ଅନାସ୍ଥା ବୈଠକ ସ୍ଥଗିତ: ରାତି ଅଧିଆ ଚିଠିକୁ ନେଇ ଅସନ୍ତୋଷ

ଅନୁଗୋଳ ଅଫିସ, ୧୧।୧୦-ଅନୁଗୋଳ ବ୍ଲକ ଖଲାରୀ ସରପଞ୍ଚ କନ୍ଦର୍ପ ମହାରଣାଙ୍କ ବିରୋଧରେ ଶୁକ୍ରବାର ହେବାକୁ ଥିବା ଅନାସ୍ଥା ବୈଠକ ସ୍ଥଗିତ ରହିଛି। ଗୁରୁବାର ସନ୍ଧ୍ୟା ୭ଟା ପରେ ବ୍ଲକ ପକ୍ଷରୁ ଏ ନେଇ ପଞ୍ଚାୟତର ସରପଞ୍ଚ, ସଭ୍ୟାସଭ୍ୟଙ୍କୁ ଅବଗତ କରାଯିବା ସହ ଚିଠି ପ୍ରଦାନ କରାଯାଇଛି। ତେବେ ଏହାକୁ ପ୍ରଶାସନର ଏକ ଷଡ଼ଯନ୍ତ୍ର ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି।
ସେପ୍ଟେମ୍ବର ୨୪ରେ ଖଲାରୀ ପଞ୍ଚାୟତର ନାଏବ ସରପଞ୍ଚ ସବିତା ପ୍ରଧାନ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଣିଥିଲେ। ଏହାପରେ ଅନୁଗୋଳ ଉପଜିଲାପାଳ ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ୍‌ ୧୯୬୪ ଧାରା ୨୪(ଗ) ଅନୁଯାୟୀ ଅକ୍ଟୋବର ୧୧ ପୂର୍ବାହ୍ନ ୧୧ଟାରେ ଖଲାରୀ ପଞ୍ଚାୟତରେ ଏକ ସ୍ବତନ୍ତ୍ର ବୈଠକ ଡକାଇଥିଲେ। ଏ ନେଇ ଉପଜିଲାପାଳଙ୍କ କାର୍ଯ୍ୟାଳୟରୁ ଚିଠି ନଂ ୭୦୦୪/୨୪.୯.୧୯ ଜାରି ହୋଇଥିଲା। ତେବେ ଗତ ବୁଧବାର ଅନୁଗୋଳ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଉ ଏକ ଚିଠି ନଂ. ୭୮୬୯/୯.୧୦.୧୯ରେ ଅନିବାର୍ଯ୍ୟ କାରଣ ଯୋଗୁ ଉକ୍ତ ବୈଠକକୁ ସ୍ଥଗିତ କରାଯାଇଥିବା ଦର୍ଶାଯାଇଛି। ପରବର୍ତ୍ତୀ ସମୟରେ ବୈଠକର ତାରିଖ ଓ ସ୍ଥାନ ସମ୍ବନ୍ଧରେ ସୂଚନା ଦିଆଯିବ ବୋଲି କୁହାଯାଇଛି। ଏହି ଚିଠି ବୁଧବାର ଠାରୁ ହୋଇଥିଲେ ହେଁ ଗୁରୁବାର ସନ୍ଧ୍ୟା ୭ଟା ପରେ ଜିପିଓ ଖଲାରୀର ବିଭିନ୍ନ ୱାଡର୍ର୍ ସଭ୍ୟା ଓ ସଭ୍ୟଙ୍କ ସହ ସରପଞ୍ଚଙ୍କୁ ଏ ନେଇ ସୂଚନା ଦେବା ସହ ଚିଠି ପ୍ରଦାନ କରିଛନ୍ତି। ସରପଞ୍ଚ ଘରେ ନ ଥିବା ବେଳେ ତାଙ୍କ ପରିବାର ଲୋକଙ୍କୁ ଜବରଦସ୍ତି ଚିଠି


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣା ମୁହାଁ କେଲୁଅ ନଦୀବନ୍ଧ: ନିର୍ବାଚନ ପରେ ସଠିକ୍‌ ଢଙ୍ଗରେ ହେଉନି ପୂର୍ତ୍ତ ବିଭାଗ କାମ

ଧର୍ମଶାଳା,୨।୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ କାଏମା ବ୍ରିଜ ଠାରୁ ମିର୍ଜାପୁର ନଦୀବନ୍ଧ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ଏ ନେଇ ପ୍ରତ୍ୟେକ…

ଟ୍ରେନ୍‌ରେ ହଠାତ୍ ଲାଗିଲା ନିଆଁ, ତୁରେକେଲା ରୋଡ୍ ଷ୍ଟେସନରେ…

ବଲାଙ୍ଗୀର,୨।୨(ସୁନିଲ କୁମାର ମହାନ୍ତି/ଗୁରୁଦ୍ୱାଲ ହିଂସ): କଣ୍ଟାବାଞ୍ଜି ଷ୍ଟେସନରୁ ରାୟପୁର ବିଶାଖପାଟଣା ଦେଇ ଯାଉଥିବା ଏକ ମାଲବାହୀ ଟ୍ରେନରେ ନିଆଁ । ତୁରେକେଲା ରେଳ ଷ୍ଟେସନରେ ସୋମବାର ଏକ…

ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ମହିଳା: ଶୁଣୁନାହାନ୍ତି ବିଭାଗୀୟ ଯନ୍ତ୍ରୀ

ପରଜଙ୍ଗ,୨/୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ହାତୀ ଲୁଚଣି ଗ୍ରାମରେ ଗତ ୧୦ ଦିନ ହେବ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ…

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଉଡ଼ାନ-୨୦୨୬’: କ୍ରୀଡ଼ା ପ୍ରାଙ୍ଗଣରେ ପ୍ରତିଭାର ମହୋତ୍ସବ

ଥୁଆମୂଳ ରାମପୁର, ୨।୨ (ଦୁର୍ଗା କୀର୍ତ୍ତି)-କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ…

ନିଷ୍ପାପ ଶିଶୁର ବଡ଼ ବାର୍ତ୍ତା: ନିଜେ ଖାଇ, ଅନ୍ୟକୁ…

ଗୁଣପୁର, ୩୧।୧(ସଂକେତ ପାତ୍ର):ଗ୍ରାମାଞ୍ଚଳର ଏକ ସାଧାରଣ ଦୃଶ୍ୟ, କିନ୍ତୁ ଭାବନାରେ ଅସାଧାରଣ। ନିଷ୍ପାପ ଶିଶୁଟି ନିଜ ହାତରେ ଧରିଥିବା ଖାଦ୍ୟରୁ ନିଜେ ଖାଉଛି, ପୁଣି ସେଇ ଖାଦ୍ୟକୁ…

ପ୍ରଶାସନର ଟାଳଟୁଳ ନୀତିକୁ ବିରୋଧ: ତହସିଲ ଅଫିସ ଘେରାଉ କଲେ ଅଞ୍ଚଳବାସୀ

ଲାଞ୍ଜିଗଡ, ୨।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ସବ-ରେଜିଷ୍ଟର କାର୍ଯ୍ୟାଳୟ ସ୍ଥାପନରେ ପ୍ରଶାସନର ଟାଳଟୁଳ ନୀତିକୁ ବିରୋଧ କରି ଅଞ୍ଚଳବାସୀ ସୋମବାର ଲାଞ୍ଜିଗଡ…

ଅନନ୍ୟ ପ୍ରତିଭା ଦେଖାଇଲେ ଅଭିଜିତ-ପ୍ରୀତିଶଙ୍କର

ଗୁଣପୁର, ୨/୨(ସଂକେତ ପାତ୍ର):ଗୁଣପୁର ଗାନ୍ଧୀ ବିଶ୍ୱବିଦ୍ୟାଳୟର ଯାନ୍ତ୍ରିକ (Mechanical Engineering) ବିଭାଗର ତୃତୀୟ ବର୍ଷର ଦୁଇ ଜଣ ଛାତ୍ର ଅଭିଜିତ ନାରାୟଣ ସେଠୀ ଓ ପ୍ରୀତିଶଙ୍କର ପଣ୍ଡା…

ଓଡ଼ିଶାରେ ବିକ୍ରି କଲେ ଧାନ, କେରଳ ଆକାଉଣ୍ଟରେ ଜମା ହେଲା ଟଙ୍କା

ଲୋଇସିଂହା,୨।୨(ସୁଶାନ୍ତ ବାରିକ):ଏବେ ବି ରାଜ୍ୟରେ ମଣ୍ଡିରେ ଧାନ ବିକ୍ରି ନେଇ ଅବ୍ୟବସ୍ଥା ଲାଗି ରହିଛି। ଧାନ ବିକ୍ରି ବାବଦ ଟଙ୍କା ପାଇବାରେ ଚାଷୀଙ୍କୁ ହଟହଟା ହେବକୁ ପଡୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri