ଅଧାରେ ଲଟକିଛି ସାଗରମାଳା ପ୍ରକଳ୍ପ: ୭୦୦ କୋଟି ଟଙ୍କାର ପ୍ରକଳ୍ପକୁ ମିଳୁନି କେନ୍ଦ୍ରର ଅନୁମୋଦନ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ସମୁଦ୍ର ଉପକୂଳର ବିକାଶ କରାଯିବ। ବନ୍ଦରଗୁଡ଼ିକର ଆଧୁନିକୀକରଣ, ଭିତ୍ତିଭୂମିର ଉନ୍ନତି, ବନ୍ଦରକୁ ଯୋଗାଯୋଗର ବିକାଶ, ମତ୍ସ୍ୟଜୀବୀ, ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ରହୁଥିବା ଲୋକ ଏବଂ ସମୁଦ୍ରକୂଳ ଶିଳ୍ପାଞ୍ଚଳର ବିକାଶ କରିବାକୁ କେନ୍ଦ୍ର ସରକାର ସାଗରମାଳା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ୨୦୧୫ ମାର୍ଚ୍ଚ ୨୫ରେ ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ କରାଯାଇଥିଲା। ଏହାକୁ କାର୍ଯ୍ୟକାରୀ କରିବାକୁ ୨୦୧୬ରେ ନ୍ୟାଶନାଲ ପ୍ରସ୍‌ପେକ୍ଟିଭ ପ୍ଲାନ(ଏନପିପି) ଜରିଆରେ ଉପକୂଳ ଏବଂ ସାମୁଦ୍ରିକ ସମନ୍ବିତ ବିକାଶ କ୍ଷେତ୍ର ପ୍ରସ୍ତୁତ କରାଯାଇଥିଲା। ଏଥିରେ ପ୍ରଥମ ପର୍ଯ୍ୟାୟରେ ଦେଶର ୩୦୦ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସ୍ଥାନ ଚିହ୍ନଟ କରାଯାଇଛି। ସାଗରମାଳା ପ୍ରକଳ୍ପରେ ରାଜ୍ୟର ୧୧ଟି ପ୍ରକଳ୍ପକୁ ସାମିଲ କରିବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। ଏ ବାବଦରେ ୬୯୮.୯୨ କୋଟି ଟଙ୍କାର ପ୍ରକଳ୍ପ କେନ୍ଦ୍ର ନିକଟକୁ ପଠାଯାଇଛି।
ରାଜ୍ୟର ୧୧ ପ୍ରକଳ୍ପ ମଧ୍ୟରେ ବାଲେଶ୍ୱର ଜିଲାର ବଳରାମଗଡ଼ି ନିକଟସ୍ଥ ଚାନ୍ଦିପୁର ମାଛଧରା ବନ୍ଦରକୁ ବିଦ୍ୟୁତ ଯୋଗାଣ, ଜେଟି ନିର୍ମାଣ, ପାଚେରି ନିର୍ମାଣ ପାଇଁ ୧୭ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ଦିଆଯାଇଛି। ଏହା ସହ ସେହି ଜାଗାକୁ ପାନୀୟ ଜଳ ଯୋଗାଣ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୧୪.୭୨ କୋଟି, ସେହି ମାଛଧରା ବନ୍ଦରର ଭିତ୍ତିଭୂମି ବିକାଶ ପାଇଁ ୯.୯୫ କୋଟି, ମାଛ ପ୍ରକ୍ରିୟାକରଣ ପାଇଁ ୫ କୋଟି, ପୁରୀ ଜିଲାର ଚନ୍ଦ୍ରଭାଗା ନିକଟରେ ମାଛଧରା ଜେଟି ନିର୍ମାଣ ପାଇଁ ୫ କୋଟି, ସାତପଡ଼ା ଓ ଜହ୍ନିକୁଦା ମଧ୍ୟରେ ଯାତ୍ରୀମାନଙ୍କ ଯାତାୟାତର ସୁବିଧା ପାଇଁ ନୂଆ ଫେରି କ୍ରୟ କରିବା ସକାଶେ ୧୩.୯୬ କୋଟି, ଜାମୁଝଡି, ବାସୁଦେବପୁର, ଧାମରାକୁ ସଂଯୋଗ କରୁଥିବା ୬୦ କି.ମି. ରାସ୍ତାକୁ ଦୋହରୀକରଣ କରାଯିବ ପାଇଁ ୨୭୦.୩ କୋଟି, ହଳଦୀପଦର ଗୋପାଳପୁର ଭାୟା ରଙ୍ଗିପୁର ଦେଇ ଯାଇଥିବା ୧୭.୮ କି.ମି ରାସ୍ତାକୁ ୪ ଲେନ କରିବାକୁ ୧୬୧.୩୯ କୋଟି, ଭଦ୍ରକ ଜିଲାର କାଣୀନାଳି ଓ କେନ୍ଦ୍ରାପଡ଼ା ଜିଲାର ତାଳଚୁଆରେ ଜେଟି ନିର୍ମାଣ କରିବା ପାଇଁ ୧୧୩ .୫୦ କୋଟି ଏବଂ ପୁରୀ ଜିଲାର କୃଷ୍ଣପ୍ରସାଦ ଗଡା ଏବଂ ଖୋର୍ଦ୍ଧା ଜିଲାର ବାଲୁଗାଁରେ ଜେଟି ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ପାଇଁ ୬୩.୬୦ କୋଟି ଟଙ୍କାର ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇ କେନ୍ଦ୍ର ନିକଟରେ ଦାବି କରାଯାଇଛି। ୨୦୧୮ରୁ ଏହି ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ଏହାର ଅନୁମୋଦନ କରିନାହାନ୍ତି। କେନ୍ଦ୍ର ସରକାର ସାଗରମାଳା ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସାଗରମାଳା ଉନ୍ନୟନ କମ୍ପାନୀ ଲିମିଟେଡ(ଏସ୍‌ଡିସିଏଲ) ଗଠନ କରିଛନ୍ତି। ଏହି କମ୍ପାନୀ ରାଜ୍ୟସ୍ତରରେ ଗଠନ କରାଯାଇଥିବା ସ୍ପେଶାଲ ପର୍ପସ ଭେହିକିଲ(ଏସ୍‌ପିଭି)ଗୁଡିକୁ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ସହାୟତା କରିବ। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରିବା ସକାଶେ ପ୍ରାଥମିକ ସ୍ତରରେ ଏସ୍‌ଡିସିଏଲ ଅର୍ଥ ଯୋଗାଇବ। ଜାହାଜ ଚଳାଚଳ ମନ୍ତ୍ରଣାଳୟର ବଜେଟରୁ ୫ରୁ ୬ ବର୍ଷ ପର୍ଯ୍ୟନ୍ତ ଏହି ଅର୍ଥ ଖର୍ଚ୍ଚ କରାଯିବ। ରାଜ୍ୟସ୍ତରରେ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସାମୁଦ୍ରିକ ବୋର୍ଡ ଏବଂ ରାଜ୍ୟ ସାଗରମାଳା କମିଟି ମିଳିତ ଭାବେ କାର୍ଯ୍ୟ କରିବେ। ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଥିବା ବେଳେ ପ୍ରକଳ୍ପ ଅନୁମୋଦନ ହେଉ ନ ଥିବାରୁ ସାଗରମାଳା କାର୍ଯ୍ୟକ୍ରମ ଝୁଲି ରହିଛି। ବର୍ଷେ ହେବ ପ୍ରକଳ୍ପ କେନ୍ଦ୍ର ନିକଟରେ ଅଟକି ରହିଛି। ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ ବୋଲି ବାଣିଜ୍ୟ ଓ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri