍ଚଳର ମହିଳା ବନିତା ସିଂଙ୍କୁ ଏସିଡ୍‌ ପକାଇ ହତ୍ୟା  ମାମଲାର  ଶୁକ୍ରବାର ରାୟ ପ୍ରକାଶ ପାଇଛି ।…

ଅଧାରେ ରହିଗଲା ତୀର୍ଥଯାତ୍ରା; ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ଉପରେ ଝୁଲିଲା ବସ୍, ୪୦ ଜଣ ଯାତ୍ରୀ…

ବାହାନଗା, ୧୩। ୨(ଅରୂପ କୁମାର ଦାସ ): ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ଓଭର ବ୍ରିଜ ଉପରେ ତ୍ରୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri