ଅନନ୍ତ ବାସୁଦେବ ମନ୍ଦିର: ଅବକ୍ଷୟ ହେଉଛି କାରୁକାର୍ଯ୍ୟ, ପାର୍ଶ୍ୱ ଦେବଦେବୀ

ପୁରୁଣା ଭୁବନେଶ୍ୱର,୧୦।୯ (ଡି.ଏନ୍‌.ଏ.): ପବିତ୍ର ବିନ୍ଦୁସାଗର କୂଳରେ ଅବସ୍ଥିତ ତ୍ରୟୋଦଶ ଶତାବ୍ଦୀର ଶ୍ରୀ ଅନନ୍ତ ବାସୁଦେବ ମନ୍ଦିର ଐତିହ୍ୟର ଅନ୍ୟ ଏକ ମୂକ ସାକ୍ଷୀ ହେଉଛି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ସହ ପ୍ରତ୍ୟକ୍ଷ ଭାବେ ଅନେକ ଜାନିଯାତ୍ରାର ସମ୍ପର୍କ ରହିଆସିଛି। ମନ୍ଦିରଟିର ମୁଖ୍ୟଦ୍ୱାର ଠାରୁ ଆରମ୍ଭ କରି ନାଟ ମଣ୍ଡପ, ଭୋଗ ମଣ୍ଡପ ପ୍ରାୟ ଗୋଟିଏ ନକ୍ସାରେ ଗଠିତ। ବର୍ତ୍ତମାନ ଏହି ଐତିହ୍ୟ ସମ୍ପନ୍ନ ମନ୍ଦିର ସହ ଅନ୍ୟ ଦେଉଳଗୁଡିକର ଅବକ୍ଷୟ ହେବାର ଲାଗିଛି। ମନ୍ଦିର ଚତୁଃପାର୍ଶ୍ୱରେ ଥିବା ହସ୍ତୀ, ନାରୀ, ଯୁଗଳମୂର୍ତ୍ତି ବିଭିନ୍ନ ମୁଦ୍ରାରେ ଥିବା ମୂର୍ତ୍ତିଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏପରି କି ଅନେକ ପଥର ଖଚିତ କୀର୍ତ୍ତିରାଜି ଦେଉଳ କାନ୍ଥରୁ ଲିଭିଯାଇଥିବାବେଳେ ପାର୍ଶ୍ୱଦେବା ଦେବୀଙ୍କ ପ୍ରତିଛବି ମଧ୍ୟ ନିଶ୍ଚିହ୍ନ ହୋଇଯାଇଛି। ବିଭିନ୍ନ କାରଣରୁ ଏଭଳି ହେଉଥିବାରୁ ମନ୍ଦିରଟି ନିଜର ବାସ୍ତବ ରୂପରେଖ ହରେଇବାକୁ ବସିଲାଣି।
ମୁଖ୍ୟତଃ ଚତୁଃପାର୍ଶ୍ୱରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ପର୍ଯ୍ୟଟକଙ୍କ ଦୃଷ୍ଟି ଆଢୁଆଳରେ ରହିଯାଉଛି ମନ୍ଦିର। ମୁଖ୍ୟ ମନ୍ଦିର ଅର୍ଥାତ୍‌ ବେଢା ପରିକ୍ରମା ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେବାରୁ ଅନେକ ଶ୍ରଦ୍ଧାଳୁ ଏହି ମନ୍ଦିର ବୁଲି ଆସିବାକୁ ପଛାଇଥାନ୍ତି। ଏହାର ମୁଖ୍ୟ କାରଣ ମନ୍ଦିରର ଉତ୍ତରପାର୍ଶ୍ୱକୁ ରହିଥିବା ରୋଷଘର ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ପ୍ରତ୍ୟହ ରୋଷଘରୁ ବାହାରୁଥିବା ନିର୍ଗତ ଧୂଆଁ ମନ୍ଦିର ବେଢାରେ ପ୍ରବାହିତ ହୋଇଥାଏ। ଫଳରେ ପ୍ରାଚୀନ ପ୍ରତିମୂର୍ତ୍ତି ଓ ପଥର ଉପରେ ଧୂଅଁାର ଅବରଣ ଲାଗିଯିବାରୁ ଏହା ଧୀରେ ଧୀରେ ନଷ୍ଟ ହୋଇଥାଏ। ଠାକୁରଙ୍କ ଏହି ରୋଷଶାଳାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। ମନ୍ଦିର ହେବାଠାରୁ ଏଠାରେ ରୋଷଘର ଥିବା ଓ ନ ଥିବା ନେଇ ସାଧାରଣର ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ନେଇ ଐତିହାସିକ ଡ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ କୁହନ୍ତି, ହୟ ବଂଶର ବୋହୂ ତଥା ରାଣୀ ଚନ୍ଦ୍ରିକାଦେବୀ ଏହି ବିଷ୍ଣୁ ମନ୍ଦିରଟି ନିର୍ମାଣ କରିଥିଲେ। ଏକଦା ରାଣୀ ବିଧବା ହେବାପରେ ପଶ୍ଚିମମୁଖାରେ ଏହି ବିଷ୍ଣୁ ମନ୍ଦିରଟି ନିର୍ମାଣ କରିଥିଲେ ଏବଂ ସେଠାରେ ରହି ପୂଜାର୍ଚ୍ଚନା କରିଥିଲେ। ସେ ସମୟରେ କୌଣସି ରୋଷଘର ନ ଥିଲା। ଯେହେତୁ ଶ୍ରୀ ଅନନ୍ତ ବାସୁଦେବ ସ୍ବୟଂ ପଶ୍ଚିମମୁଖା ବିଷ୍ଣୁ ହୋଇଥିବାରୁ କେବଳ ସୁଖିଲି ଭୋଗ ହିଁ ହୋଇଥାଏ। ଇତିହାସରୁ ଜଣାଯାଏ କାଳକ୍ରମେ କେତେକ ସେବାୟତ ଅନନ୍ତ ବାସୁଦେବଙ୍କ ମନ୍ଦିରରେ ଅନ୍ତ୍ୟେଷ୍ଟିକ୍ରିୟା, ବିବାହ ଭୋଜି ଓ ବରାଦିଆ ଭୋଜି ପ୍ରସ୍ତୁତ କରୁଛନ୍ତି, ଯାହା ଆଇନ ସଙ୍ଗତ ନୁହେଁ । ଏ ସମ୍ପର୍କରେ ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁ କୁହନ୍ତି, ଆଗରୁ ଏଠାରୁ ରୋଷଘର ନ ଥିଲା। ଏକଦା ଟ୍ରଷ୍ଟବୋର୍ଡର ଅନୁସନ୍ଧାନ ପରେ ଏଠାରେ କେବଳ ଲଡ଼ୁ ଓ ସୋଦୁଅ ସୁଖୁଲି ଲାଗି ହୋଇଥାଏ। ଏହା ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ଼ର ନିଜସ୍ବ ସମ୍ପତ୍ତି। ମନ୍ଦିରଟିର ବାଧକ ସାଜିଛି ରୋଷଘର ଧୂଅଁା ଏହା ଦ୍ୱାରା କାରୁକାର୍ଯ୍ୟ ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ଆଇନଜୀବୀ ଭୀଷ୍ମନାରାୟଣ କୁହନ୍ତି, ଏହା ରୋଷଘର ଥାଉ ନ ଥାଉ ସମ୍ପ୍ରତି ବ୍ୟବସାୟକ ଭିତ୍ତିରେ ଏଠାରେ କରାଯାଉଥିବା ବେଆଇନ ରୋଷଘର ନେଇ ମନ୍ଦିରଟି ସମ୍ପୂର୍ଣ୍ଣ ସତ୍ତା ହରାଇବାକୁ ବସିଲାଣି। ଏହା ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିଲେ ମଧ୍ୟ ଏଭଳି ଐତିହ୍ୟ ମନ୍ଦିରର କୀର୍ତ୍ତିରାଜିକୁ ନଷ୍ଟ କରିଦିଆଯିବ ନାହିଁ। ଶ୍ରଦ୍ଧାଳୁ ଦିଲୀପ କୁମାର ଜେନା କୁହନ୍ତି, ଆମେ କେବଳ ଅଭଡ଼ା ପାଇଁ ଏଠାକୁ ଆସୁ, କୌଣସି ସେବାୟତ କିମ୍ବା ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀ ଲିଙ୍ଗରାଜ ମନ୍ଦିର ଭଳି ବେଢା ପରିକ୍ରମା କିମ୍ବା ଦିଅଁ ଦର୍ଶନ କରିବାର ବ୍ୟବସ୍ଥା ନାହିଁ। ଅନ୍ୟଜଣେ ଶ୍ରଦ୍ଧାଳୁ ସାଗରିକା ସାହୁ କୁହନ୍ତି, ଅନନ୍ତବ୍ରତ ଛାଡ଼ିଦେଲେ ବର୍ଷକ ବାରମାସ ଏଠାରେ ରୋଷକାର୍ଯ୍ୟ ନେଇ ବିଭିନ୍ନ ସାମଗ୍ରୀ ବେଢା ଚତୁଃପାର୍ଶ୍ୱରେ ଗଚ୍ଛିତ ଥିବାରୁ ବେଢା ପରିକ୍ରମାରୁ ଆମେ ବଞ୍ଚତ୍ତ ରହୁଛୁ । ଏ ନେଇ ମନ୍ଦିର ସେବାୟତ ଶରତ ମହାପାତ୍ର କୁହନ୍ତି, ରୋଷଘର ପୂର୍ବରୁ ରହିଛି। ଯଦି ରୋଷଘର ନ ଥାନ୍ତା, ତେବେ ଠାକୁରଙ୍କ ପୂଜାନୀତି ଏତେଦିନ ଧରି କିଭଳି ଚାଲୁରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri