Posted inଜାତୀୟ

ଅନନ୍ତନାଗରେ ସର୍ଚ୍ଚ ଅପରେଶନ୍‌: ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୨୫।୪: ଦକ୍ଷିଣ କଶ୍ମୀର ଅନନ୍ତନାଗ ଜିଲାରେ ସୁରକ୍ଷାବଳଙ୍କ ସର୍ଚ୍ଚ ଅପରେଶନ୍‌ରେ ଗୁରୁବାର ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ବେଜ୍‌ବିହାର ଅଞ୍ଚଳରେ କେତେକ ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାବଳଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ କରାଯାଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲା। ତେବେ ଆତଙ୍କବାଦୀମାନେ ସୁରକ୍ଷାବଳଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଏହାର ଜବାବ୍‌ରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ସେନାର ୩ ଆର୍‌ଆର୍‌ ଏବଂ ଏସଓଜି ଯବାନଙ୍କ ପକ୍ଷରୁ ମିଳିତ ତଲାସୀ ଜାରି ରହିଛି। ମୃତ ଆତଙ୍କବାଦୀଙ୍କର ହିଜବୁଲ୍‌ ମୁଜାହିଦ୍ଦିନ୍‌ ସଂଗଠନ ସହିତ ସମ୍ପର୍କ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

National Herald Case: ସୋନିଆ-ରାହୁଲଙ୍କୁ ଆଶ୍ୱସ୍ତି, କୋର୍ଟ କହିଲେ…

ନୂଆଦିଲ୍ଲୀ,୧୬।୧୨: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ରାଉଜ୍ ଆଭେନ୍ୟୁ...

ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା, ୪ମୃତ ୧୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ,୧୬ା୧୨: ମଥୁରାର ଯମୁନା ଏକ୍ସପ୍ରେସୱେରେ କୁହୁଡ଼ି ଯୋଗୁଁ ସାତଟି ବସ୍ ଏବଂ ତିନୋଟି କାର ପରସ୍ପର ସହ ଧକ୍କା ହୋଇଥିବା ନେଇ ଖବର ସାମ୍ନାକୁ ଆସୁଛି...

‘ଜମ୍ମୁ-କଶ୍ମୀର ଆମର ଥିଲା ରହିବ…’ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୧୬।୧୨: ଜାତିସଂଘ ସୁରକ୍ଷା ପରିଷଦରେ ‘ଶାନ୍ତି ପାଇଁ ନେତୃତ୍ୱ’ ବା‘ଲିଡରଶିପ ଫର ପିସ୍‌’ ଉପରେ ଖୋଲା ବିତର୍କ ସମୟରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି।...

୧୭୦ ବିମାନ ଉଡ଼ାଣ ବାତିଲ

ନୂଆଦିଲ୍ଲୀ,୧୬ା୧୨(ପି.ଟି.): ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳର ବାୟୁ ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି। ସୋମବାର ସକାଳେ ରାଜଧାନୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୯୮ରେ ପହଞ୍ଚତ୍ଥିଲା।...

ମେସିଙ୍କ ଗସ୍ତକୁ ନେଇ ଅସହଜ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା; କହିଲେ ଅଯଥା ଖର୍ଚ୍ଚ ହେଲା “କୋଟି କୋଟି ଟଙ୍କା…”

ନୂଆଦିଲ୍ଲୀ,୧୫ା୧୨: ଭାରତର ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ଆର୍ଜେଣ୍ଟିନାର ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ନିକଟରେ ଶେଷ ହୋଇଥିବା ଭାରତ ଗସ୍ତର ପରିଚାଳନା...

ଡାକ୍ତରଙ୍କ ମୁହଁରୁ ହିଜାବ ଟାଣିଦେଲେ ନୀତୀଶ କୁମାର, ମାନସିକ ସ୍ଥିତି ଉପରେ ପ୍ରଶ୍ନ ଉଠାଇଲା ବିରୋଧୀ

ନୂଆଦିଲ୍ଲୀ,୧୫।୧୨: ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର କିଛି ସପ୍ତାହ ପରେ, ନୀତୀଶ କୁମାର ଏକ ସରକାରୀ କାର୍ଯ୍ୟକ୍ରମରେ ଜଣେ ମହିଳା...

ମହିଳାଙ୍କ ଉପରେ ସିପିଆଇ(ଏମ) ନେତାଙ୍କ ବିବାଦୀୟ ମନ୍ତବ୍ୟ: “ସ୍ଵାମୀଙ୍କ ସହ ଶୋଇବା ପାଇଁ ବିବାହ…”

ନୂଆଦିଲ୍ଲୀ,୧୫।୧୨: କେରଳର ମାଲାପୁରରେ ନିକଟରେ ଅନୁଷ୍ଠିତ ପୌର ନିର୍ବାଚନରେ ବିଜୟୀ ହୋଇଥିବା CPI(M)ର ଜଣେ ନେତା ବିଜୟ ଭାଷଣ ସମୟରେ ମହିଳାମାନଙ୍କୁ ନେଇ ଦେଇଥିବା ଅତ୍ୟନ୍ତ...

ବିହାର ନିର୍ବାଚନ ପରେ ପୁଣି ଏକାଠି ହେଲେ ପ୍ରିୟଙ୍କା ଗାନ୍ଧୀ, ପ୍ରଶାନ୍ତ କିଶୋର! ହେଲା ଦୀର୍ଘ ସମୟ ଆଲୋଚନା

ନୂଆଦିଲ୍ଲୀ,୧୫।୧୨: ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସ ଏବଂ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ନୂଆ ଦଳ ‘ଜନ ସୁରାଜ’ର ଶୋଚନୀୟ ପରାଜୟ ପରେ ଏବେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri