ଅନୁଗୋଳ ଅଫିସ, ୧।୫ – ଅନୁଗୋଳ ସହର ଉପକଣ୍ଠ କରଡ଼ାଗାଡ଼ିଆ ଭାଟିରେ ଚୋରା ମଦ କାରବାର ଅଭିଯୋଗରେ ଗିରଫ ହୋଇ ଜେଲ୍ରେ ଥିବା ଜଣାଶୁଣା ବ୍ୟବସାୟୀ ବିକ୍ରମ କିଶୋର ସାହୁଙ୍କ ସମ୍ପର୍କରେ ପ୍ରଶାସନ ପକ୍ଷରୁ ଅଧିକ ଖୋଳତାଡ଼ କରାଯାଉଛି। ଭାଟି ଲାଇସେନ୍ସ ରଦ୍ଦ ପାଇଁ ଅନୁଗୋଳ ପୋଲିସ ପକ୍ଷରୁ ଜିଲାପାଳଙ୍କୁ ସୁପାରିସ କରାଯାଇଥିବା ବେଳେ ଅବକାରୀ ବିଭାଗ ଦେଇଥିବା ରିପୋର୍ଟ ଉପରେ ପ୍ରଶାସନ ତର୍ଜମା କରୁଥିବା ସୂଚନା ମିଳିଛି। ତେବେ ଗିରଫ ହେବା ପରଠାରୁ ବ୍ୟବସାୟୀ ବିକ୍ରମ ଅସୁସ୍ଥ ଥିବା ଦର୍ଶାଇ ଆସୁଥିବା ବେଳେ ଏବେ ତାହାକୁ ଦେଖାଇ ପରିବାର ଲୋକମାନେ ବେଲ୍ ପାଇଁ ଉଦ୍ଦ୍ୟମ କରୁଥିବା ଜଣାପଡ଼ିଛି। ଏପରି କି ଗିରଫ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବିକ୍ରମଙ୍କୁ କଟକ ମେଡିକାଲ ସ୍ଥାନାନ୍ତର ପାଇଁ ସେତେବେଳେ ବିଭିନ୍ନ ମହଲରୁ ଚାପ ପକାଯାଇଥିଲା ବୋଲି ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ତାଙ୍କ ନାମରେ ଥିବା ଦେଶୀ ଭାଟି ଗୁଡ଼ିକ ଉପରେ ପୋଲିସ, ଅବକାରୀ ବିଭାଗ କଡ଼ା ନଜର ରଖିଛି। କେବଳ କରଡ଼ାଗାଡ଼ିଆ ଭାଟିରେ ଏପରି ଚୋରା ମଦ ପ୍ରସ୍ତୁତି ଚାଲିଥିଲା ନା ତାଙ୍କ ମାଲିକାନାରେ ଥିବା ଆଉ କେଉଁ ଭାଟି ଏଥିରେ ସାମିଲ ଥିଲା ତାହାର ଖୋଳତାଡ଼ ପ୍ରଶାସନ କରୁଛି। ଅବକାରୀ ବିଭାଗର ରିପୋର୍ଟ ହସ୍ତଗତ ହୋଇଥିବା ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି କହିବା ସହ ଲାଇସେନ୍ସ ରଦ୍ଦ ସମ୍ପର୍କରେ ତର୍ଜମା କରାଯାଉଥିବା ସୂଚନା ଦେଇଛନ୍ତି। ତେବେ ଜେଲ ସମ୍ମୁଖରେ ବିକ୍ରମଙ୍କ ସମର୍ଥକଙ୍କ ଭିଡ଼ ବଢ଼ୁଥିବାରୁ ଆବଶ୍ୟକ ପଡ଼ିଲେ ପାଟ୍ରୋଲିଂ ବଢ଼ାଯିବ ବୋଲି ଏସ୍ପି ଜଗମୋହନ ମୀନା ପ୍ରକାଶ କରିଛନ୍ତି।
Posted inଅନୁଗୋଳ, ଆମ ଜିଲା ଖବର View All
ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା
ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍ଭି...
ଆର୍ଡିଙ୍କ ଅଚାନକ କଲେଜ ପରିଦର୍ଶନ
ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...
୩ ଦିନ ହେଲା ଅଟକି ରହିଛି ଟ୍ରକ୍, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ
ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...
ସରପଞ୍ଚଙ୍କ ଘରୁ ଲୁଟ୍
ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...
ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍: ଆଉ ତା’ପରେ ଘଟିଗଲା…
ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...
ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର
ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...
ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…
ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...
ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ
ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...
Archives


