ଅନୁଭୂତିରେ ବାଲିଯାତ୍ରା: ପାଦ ଥକିଯାଏ, ମନ ଥକେନି

କଟକ ଅଫିସ,୫ା୧୧: ବାଲିଯାତ୍ରାରେ ବୁଲିଲେ ପାଦ ଥକି ଯାଏ, ମନ କେବେ ଥକେନି। ଯେହେତୁ ମୁଁ ଜଣେ କଟକବାସୀ, ଏଣୁ ପ୍ରତିବର୍ଷ ବାଲିଯାତ୍ରା ଯିବା ଥୟ। ଏବେ ସେ ବଳ ବୟସ ନାହିଁ। ତଥାପି ବାଲିଯାତ୍ରା ବୁଲିବା ମଜା ସେମିତି ହିଁ ସତେଜ ଅଛି। ଦିନ ଥିଲା ଏହି ଯାତ୍ରାର ମଞ୍ଚରେ ଅଭିନୟ କରିଥିଲି। ବର୍ଷ ମନେ ନାହିଁ, ହେଲେ ସେ ଅଭିନୟ ବିଷୟରେ ଟିକିନିକି କଥା ମନେ ଅଛି। ଗୀତିନାଟ୍ୟର ନଁା ଥିଲା କର୍ନ-ଅର୍ଜୁନ। ଏଥିରେ ମୁଁ ଅର୍ଜୁନ ଭୂମିକାରେ ଅଭିନୟ କରିଥିଲି। ଯାତ୍ରା ବୁଲି ଆସିଥିବା ଲୋକମାନେ ଏହାକୁ ବେଶ୍‌ ପସନ୍ଦ କରିଥିଲେ। ‘ଅନୁଭୂତିରେ ବାଲିଯାତ୍ରା’ ସ୍ତମ୍ଭରେ ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କାଙ୍କ ସହ କିଛି କଥା…
ବାଲିଯାତ୍ରା କଟକିଆଙ୍କ ପାଇଁ ଏକ ମହାନ ପର୍ବ। ମୁଁ ଜଣେ କଟକିଆ ଭାବେ ସବୁବେଳେ ଗର୍ବ ଅନୁଭବ କରେ। ଯାତ୍ରାକୁ ନେଇ ସମସ୍ତଙ୍କ ମନରେ ଆଗ୍ରହ ଭରି ରହିଥାଏ। ୧୯୬୫ରୁ କେବେ ବି ବାଲିଯାତ୍ରା ବୁଲି ଯିବାକୁ ଭୁଲିଯାଇନି। ସେତେବେଳେ ଆମେ ସବୁ ସାଙ୍ଗ ମିଶି ଡ୍ରାମା କରୁ। ଡ୍ରାମା ସାରି ବାଲିଯାତ୍ରା ବୁଲିବାକୁ ସମସ୍ତଙ୍କ ମନରେ ଆଗ୍ରହ ବଢିଥାଏ। ଯେତେଦିନ ବାଲିଯାତ୍ରା ଚାଲିଥାଏ ସେତେଦିନ ସାଙ୍ଗମାନଙ୍କ ଭିତରେ ସିଝାଅଣ୍ଡା, ଠୁଙ୍କାପୁରି ସହିତ ତରକାରି ଖାଇବାକୁ ପ୍ରତିଯୋଗିତା ଚାଲେ। ବାଲା ସାହୁ ଦୋକାନରୁ ଠୁଙ୍କାପୁରି ଖାଇବାକୁ ଭିଡ ଜମୁଥିଲା। ପଡିଆରେ ବହୁ ଧୂଳି ଉଡୁଥାଏ, ସେହି ଧୂଳିରେ ବି ମହା ଆନନ୍ଦ ପାଉଥିଲୁ। ସେତେବେଳର ବାଲିଯାତ୍ରା ଆଉ ଏବେକାର ବାଲିଯାତ୍ରା ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି। ଏବେ ଏହା ବାଣିଜ୍ୟ ମେଳାର ରୂପ ନେଉଛି। ମୋ ସମୟରେ ଲୋକମାନେ ନିଜ ଦୈନଦିନ ଜୀବନରୁ ସମୟ ବାହାର କରି ଖୁସି ମନାଇବାକୁ ବାଲିଯାତ୍ରା ଆସୁଥିଲେ। ଏବେର ବାଲିଯାତ୍ରା ବ୍ୟବସାୟିକ ଢଙ୍ଗ ଆଡକୁ ଗତି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

ବନ୍ଧୁକ ଦେଖାଇ ସୃଷ୍ଟି କରୁଥିଲେ ଆତଙ୍କ: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା,୧୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜୁନାଗଡ଼ ପୋଲିସ ଏକ ଡକାୟତି ମାମଲାରେ ୩ ଜଣଙ୍କୁ ଗିରଫ କରି ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ବେଆଇନ ବାଲି ଉତ୍ତୋଳନକୁ ନେଇ ତୁମୁଳକାଣ୍ଡ, ମାଫିଆଙ୍କ ଆକ୍ରମଣରେ ୨ ଆହତ

ପାଟଣା,୧୭ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରପଡ଼ା ପଞ୍ଚାୟତ ନୂଆପଡ଼ା ବୈତରଣୀ ନଦୀଘାଟରୁ ମଙ୍ଗଳବାର ରାତ୍ରି ବେଆଇନ ବାଲି ଉତ୍ତୋଲାନକୁ ନେଇ ତୁମୁଳ କାଣ୍ଡ...

ସାଇନ୍‌ବୋର୍ଡ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ ଉତ୍ତେଜନା

କୋଟପାଡ଼,୧୭ା୧୨(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ଧାମନାହାଣ୍ଡି ପଞ୍ଚୟତର ୬୩ ନଂ ଜାତୀୟ ରାଜପଥ ୬୩ ପାର୍ଶ୍ୱ ଗାନ୍ଧୀନଗରର ଆବାସିକ ବିଦ୍ୟାଳୟ ପରିସରରେ ପୁରାତନ ୩...

ହସ୍ପିଟାଲରେ ଭର୍ତ୍ତି ହେଲେ ଯଶସ୍ବୀ ଜୟସ୍ବାଲ, ହଠାତ୍ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ,୧୭ା୧୨: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କୁ ପୁଣେର ଆଦିତ୍ୟ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହରିୟାଣା ବିପକ୍ଷରେ ସୟଦ ମୁସ୍ତାକ ଅଲି ଟ୍ରଫି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri