Posted inଜାତୀୟ

ଅନିଶ୍ଚିତତାରେ ରାହୁଲଙ୍କ ଟିମ୍‌ ଭବିଷ୍ୟତ

ନୂଆଦିଲ୍ଲୀ,୮ା୭(ପି.ଟି.): ଲୋକ ସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ଏବଂ କ୍ରମାଗତ ଭାବେ ଅନେକ ନେତାଙ୍କ ଇସ୍ତଫା ପରେ ଦଳରେ ଏବେ ଭିନ୍ନ ହାଓ୍ବା ବହୁଛି। ରାହୁଲ ଗାନ୍ଧୀଙ୍କ ଟିମ୍‌ରେ ପ୍ରମୁଖ ଭୂମିକାରେ ଥିବା ଆଗଧାଡ଼ିର ସଦସ୍ୟମାନଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବା କୁହାଯାଉଛି। ଦଳର ପରାଜୟ ପାଇଁ ନୈତିକତା ଦୃଷ୍ଟିରୁ ନିଜକୁ ଦାୟୀ କରି ଅଧ୍ୟକ୍ଷ ପଦରୁ ରାହୁଲ ଇସ୍ତଫା ଦେବା ପରେ ତାଙ୍କର ଘନିଷ୍ଠମାନେ ପଦ ଛାଡିବା ଆରମ୍ଭ କରିଛନ୍ତି।
ରବିବାର ଏଆଇସିସି ସାଧାରଣ ସମ୍ପାଦକ ପଦରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ମୁମ୍ବାଇ କଂଗ୍ରେସ ସଭାପତି ପଦରୁ ମିଲିନ୍ଦ ଦେଓରା ଇସ୍ତଫା ଦେଇଛନ୍ତି। ଉଭୟ ରାହୁଲଙ୍କର ଏକାନ୍ତ ବିଶ୍ୱସ୍ତ। ପୂର୍ବରୁ ଯୁବ କଂଗ୍ରେସ ସଭାପତି ପଦରୁ କେଶବ ଚନ୍ଦ୍ର ଯାଦବ ଏବଂ ଏଆଇସିସି ଅନୁସୂଚିତ ଜାତି ସେଲ୍‌ର ସଭାପତି ପଦରୁ ନୀତିନ ରାଉତ ଇସ୍ତଫା ଦେଇଥିଲେ। ରାହୁଲଙ୍କ ଅନ୍ୟ ଯେଉଁ ଅନୁଗତମାନେ ଇସ୍ତଫା ଦେଇଛନ୍ତି, ସେମାନେ ହେଲେ ତେଲେଙ୍ଗାନା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଉତ୍ତମ ରେଡ୍ଡୀ, ଗୋଆ କଂଗ୍ରେସ ସଭାପତି ଗିରୀଶ ଦୋଡନକର, ଦିଲ୍ଲୀ କଂଗ୍ରେସର କାର୍ଯ୍ୟକାରୀ ସଭାପତି ରାଜେଶ ଲିଲୋଥିଆ।ଏମାନଙ୍କ ବ୍ୟତୀତ ଆହୁରି ଅନେକ ନେତା ମଧ୍ୟ ଦଳୀୟ ପଦବୀ ତ୍ୟାଗ କରିଛନ୍ତି। କୌଣସି ଯୋଜନା ନ କରି ରାହୁଲ ହଠାତ୍‌ ଅଧ୍ୟକ୍ଷ ପଦ ଛାଡ଼ିବା ପରେ ତାଙ୍କ ଟିମ୍‌ର ସଦସ୍ୟମାନଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଥିବା ଦଳ ଭିତରେ ଚର୍ଚ୍ଚା ହେଉଛି। ରାହୁଲଙ୍କୁ ଇସ୍ତଫା ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଅନୁରୋଧ କରିଆସୁଥିବା ଅଧିକାଂଶ ନେତାଙ୍କ ଭବିଷ୍ୟତ ତାଙ୍କ ଉପସ୍ଥିତି ଉପରେ ନିର୍ଭର କରୁଥିଲା। ଏବେ ସେମାନେ ସମ୍ପୂର୍ଣ୍ଣ ଦିଶାହୀନ ହୋଇପଡିଥିବା ଅନୁଭବ କରୁଛନ୍ତି। ଆଗକୁ କ’ଣ ହେଉଛି ତାହା ଦେଖିବାକୁ ବାକି ରହିଲା ବୋଲି ପଦ ଛାଡିଥିବା ଜଣେ ଯୁବ ନେତା କହିଛନ୍ତି।
ନୂଆ ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ତାଙ୍କ ନେତୃତ୍ୱରେ ରାହୁଲଙ୍କ ଅନୁଗତ ନେତା କିପରି ଥଇଥାନ ହେବେ ତାହା ଜଣାପଡୁନାହିଁ। ବରିଷ୍ଠ ନେତା ଦଳର ମଙ୍ଗ ଧରିବା ସମ୍ଭାବନା ଥିବାରୁ ରାହୁଲଙ୍କ ଟିମ୍‌ ହାତବାନ୍ଧି ବସିଛି। ରାହୁଲଙ୍କ ଇସ୍ତଫା ପରେ ଯେତେଥର ବୈଠକ ବସି ଆଲୋଚନା ହୋଇଛି ସେଥିରେ କେବଳ ଦଳର ଭେଟେରାନ ଅହମ୍ମଦ ପଟେଲ, ଗୁଲାମ ନବୀ ଆଜାଦ, ମୋତିଲାଲ ଭୋରା, ଆନନ୍ଦ ଶର୍ମା, ଭୂପିନ୍ଦର ସିଂ ହୁଡା ସାମିଲ ହୋଇଛନ୍ତି। ପ୍ରାରମ୍ଭିକ ଆଲୋଚନାରେ ରାହୁଲଙ୍କ ଘନିଷ୍ଠମାନଙ୍କୁ ଦେଖିବାକୁ ମିଳୁନାହିଁ। ନୂଆ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟାରେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଭାଗନେବେ ନାହିଁ ବୋଲି କହିସାରିଥିବାରୁ ତାଙ୍କ ସହଯୋଗୀମାନେ ଅନିଶ୍ଚିତତା ଅନୁଭବ କରୁଛନ୍ତି। ଦଳ ପାଇଁ ଚୂଡାନ୍ତ ନିଷ୍ପତ୍ତି ନେଉଥିବା କଂଗ୍ରେସ କାର୍ଯ୍ୟକାରୀ କମିଟିରେ ମୁଖ୍ୟତଃ ବରିଷ୍ଠମାନେ ହିଁ ଅଛନ୍ତି। କିଏ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ହେବ ତାହା ମଧ୍ୟ ସ୍ପଷ୍ଟ ହୋଇପାରୁ ନାହିଁ। ଯଦିଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଜଣେ ଯୁବ ନେତାଙ୍କୁ ଅଧ୍ୟକ୍ଷ କରାଯାଉ ବୋଲି ଯୁକ୍ତି ବାଢ଼ିଛନ୍ତି, ଏହାକୁ ବରିଷ୍ଠମାନେ ଗ୍ରହଣ କରିବା ଭଳି ଜଣାପଡୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଓଡ଼ିଶାରେ ବଢୁଛି ଶୀତର ପ୍ରକୋପ: ୩ ଦିନରେ ଏସବୁ ଜିଲାରେ ହ୍ରାସ ପାଇବ ପାରଦ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ...

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

କେନ୍ଦ୍ରାପଡ଼ାରେ ନାବାଳିକାଙ୍କ ସହ ଘଟିଗଲା ଏପରି ଅଘଟଣ: କଡା ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା,୨୩।୧୨: କେନ୍ଦ୍ରାପଡ଼ା ଜିଲା ସାତଭାୟା ଗ୍ରାମରେ ଘଟିଥିବା କଥିତ ନାବାଳିକା ବିବାହ ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri