‘ଅଧ୍ୟବସାୟ, ଉଦ୍ୟମ ବଳରେ ସବୁ କାର୍ଯ୍ୟ ସମ୍ଭବ’

ତିହିଡ଼ି, ୧୬।୭ (ଡି.ଏନ.ଏ.)- ଅଳ୍ପ ପୁଞ୍ଜି ଓ ସୀମିତ ଭିତ୍ତିଭୂମିରେ ଛତୁଚାଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସ୍ବାବଲମ୍ବୀ କରିପାରିବ। ଏଭଳି ବିଶ୍ୱାସ ନେଇ ୬ବର୍ଷ ତଳେ ସେ ଆରମ୍ଭ କରିଥିଲେ ଛତୁ ଚାଷ। ବର୍ଷକୁ ବର୍ଷ ଏହାର ଚାଷ ଓ ବେପାର ବଢ଼ିବାରୁ
ସେ ପରିବାରର ଗୁଜୁରାଣ ମେଣ୍ଟାଇବାକୁ ସମର୍ଥ ହୋଇପାରିଛନ୍ତି। ଛତୁଚାଷ ତାଙ୍କ ଜୀବନର ଗତି ପରିସ୍ଥିତି ବଦଳାଇବାରେ ସହାୟତା କରିଛି ବୋଲି ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ କମାରିଆ ଗ୍ରାମର ଯୁବ ଚାଷୀ ଉପେନ୍ଦ୍ର କୁମାର ବାରିକ(୨୮) କହିଛନ୍ତି।
୮ ଜଣ କୁଟୁମ୍ବଙ୍କୁ ନେଇ ତାଙ୍କ ପରିବାର। ୬ ବର୍ଷ ତଳେ ସେ ବେକାରୀ ଜୀବନ ବିତାଉଥିଲେ। ନା ମିଳୁଥିଲା କାମଧନ୍ଦା ନା ରୋଜଗାର କରିବାର କିଛି ଭିନ୍ନ ପନ୍ଥା। ବଞ୍ଚିବା ପାଇଁ ସେ ରାହା ଖୋଜୁଥିବା ବେଳେ ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ପାର୍ଥସାରଥୀ ବେହୁରାଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ତାଙ୍କୁ ଛତୁଚାଷ କରିବା ଲାଗି ପ୍ରେରଣା ଦେଇଥିଲେ। ଏପରିକି ଚାଷର ପ୍ରଣାଳୀ ଓ କୌଶଳ ସମ୍ପର୍କରେ ଶିକ୍ଷା ଦେଇଥିଲେ। ସ୍ବଳ୍ପ ପୁଞ୍ଜିରେ ଛତୁଚାଷ କରିବା ସମ୍ଭବ ହେଉଥିବା ଜାଣି ଉପେନ୍ଦ୍ର ପ୍ରଥମେ ଅଳ୍ପ କିଛି ଜମିରେ ଚାଷ ଆରମ୍ଭ କରିଥିଲେ। ଚାଷରେ ନିପୁଣ ହେବା ପରେ ଅଧିକ ଜମିରେ ଚାଷ କରିଥିଲେ। ଏବେ ପ୍ରତିଦିନ ସେ ୫୦ରୁ ୭୦ କିଗ୍ରା ଛତୁ ଉତ୍ପାଦନ କରୁଛନ୍ତି। ପ୍ରଥମେ ଛତୁର ମାର୍କେଟିଂ କରିବା ପାଇଁ ସମସ୍ୟା ହୋଇଥିଲା। ପରେ ଏହାର ସମାଧାନ ହୋଇଯାଇଥିଲା। ନିଜକୁ ଛତୁଚାଷରେ ଅଧିକ କୁଶଳୀ କରିବାକୁ ସେ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ ଯାଇ ସେଠାରୁ ତାଲିମ ନେଇଛନ୍ତି।
ଉପେନ୍ଦ୍ର କହନ୍ତି, ଅଧ୍ୟବସାୟ ଓ ଉଦ୍ୟମ ରହିଲେ ସବୁ କାର୍ଯ୍ୟ ସମ୍ଭବ। ସରକାରୀ ଭାବେ ଛତୁ ଚାଷୀଙ୍କୁ ସେଭଳି କିଛି ପ୍ରୋତ୍ସାହନ ମିଳୁ ନ ଥିବାରୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଛତୁଚାଷ ପାଇଁ ପାଣିର ଆବଶ୍ୟକତା ଅଧିକ। ଏଥିଲାଗି ଗଭୀର ନଳକୂପ ବସାଇବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଆର୍ଥିକ ସ୍ଥିତି ସୁଦୃଢ଼ ନ ଥିବାରୁ ସେ ଏଥିଲାଗି ସମର୍ଥ ହୋଇପାରିନାହାନ୍ତି। ସରକାରୀ ନଳକୂପରୁ ପାଣି ଆଣି ତେବେ ଚାଷରେ ବିନିଯୋଗ କରୁଛନ୍ତି। ଏଣୁ ଅଧିକ ଶ୍ରମ ସ୍ବୀକାର କରିବାକୁ ପଡୁଛି। ଜଳସେଚନ ସୁବିଧା ହେଲେ ସେ ଚାଷକୁ ଅଧିକ ବଢ଼ାଇପାରନ୍ତେ। କମାରିଆ ଓ ଆଖପାଖ ଅଞ୍ଚଳରେ ଜଣେ ଅଗ୍ରଣୀ ଛତୁଚାଷୀ ଭାବେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ପାଠ ପଢ଼ିବା ପରେ ଚାକିରି ପଛରେ ନ ଗୋଡ଼ାଇ ବେକାର ଯୁବକମାନେ ଛତୁଚାଷ ଭଳି ସହାୟକ କୃଷି ପନ୍ଥାର ଆଶ୍ରୟ ନେଇ ଆଧୁନିକ ପ୍ରଣାଳୀରେ ଚାଷ କଲେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ଉପେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri