ଅଣୁ ଯୁଦ୍ଧର ଧମକ ଦେଲେ ଇମ୍ରାନ୍‌

ଇସ୍‌ଲାମାବାଦ, ୨୭ା୮: କଶ୍ମୀର ପ୍ରସଙ୍ଗରେ ସବୁଆଡୁ ବାଟ ବନ୍ଦ ହୋଇଯିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତକୁ ଅଣୁ ଯୁଦ୍ଧର ଧମକ ଦେଇଛନ୍ତି। ଏହି ପ୍ରସଙ୍ଗରେ ପାକିସ୍ତାନ ଚୂଡ଼ାନ୍ତ ନିଷ୍ପତ୍ତି ନେବାର ସମୟ ଆସିଛି ବୋଲି ସେ ସୋମବାର କହିଛନ୍ତି। ପରମାଣୁ ଯୁଦ୍ଧ ହେଲେ କେହି ବିଜୟୀ ହେବେନାହିଁ ବରଂ ସମସ୍ତେ କ୍ଷତି ସହିବେ। ତେଣୁ ପାକିସ୍ତାନ କିଛି ଏଭଳି ପଦକ୍ଷେପ ନେବା ପୂର୍ବରୁ ବିଶ୍ୱ ସମୁଦାୟ ଏଥିରେ ହସ୍ତକ୍ଷେପ କରିବା ଉଚିତ। ବିଶ୍ୱର ବୃହତ ଶକ୍ତିମାନେ ପାକିସ୍ତାନକୁ ସମର୍ଥନ କରନ୍ତୁ ବା ନ କରନ୍ତୁ ଆମ ଲାଗି ଯାହା ସମ୍ଭବ ତାହା କରିଦେଖାଇବୁ ବୋଲି ଇମ୍ରାନ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି।

ପାକିସ୍ତାନ ଦ୍ୱିପାକ୍ଷିକ ଆଲୋଚନା ଲାଗି ବହୁବାର ପ୍ରୟାସ କରିଛି, ହେଲେ ଭାରତ ଏଥିଲାଗି କୌଣସି ସହଯୋଗ କରିନାହିଁ। ଅପରପକ୍ଷରେ ସୀମାପାର୍‌ ଆତଙ୍କବାଦର ଆଳ ଦେଖାଇ ଭାରତ ଆମ ଉପରେ ଦୋଷ ଲଦିଚାଲିଛି ବୋଲି ଇମ୍ରାନ୍‌ କହିଛନ୍ତି। ୩୭୦ ଧାରାକୁ ଭାରତ ଏକପାଖିଆ ଉଚ୍ଛେଦ କରି ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କରି ରାଜନୀତି କରୁଛି। ଏହା ଜାତିସଂଘ ପ୍ରସ୍ତାବର ଖୋଲା ଉଲ୍ଲଂଘନ। ଆମେ କଶ୍ମୀରବାସୀଙ୍କ ସହ ପୂର୍ବରୁ ଅଛୁ ଓ ରହିବୁ ବୋଲି ଇମ୍ରାନ୍‌ ପ୍ରକାଶ କରିଛନ୍ତି। କଶ୍ମୀର ଲାଗି ପାକିସ୍ତାନ ଯେକୌଣସି ସ୍ତରକୁ ଯାଇପାରେ ବୋଲି ମଧ୍ୟ ସେ ଧମକ ଦେଇ କହିଛନ୍ତି। ପ୍ରକାଶଥାଉ କି, କଶ୍ମୀର ପ୍ରସଙ୍ଗରେ ଜାତିସଂଘ ନିରାପତ୍ତା ପରିଷଦ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସପକ୍ଷରେ ମତଦେଇ ଏହାକୁ ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି କହିବା ପରେ ପାକିସ୍ତାନ ଏହାକୁ ସହଜରେ ହଜମ ନ କରି ଅଣୁ ଯୁଦ୍ଧର ଧମକ ଦେଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଉସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ହିଂସା, ଢାକା ସମେତ ଅନେକ ସହରରେ ହଙ୍ଗାମା

ନୂଆଦିଲ୍ଲୀ,୧୯ା୧୨: ବାଂଲାଦେଶରେ ଜୁଲାଇ ବିଦ୍ରୋହର ଜଣେ ପ୍ରମୁଖ ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦି ଛଅ ଦିନ ଧରି ଜୀବନ ସହିତ...

୫୬,୦୦୦ ପାକିସ୍ତାନୀ ଭିକାରିଙ୍କୁ ତଢ଼ିଲା ସାଉଦି ଆରବ

ନୂଆଦିଲ୍ଲୀ,୧୮ା୧୨: ପାକିସ୍ତାନର ପେଶାଦାର ଭିକାରୀମାନେ ଏବେ ବିଶ୍ୱ ସ୍ତରରେ ଦେଶ ପାଇଁ ଏକ ବଡ଼ ଅପମାନର କାରଣ ସାଜିଛନ୍ତି। ନିକଟରେ ସାଉଦି ଆରବ ପ୍ରାୟ ୫୬,୦୦୦...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ଲଣ୍ଡନରେ ଜନ୍ମଦିନ ପାଳନ କରୁଛନ୍ତି ପଳାତକ ବିଜୟ ମାଲ୍ୟା, ଲଳିତ ମୋଦି ଦେଲେ ବିଶେଷ ପାର୍ଟି

ଲଣ୍ଡନ,୧୮।୧୨: ପୂର୍ବତନ ଇଣ୍ଡିଆନ ପ୍ରିମିୟର ଲିଗ (IPL) ଅଧ୍ୟକ୍ଷ ଲଳିତ ମୋଦି ଲଣ୍ଡନରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ...

ପ୍ରତିବର୍ଷ ଭାରତ ଛାଡୁଛନ୍ତି ୨ ଲକ୍ଷ ଲୋକ, ଖୋଲାଖୋଲି କାରଣ କହିଲେ କେନ୍ଦ୍ର ସରକାର, ଏହି…

ନୂଆଦିଲ୍ଲୀ,୧୮ା୧୨: ପ୍ରତିବର୍ଷ ଲକ୍ଷାଧିକ ଲୋକ ଭାରତ ଛାଡୁଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ସଂସଦକୁ ସୂଚନା ଦେଇଛି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ୯୦୦୦୦୦ରୁ ଅଧିକ ଭାରତୀୟ...

ଏହି ଦେଶରେ ବଢ଼ିବ ମୁସଲମାନଙ୍କ ସଂଖ୍ୟା, ୨୦୩୦ ସୁଦ୍ଧା ହେବ ବଡ଼ ପରିବର୍ତ୍ତନ

ମସ୍କୋ,୧୮ା୧୨: ୨୦୩୦ ସୁଦ୍ଧା ଏକ ଦେଶରେ ମୁସଲମାନଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏମିତି ଏକ ଦେଶ ହେଉଛି...

‘ମୁଁ ଇସ୍ତଫା ଦେଇଦେବି’, କାହିଁକି ଏମିତି ଘୋଷଣା କଲେ FBI ଡେପୁଟି ଡାଇରେକ୍ଟର? ଟ୍ରମ୍ପଙ୍କୁ ଲେଖିଲେ ଏମିତି ପତ୍ର

ଓ୍ବାଶିଂଟନ,୧୮।୧୨: ଏଫବିଆଇର ଡେପୁଟି ଡାଇରେକ୍ଟର ଡାନ ବୋଙ୍ଗିନୋ ବୁଧବାର ଘୋଷଣା କରିଛନ୍ତି ଯେ ସେ ଚାକିରି ଆରମ୍ଭ କରିବାର ୧୦ ମାସରୁ କମ ସମୟ ପରେ...

ୟୁନୁସ ସରକାରଙ୍କୁ ପାନେ ଦେବ ଭାରତ: ନେଲା ବଡ଼ ନିଷ୍ପତ୍ତି

ଓ୍ବାଶିଂଟନ୍‌,୧୮।୧୨: ଡିସେମ୍ବର ୧୭ରେ ବାଂଲାଦେଶରେ ଭାରତୀୟ ହାଇକମିଶନ ସମ୍ମୁଖରେ ଯାହା ଘଟିଥିଲା ତାହା କୌଣସି ଦୁର୍ଘଟଣା ନୁହେଁ। ଏହା ଏକ ସୁଚିନ୍ତିତ ରଣନୀତିର ଅଂଶ ଭାବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri