ଅଧିକାରୀ, କର୍ମଚାରୀଙ୍କ ଅନୁପସ୍ଥିତିରେ ଅସନ୍ତୋଷ

ଛେଣ୍ଡିପଦା,୧୮।୨(ସ୍ବ.ପ୍ର.) – ପ୍ରତି ସୋମବାର ବ୍ଲକ କାର୍ଯ୍ୟାଳୟରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବାକୁ ସରକାରୀ ନିର୍ଦ୍ଦେଶ ଥିଲେ ମଧ୍ୟ ତାହାକୁ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ଠିକ୍‌ ଭାବେ ପାଳନ କରାଯାଉ ନ ଥିବା ଅଭିଯୋଗ ହେଉଛି। ମାତ୍ର ୭/୮ ଜଣ କର୍ମଚାରୀଙ୍କୁ ଛାଡିଦେଲେ ଅନ୍ୟମାନେ ସୋମବାର ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ନ ଥିବାରୁ ଆସିଥିବା ବହୁ ସଂଖ୍ୟକ ଜନସାଧାରଣ ନିରାଶ ହୋଇ ଫେରିଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
ଅଭିଯୋଗରୁ ପ୍ରକାଶ ଯେ, ଛେଣ୍ଡିପଦା ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ସୋମବାର ବିଭିନ୍ନ ସମସ୍ୟା ନେଇ ଜନସାଧାରଣ ଆସିଥିଲେ। ଅଭିଯୋଗକାରୀମାନେ ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ ମଧ୍ୟ ଅଧିକାରୀମାନଙ୍କ ଦେଖା ମିଳି ନ ଥିଲା। ଦୁଇ ଚାରି ଜଣ କିରାଣି ଓ ଜଣେ ଯନ୍ତ୍ରୀଙ୍କୁ ଛାଡିଦେଲେ ଅନ୍ୟ ଅଧିକାରୀମାନଙ୍କୁ ନ ପାଇ ସେମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଅଭିଯୋଗକାରୀମାନେ କହିଛନ୍ତି ଯେ, ବ୍ଲକ କାର୍ଯ୍ୟାଳୟକୁ କେଉଁ କର୍ମଚାରୀ ଠିକ୍‌ ସମୟରେ ଆସୁନାହାନ୍ତି। ନିଜ ସମସ୍ୟା ସମ୍ପର୍କରେ ଗୁହାରୀ କରିବାକୁ ଆସି ନିରାଶ ହେବାକୁ ପଡ଼ିଛି। ଅଧିକାଂଶ କର୍ମଚାରୀ ଆସି ନ ଥିବାବେଳେ କେତେକ ପ୍ରକୋଷ୍ଠରୁ ତାଲା ମଧ୍ୟ ଖୋଲାଯାଇ ନ ଥିଲା। ଅଧିକାରୀ ଓ କର୍ମଚାରୀମାନେ ସୋମବାର ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ନ ରହି ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଛନ୍ତି। ଅଭିଯୋଗ ସମ୍ପର୍କରେ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ କହିଛନ୍ତି, ବ୍ଲକ ଅଧ୍ୟକ୍ଷ ଚାହିଁଲେ ବି କୌଣସି ଅଧିକାରୀ ଓ କର୍ମଚାରୀମାନଙ୍କ କିଛି କରିପାରିବେ ନାହିଁ। ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ କହିଛନ୍ତି, ସୋମବାର ବ୍ଲକ କାର୍ଯ୍ୟାଳୟରେ ବିଡିଓ ଉପସ୍ଥିତ ରହିବା କଥା। ଏ ନେଇ ବିଡିଓଙ୍କ ସହିତ ଆଲୋଚନା କରିବା ପରେ ମତାମତ ଦେବି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri