ଅନୁଗୋଳରେ ନାହିଁ ପର୍ଯ୍ୟାପ୍ତ ପିପିଇ

ଅନୁଗୋଳ ଅଫିସ, ୫।୪- କରୋନା ଆକ୍ରାନ୍ତଙ୍କ ଚିକିତ୍ସା ବେଳେ ଡାକ୍ତର, ନର୍ସ ଓ ଅନ୍ୟ ସହଯୋଗୀମାନେ ପର୍ସନାଲ ପ୍ରୋଟେକ୍‌ଶନ୍‌ ଇକ୍ୟୁପମେଣ୍ଟ(ପିପିଇ) ପିନ୍ଧିବା ଜରୁରୀ। ନଚେତ ସେମାନେ ମଧ୍ୟ ଏହି ମାରାତ୍ମକ ଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ଭୟ ରହିଛି। କିନ୍ତୁ ଅନୁଗୋଳ ଜିଲାରେ ଏହି ପିପିଇ ଏବେ ପର୍ଯ୍ୟାପ୍ତ ପରିମାଣର ନାହିଁ। ଯଦିଓ ଏଯାଏ ଜିଲାର କୌଣସି ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇନାହାନ୍ତି ତଥାପି ଦୈନିକ ସନ୍ଦିଗ୍ଧଙ୍କ ସଂଖ୍ୟା ମେଡିକାଲଗୁଡ଼ିକରେ ବଢ଼ୁଥିବାରୁ ଡାକ୍ତର ଓ ନର୍ସଙ୍କ ପାଇଁ ପିପିଇର ଅଧିକ ଆବଶ୍ୟକତା ରହିଛି। ହେଲେ ଆଗୁଆ ପ୍ରସ୍ତୁତି କରିବା ପରିବର୍ତ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଏଥିପାଇଁ ଅର୍ଡର ଦିଆଯାଇଥିବା ସୂଚନା ମିଳିଛି।
ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଜିଲାର ୨୨୫ଟି ପଞ୍ଚାୟତ ସହ ଦୁଇଟି ପୌରପାଳିକା ଓ ଗୋଟିଏ ଏନ୍‌ଏସିରେ ୨୩୫ଟି କ୍ବାରାଣ୍ଟାଇନ୍‌ ସେଣ୍ଟର ଖୋଲାଯାଇଛି। ପ୍ରତି ପଞ୍ଚାୟତରେ ମଧ୍ୟ ଗୋଟିଏ ଲେଖାଏ ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରାଯାଇଛି। ଏସବୁ ସେଣ୍ଟରରେ ବହୁ ଲୋକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟରେ କରୋନା ୱାର୍ଡ ଖୋଲାଯାଇଥିବା ବେଳେ ଦୈନିକ ସନ୍ଦିଗ୍ଧମାନେ ଏଠାକୁ ଚିକିତ୍ସା ଓ ରକ୍ତ ପରୀକ୍ଷା ପାଇଁ ଆସୁଛନ୍ତି। କିନ୍ତୁ ଏଯାଏ ଡାକ୍ତର ଓ ନର୍ସମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ପିପିଇ ଯୋଗାଇ ଦିଆଯାଇ ନ ଥିବାରୁ ସେମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, ବ୍ଲକରେ ଖୋଲାଯାଇଥିବା କ୍ବାରାଣ୍ଟାଇନ୍‌ ସେଣ୍ଟର ଓ ଅସ୍ଥାୟୀ ମେଡିକାଲ କ୍ୟାମ୍ପଗୁଡ଼ିକରେ ପିପିଇର ଆବଶ୍ୟକତା ନାହିଁ। କେବଳ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ଏହା ଯୋଗାଇ ଦିଆଯିବ। ଏବେ ମେଡିକାଲରେ ଯେତିକି ପିପିଇ ରହିଛି, ସେଥିରେ କାମ କରାଯାଉଛି। ଆବଶ୍ୟକତା ଅନୁଯାୟୀ ଅଧିକ ପିପିଇ ଆଣିବାକୁ ଜିଲା ମୁଖ୍ୟ ଚିକିତ୍ସାଧାରୀଙ୍କୁ କୁହାଯାଇଥିବା ଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri