ଅନୁଗୋଳ ସ୍ବୟଂଶାସିତ ମହାବିଦ୍ୟାଳୟ : ସ୍ନାତକରେ ୮୫.୫୩, ସ୍ନାତକୋତ୍ତରରେ ୯୭.୮୭% ରେଜଲ୍ଟ

ଅନୁଗୋଳ ଅଫିସ,୮।୬- ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକ ଓ ୫ଟି ସ୍ନାତକୋତ୍ତର ବିଭାଗ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। କଳାରେ ପାସ୍‌ ହାର ୮୫.୩୧ ଥିବାବେଳେ ବିଜ୍ଞାନରେ ୯୨.୮୩ ଏବଂ ବାଣିଜ୍ୟରେ ୭୧.୮୩ ପ୍ରତିଶତ ରହିଛି। ସ୍ନାତକର ମୋଟ୍‌ ୭୮୧ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୫.୫୩ ପ୍ରତିଶତ ଅର୍ଥାତ୍‌ ୬୬୮ ଜଣ ପାସ୍‌ କରିଛନ୍ତି। ସେହିଭଳି ସ୍ନାତକୋତ୍ତରରେ ୯୪ ଜଣଙ୍କ ମଧ୍ୟରୁ ୯୨ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ସ୍ନାତକୋତ୍ତରରେ ପାସ୍‌ ହାର ୯୭.୮୭ ପ୍ରତିଶତ ଥିବା ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ଗଙ୍ଗାଧର କର ସୂଚନା ଦେଇଛନ୍ତି।
ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ସ୍ନାତକରେ ପାସ୍‌ ହାର ସାମାନ୍ୟ ଅଧିକ ଥିବାବେଳେ ସ୍ନାତକୋତ୍ତରରେ ୭ ପ୍ରତିଶତ ବୃଦ୍ଧି ପାଇଛି। କଳାରେ ସୁବ୍ରତ ପ୍ରଧାନ ୨୦୩୫ ନମ୍ବର ସହ ୮.୫୦ ସିଜିପିଏ ସ୍କୋର ରଖି ଟପ୍ପର ହୋଇଛନ୍ତି। ବିଜ୍ଞାନରେ ମଧୁସ୍ମିତା ବେହେରା ୨୩୪୦ ନମ୍ବର ସହ ୯.୬୨ ସିଜିପିଏ ସ୍କୋର ଓ ବାଣିଜ୍ୟରେ ଗୁରୁପ୍ରସାଦ ସାହୁ ୧୯୪୦ ନମ୍ବର ସହ ୮.୧୪ ସିଜିପିଏ ସ୍କୋର ରଖି ଟପ୍ପର ହୋଇଛନ୍ତି। ଏଥିସହ ସ୍ନାତକୋତ୍ତରରେ ଟପ୍ପର ହୋଇଥିବା ଛାତ୍ରୀଛାତ୍ରଙ୍କ ନାମ ମଧ୍ୟ ଘୋଷଣା ହୋଇଛି। ଚଳିତବର୍ଷ ସ୍ନାତକର ମୋଟ ୧୮ଟି ବିଭାଗର ଟପ୍ପରଙ୍କ ମଧ୍ୟରେ ୧୩ ଛାତ୍ରୀ ଥିବାବେଳେ ୫ ଛାତ୍ର ଅଛନ୍ତି। ଓଡ଼ିଆ ବିଭାଗରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ଶିକ୍ଷା, ଭୂଗୋଳ, ରାଜନୀତି ବିଜ୍ଞାନ, ବଟନୀ, ଜୁଲୋଜି, ପଦାର୍ଥ ବିଜ୍ଞାନ, କମ୍ପ୍ୟୁଟର ସାଇନ୍ସ ଏବଂ ପ୍ରାଣୀ ବିଜ୍ଞାନ ବିଭାଗ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ସଫଳତା ହାସଲ କରିଛି। ଇତିହାସ ବିଭାଗର ସଫଳତା ହାର ୭୯.୫୫ ପ୍ରତିଶତ ରହିଛି। ଭୂଗୋଳରେ ପାସ୍‌ ହାର ୯୪.୧୨, ସଂସ୍କୃତରେ ୮୧.୨୫, ଅର୍ଥନୀତିରେ ୬୮.୨୯, ଇଂଲିଶରେ ୮୦ ପ୍ରତିଶତ, ଶିକ୍ଷା ବିଭାଗରେ ୯୬.୮୮, ଦର୍ଶନଶାସ୍ତ୍ରରେ ୭୫, ରାଜନୀତି ବିଜ୍ଞାନ ବିଭାଗରେ ୯୭.୯୨ ପ୍ରତିଶତ, ସାମାଜିକ ବିଜ୍ଞାନ ବିଭାଗର ପାସ୍‌ ହାର ୭୬.୯୨ ପ୍ରତିଶତ ରହିଛି। ସେହିପରି କଳାର ଗଣିତରେ ପାସ ହାର ୮୫.୭୧ ପ୍ରତିଶତ ରହିଛି। ବିଜ୍ଞାନ ଷ୍ଟ୍ରିମ୍‌ର ଫିଜିକ୍ସ ବିଭାଗରେ ପାସ ହାର ୯୨.୫୯ ପ୍ରତିଶତ ରହିଛି। କମ୍ପୁଟର୍‌ ବିଜ୍ଞାନ ବିଭାଗରେ ୯୦.୬୩, ବଟନିରେ ୯୩.୪୪, ଗଣିତରେ ୮୫.୨୯, କେମେଷ୍ଟ୍ରିରେ ୯୮.୧୧, ଜୁଲୋଜିରେ ୯୪.୫୫ ପ୍ରତିଶତ ପାସ ହାର ରହିଛି। ବାଣିଜ୍ୟ ବିଭାଗରେ ପାସ୍‌ ହାର ୭୧.୮୪ ପ୍ରତିଶତ ରହିଛି। ବିଭାଗରେ ମୋଟ୍‌ ୧୭୪ ଜଣ ପରୀକ୍ଷା ଦେଇଥିବାବେଳେ ୪୧ ଜଣ ପ୍ରଥମ ଶ୍ରେଣୀ ଓ ୮୪ ଜଣ ଦ୍ୱିତୀୟ ଶ୍ରେଣୀ ପାସ୍‌ କରିଛନ୍ତି ବୋଲି ମହାବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ମନୋରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।
ସେହିପରି ସ୍ନାତକୋତ୍ତରରେ ପଦାର୍ଥ ବିଜ୍ଞାନ ବିଭାଗରେ ୧୬ ଜଣ ପରୀକ୍ଷା ଦେଇଥିବାବେଳେ ସମସ୍ତେ ପାସ୍‌ କରିଛନ୍ତି। ସବ୍ୟସଚୀ ମଇସାଲ ୧୬୧୮ ନମ୍ବର ସହ ୯.୬୨ ସିଜିପିଏ ସ୍କୋର କରି ବିଭାଗର ଟପ୍ପର ହୋଇଛନ୍ତି। ପ୍ରାଣୀ ବିଜ୍ଞାନ ବିଭାଗରେ ଶତପ୍ରତିଶତ ପିଲା ପାସ୍‌ କରିଥିବା ବେଳେ ସିଲଭା ସାହୁ ୧୮୧୫ ନମ୍ବର ସହ ୮.୯୬ ସିଜିପିଏ ସ୍କୋର କରି ଟପ୍ପର ହୋଇଛନ୍ତି। ଖଣିଜ ଅର୍ଥନୀତିରେ ୧୨ ଜଣଙ୍କ ମଧ୍ୟରୁ ୧୧ ଜଣ ପାସ୍‌ କରିଛନ୍ତି। ସମୁଦାୟ ୧୪୫୬ ନମ୍ବର ସହ ୭.୯ ସିଜିପିଏ ସ୍କୋର କରି ବିଭାଗୀୟ ଟପ୍ପର ହୋଇଛନ୍ତି ମାନସୀ ବେହେରା। ଓଡ଼ିଆ ବିଭାଗରେ ସମସ୍ତ ୨୯ଜଣ ପାସ୍‌ କରିଥିବା ବେଳେ ୧୪୨୮ ନମ୍ବର ସହ ୮.୫ ସିଜିପିଏ ସ୍କୋର କରି ବିଭାଗୀୟ ଟପ୍ପର ହୋଇଛନ୍ତି ଅଞ୍ଜନା ସାହୁ। ରାଜନୀତି ବିଜ୍ଞାନରେ ୨୮ ଜଣଙ୍କ ମଧ୍ୟରୁ ୨୭ଜଣ ପାସ୍‌ କରିଛନ୍ତି। ୧୫୧୭ ନମ୍ବର ସହ ୮.୧୫ ସିଜିପିଏ ସ୍କୋର କରିଥିବା ସୁଚିତ୍ର ଜେନା ବିଭାଗୀୟ ଟପ୍ପର ହୋଇଥିବା ପରୀକ୍ଷା ନିୟନ୍ତ୍ରକ ମିଶ୍ର ସୂଚନା ଦେଇଛନ୍ତି। ଏହି ପରୀକ୍ଷା ଫଳ ପ୍ରକାଶ ସମୟରେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ସମେତ ପରୀକ୍ଷା ନିୟନ୍ତ୍ରକ, ଡେପୁଟି ନିୟନ୍ତ୍ରକ ନୀଳାଞ୍ଚଳ ପଟେଲ, ସୁରେଶ ରାଜହଂସ, ପ୍ରଫେସର ବୀର କିଶୋର ରାଜ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

ବିବାହ ଭୋଜି ଖାଇ ଫେରିବାବେଳେ ଟ୍ରକ୍‌ ପଛରେ ପିଟିହେଲା କାର୍‌, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସହ…

ଅନୁଗୋଳ,୨୧ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri