Posted inରାଜ୍ୟ

ଅନ୍ତର୍ଜାତୀୟ ବିମାନ ସେବା: ଓଡ଼ିଶା ସ୍ବାର୍ଥକୁ ଅଣଦେଖା, ଆଗ୍ରହୀ ସଂସ୍ଥାକୁ ମିଳୁନି ଅନୁମତି

ଭୁବନେଶ୍ୱର,୨୦।୫(ବ୍ୟୁରୋ) : ଭାରତକୁ ଶ୍ରୀଲଙ୍କା, ବାଂଲାଦେଶ, ଯୁକ୍ତରାଷ୍ଟ ଆମେରିକା, ବ୍ରିଟେନ୍‌, କାନାଡା, ଅଷ୍ଟ୍ରେଲିଆ, ମାଲେସିଆ, ଜର୍ମାନୀ, ଫ୍ରାନ୍ସ ଭଳି ରାଷ୍ଟ୍ରରୁ ସର୍ବାଧିକ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି। ଏହି ରାଷ୍ଟ୍ର ଗୁଡ଼ିକରୁ ଆସୁଥିବା ପର୍ଯ୍ୟଟକମାନେ ସିଧା ବିମାନ ଯୋଗାଯୋଗ ଥିବା ରାଜ୍ୟଗୁଡ଼ିକୁ ଭ୍ରମଣ କରିବାକୁ ଅଧିକ ପସନ୍ଦ କରିଥାନ୍ତି। ଏ କ୍ଷେତ୍ରରେ ଓଡ଼ିଶା ବହୁ ପଛରେ ରହିଛି। ଓଡ଼ିଶାରେ ସିଧାସଳଖ ଅନ୍ତର୍ଜାତୀୟ ବିମାନ ସେବା କିଭଳି ଅଧିକ ଉପଲବ୍ଧ ହେବ ସେନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତତ୍ପର ଥିବାଭଳି ମନେ ହେଉନାହିଁ। କାରଣ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବିଶ୍ୱସ୍ତରୀୟ ବିମାନସେବା ଯୋଗାଇଦେବାକୁ ସିଙ୍ଗାପୁର ଏୟାରଲାଇନ୍ସ ଓ ଶ୍ରୀଲଙ୍କା ଏୟାରଲାଇନ୍ସ ଆଗ୍ରହ ଦେଖାଇଛନ୍ତିି। କିନ୍ତୁ ସେହି ପ୍ରସ୍ତାବ ମନ୍ତ୍ରଣାଳୟରେ ଅଟକି ରହିଛି। ୨ ଆଗ୍ରହୀ ସଂସ୍ଥାକୁ ଅନୁମତି ମିଳୁ ନ ଥିବାରୁ ଓଡ଼ିଶା ଏକ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିବାକୁ ଯାଉଛି। ବିମାନ ବନ୍ଦର ତଥ୍ୟ ମୁତାବକ ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ସର୍ବାଧିକ ୪୩.୧%, ମୁମ୍ବାଇ ଛତ୍ରପତି ଶିବାଜୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ୧୮.୫%, ଗୋଆ ୭.୯%, ଚେନ୍ନାଇ ୬.୮%, ବାଙ୍ଗାଲୋର ୬.୫%, କଲିକତା ୨.୭%, କୋଚିନ୍‌ ବିମାନ ବନ୍ଦର ୨.୪% ବିଦେଶୀ ପର୍ଯ୍ୟଟକ ଗ୍ରହଣ କରିଥାଏ। ହେଲେ ଓଡ଼ିଶାରେ ଏହା ଯଥେଷ୍ଟ କମ୍‌। ଭାରତକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରୁ ୧ ପ୍ରତିଶତ ବି ଓଡ଼ିଶାକୁ ଆସି ନ ଥାନ୍ତି, ଯାହାର ପ୍ରମୁଖ କାରଣ ବିଦେଶକୁ ସିଧା ବିମାନ ଚଳାଚଳର ସମସ୍ୟା। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବର୍ତ୍ତମାନ କେବଳ ମାଲେସିଆର କୁଆଲାଲମ୍‌ପୁର ଏବଂ ଥାଇଲାଣ୍ଡର ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ଚଳାଚଳ କରୁଛି। ଅନ୍ୟପକ୍ଷରେ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଭଳି ରାଜ୍ୟ ଏକ୍ଷେତ୍ରରେ ବେଶ୍‌ ଆଗରେ ରହିଛନ୍ତି।
ଇଣ୍ଟରନ୍ୟାଶନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏଶନ(ଆଇଏଟିଏ) ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଭାରତରେ ବିମାନ ଚଳାଚଳ କରୁଥିବା ପଥ ଗତ କିଛିବର୍ଷ ମଧ୍ୟରେ ୨୦ ପ୍ରତିଶତ ବୃଦ୍ଧି ପାଇବା ଦ୍ୱାରା ଏହା ପର୍ଯ୍ୟଟନ ଓ ପର୍ଯ୍ୟଟକ ବୃଦ୍ଧିରେ ବିଶେଷ ସହାୟକ ହୋଇପାରିଛି। ହେଲେ ରାଜନୈତିକ ପ୍ରତିବନ୍ଧକ ଯୋଗୁ ଓଡ଼ିଶାକୁ ଏହାର ସୁଫଳ ମିଳିପାରିନାହିଁ। ଅଧିକରୁ ଅଧିକ ଅନ୍ତର୍ଜାତୀୟ ବିମାନ ସେବା ପାଇଁ ବାରମ୍ବାର ଓଡ଼ିଶା ଦାବି କରିଆସୁଥିଲେ ମଧ୍ୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହାକୁ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହୋଇଛି। ଏପରିକି ସିଙ୍ଗାପୁର ଓ ଶ୍ରୀଲଙ୍କା ଏୟାରଲାଇନ୍ସ ଭୁବନେଶ୍ୱରରେ ନିଜ ସେବା ଯୋଗାଇଦେବାକୁ ଆଗ୍ରହୀ ଥିଲେ ମଧ୍ୟ ମନ୍ତ୍ରଣାଳୟ ଏଠାରେ ବିମାନ ଅବତରଣ ପାଇଁ ଅନୁମତି ଦେଉ ନ ଥିବା ରାଜ୍ୟ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ଜଣେ ବରିଷ୍ଠ ବ୍ୟକ୍ତି କହିଛନ୍ତି।
ଅନ୍ୟପକ୍ଷରେ ଡୋମେଷ୍ଟିକ୍‌ ଫ୍ଲାଇଟ୍‌ କ୍ଷେତ୍ରରେ ମଧ୍ୟ ଓଡ଼ିଶା ବହୁପଛରେ ପଡ଼ିଛି। ବାରାଣସୀ, ବୋଧଗୟା, ପୁଣେ ଓ ଅହମ୍ମଦାବାଦକୁ ଏବେ ସିଧା ବିମାନ ଯୋଗାଯୋଗ ନ ଥିବାରୁ ଓଡ଼ିଶା ବହୁ ପର୍ଯ୍ୟଟକ ହରାଉଛି। ଏନେଇ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏଶନ ଏବଂ ଟୁର୍‌ ଅପରେଟର୍ସ ଆସୋସିଏଶନ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଛି। ଗୋଟିଏ ପଟେ ବାତ୍ୟା ଫନୀରେ ରାଜ୍ୟ ପର୍ଯ୍ୟଟନ ଶିଳ୍ପର ମେରୁଦଣ୍ଡ ଦୋହଲି ଯାଇଥିବା ବେଳେ କମ୍‌ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ହୋଟେଲିୟର ଏବଂ ଟୁର୍‌ ଅପରେଟର୍‌ଙ୍କୁ ନିରାଶ କରିଛି। ଏଭଳିସ୍ଥଳେ ନୂଆ ବିମାନ ସେବା ଆରମ୍ଭ ହେଲେ ସ୍ଥିତି ସୁଧୁରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଗୁଜରାଟର କମ୍ପାନୀରେ କାମ କରୁଥିଲେ ଯୋଗେନ୍ଦ୍ର, ଡ୍ୟୁଟିରୁ ଫେରିବାବେଳେ ଘଟିଲା…

ଦିଗପହଣ୍ଡି,୨୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମର ଯୋଗେନ୍ଦ୍ର ପ୍ରଧାନ(୫୫)ଙ୍କ ଗୁଜରାଟର ପାଟଣା ସହରରେ ମୃତ୍ୟୁ ଘଟିଛି। ଶନିବାର ମଧ୍ୟାହ୍ନରେ ତାଙ୍କ ମୃତଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri