Posted inରାଜ୍ୟ

ଅନ୍ୟ ଜାତିରେ ବାହା ହୋଇଥିବାରୁ ଝିଅକୁ ନେଇଗଲେ ବାପଘର ଲୋକେ

ନୟାଗଡ଼ ଅଫିସ,୧୫ା୬: ଅନ୍ୟ ଜାତିରେ ବିବାହ କରିଥିବାରୁ ସ୍ବାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀଙ୍କୁ ତାଙ୍କ ବାପଘର ଲୋକେ ଆସି ନେଇଯାଇଛନ୍ତି। ଏ ନେଇ ସ୍ବାମୀ ଜଣକ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ପାଇନାହାନ୍ତି। ସେହିଭଳି ତାଙ୍କ ସ୍ତ୍ରୀ ୪ ମାସର ଗର୍ଭବତୀ ଥିବାରୁ ଶ୍ୱଶୁର ଘର ଲୋକ ତା’ର ଗର୍ଭପାତ କରାଇ ଦ୍ୱିତୀୟ ବିବାହ କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ସେ ପ୍ରକାଶ କରିଛନ୍ତି। ଏହାସହ ସ୍ତ୍ରୀଙ୍କୁ ତାଙ୍କ ପାଖକୁ ଫେରାଇ ଆଣିବା ପାଇଁ ସେ ଟାଉନ ଥାନାରେ ଜଣାଇଛନ୍ତି। ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ ଲେଙ୍କୁଡ଼ିପଡ଼ା ଗ୍ରାମର ଦିଲୀପ କୁମାର ଗୁରୁଙ୍କ କ୍ଷେତ୍ରରେ ଘଟିଛି ଏଭଳି ଘଟଣା।
ଦିଲୀପ ପୁରୀ ଜିଲା ନିମାପଡ଼ା ଥାନା ଅଞ୍ଚଳର ରୁକସାନ୍‌ ବେଗମ୍‌ଙ୍କୁ ପ୍ରେମ କରୁଥିଲେ। ଉଭୟ ବିବାହ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ। ଦୁହେଁ ଅଲଗା ଜାତିର ହୋଇଥିବାରୁ ଦୁଇ ପରିବାର ଏହାକୁ ବିରୋଧ କରିଥିଲେ। ଏପରିସ୍ଥଳେ ୫ ଫେବୃୟାରୀ ୨୦୧୮ରେ ଉଭୟ ନୟାଗଡ଼ରେ ରେଜିଷ୍ଟ୍ରି ବିବାହ କରିଥିଲେ। ଏହା ପରେ ଦିଲୀପ ରୁକସାନ୍‌ଙ୍କୁ ନିଜ ଘର ଲେଙ୍କୁଡ଼ିପଡ଼ାଠାରେ ରଖିଥିଲେ। ଗୁରୁବାର ଅପରାହ୍ନରେ ଦିଲୀପ ଘରେ ନ ଥିବାବେଳେ ରୁକସାନ୍‌ଙ୍କ ଭାଇ ଓ ଭିଣୋଇ ଆସି ରୁକସାନ୍‌ଙ୍କୁ ନେଇ ପଳାଇ ଯାଇଥିଲେ। ଅଧାବାଟ ଯାଇଥିବା ଖବର ପାଇ ଦିଲୀପ ତାଙ୍କ ପିଛା କରିଥିଲେ। ଶ୍ୱଶୁର ଘର ଲୋକେ ତାଙ୍କୁ ବିରୋଧ କରିଥିଲେ। ଏହା ପରେ ଦିଲୀପ ନିମାପଡ଼ା ଥାନା ଅନ୍ତର୍ଗତ ଚାରିଛକ ଫାଣ୍ଡିରେ ଅଭିଯୋଗ କରିଥିଲେ। ଦିଲୀପ ବହୁ ସମୟ ଧରି ଫାଣ୍ଡିରେ ଅପେକ୍ଷା କରିବା ପରେ ରାତି ୧୦ଟାରେ ରୁକସାନ୍‌ଙ୍କ ଭାଇ ଆସି ଶୁକ୍ରବାର ସକାଳେ ତାଙ୍କ ଭଉଣୀଙ୍କୁ ଥାନାକୁ ଆଣିବେ ବୋଲି ଫାଣ୍ଡି ଅଧିକାରୀଙ୍କୁ କହି ଯାଇଥିଲେ। ରାତି ସାରା ଦିଲୀପ ଫାଣ୍ଡିରେ ଅପେକ୍ଷା କରି ରହିଥିଲେ। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ରୁକସାନ୍‌ଙ୍କ ଭାଇ ଏକୁଟିଆ ଫାଣ୍ଡିକୁ ଆସିଥିଲେ। ଫାଣ୍ଡି ଅଧିକାରୀ ଏହାର ବିଚାର କରାଯିବ କହି ଦିଲୀପଙ୍କୁ ପଠାଇ ଦେଇଥିଲେ। ପରେ ଦିଲୀପ ଅପରାହ୍ନରେ ନୟାଗଡ଼ ଟାଉନ ଥାନାକୁ ଅଭିଯୋଗ ପାଇଁ ଆସିଥିଲେ। ଥାନା ଅଧିକାରୀ ନାହାନ୍ତି, ସନ୍ଧ୍ୟାରେ ଆସିବେ, ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ତାଙ୍କୁ କୁହାଯାଇଥିଲା। ଏପରି କି ଏହି ସମୟରେ ଦିଲୀପଙ୍କୁ ଥାନାର ଜଣେ ଏଏସ୍‌ଆଇ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି। ସନ୍ଧ୍ୟା ୭ଟାରେ ଥାନା ଅଧିକାରୀ ଆସି ଦିଲୀପଙ୍କୁ ଏହାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ସେ ନ୍ୟାୟ ନ ପାଇଲା ପର୍ଯ୍ୟନ୍ତ ଥାନାରେ ଅପେକ୍ଷା କରିବେ ବୋଲି ପ୍ରକାଶ କରିଛନ୍ତି। ଏ ନେଇ ନୟାଗଡ଼ ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି କହନ୍ତି, ଅଭିଯୋଗ ପାଇବା ପରେ ଏହାର ତଦନ୍ତ କରାଯାଉଛି। ଝିଅ ନିଜ ଇଚ୍ଛାରେ ଯାଇଛି ନା ତାକୁ ଅପହରଣ କରି ନିଆଯାଇଛି ତାହା ଜଣାପଡିବା ପରେ ମାମାଲା ରୁଜୁ କରାଯିବ ବୋଲି ସେ ପ୍ରକାଶ କରିଥିଲେ। ଅନ୍ୟପଟେ ନୟାଗଡ଼ ଚାଇଲ୍ଡ ଲାଇନ୍‌ର ସଦସ୍ୟ ଲେଙ୍କୁଡ଼ିପଡ଼ା ଗ୍ରାମରେ ପହଞ୍ଚି ଅଙ୍ଗନୱାଡ଼ି ର୍କମୀଙ୍କଠାରୁ ଝିଅଟି ୪ ମାସର ଗର୍ଭବତୀ ଥିବା ଜାଣିବାକୁ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ନବୀନ

ଭୁବନେଶ୍ୱର,୩୦।୪: ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ଦଳୀୟ କର୍ମୀ ଓ ହଜାର ହଜାର...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଟ୍ବିନ୍‌ ସିଟିକୁ ରେର୍ଡ ଆର୍ଲଟ୍‌ ଜାରି

ଭୁବନେଶ୍ୱର,୩୦।୪: ରାଜ୍ୟରେ ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଏବେ ଆହୁରି ୪ଦିନ ଏପରିସ୍ଥିତି ଲାଗି ରହିବା ସମ୍ଭାବନା ଥିବାବେଳେ ଆସନ୍ତା ଦୁଇଦିନ ଭୀଷଣ...

ବିଜେଡି ବିଧାୟକଙ୍କ ରାଲିରେ ମାଡିଗଲା ଟ୍ରକ୍‌: ୩ ଆହତ

ଭୁବନେଶ୍ୱର,୩୦।୪: କଟକ ଜିଲା ବଡମ୍ବାରେ ବିଜେଡି ବିଧାୟକଙ୍କ ରାଲି ଉପରକୁ ମାଡିଗଲା ଟ୍ରକ୍‌। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ବଡମ୍ବା...

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ପୁଳାପୁଳା ଟଙ୍କା

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମଙ୍ଗଳବାର ପୁଳାପୁଳା ଟଙ୍କା ଜବତ ହୋଇଛି। ଏହା ୭୫ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ଦୁଇ ଜଣ...

‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’

ଭୁବନେଶ୍ୱର, ୩୦।୪ (ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ୧୦୦ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରିକାଳୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri