ଅଣସର ଘରେ ତିନିଠାକୁର: ଶାବର ଶ୍ରୀକ୍ଷେତ୍ରରେ ପୂଜା ପାଉଛନ୍ତି ପଟ୍ଟଚିତ୍ର

କୋରାପୁଟ,୨୩।୬(ଅମିତାଭ ବେହେରା): କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଅସୁସ୍ଥ ତିନିଠାକୁର ଏବେ ଅଣସର ଘରେ ଅଛନ୍ତି। ଶବର ତଥା ଆଦିବାସୀ ବଇଦଙ୍କ ପାରମ୍ପରିକ ପଦ୍ଧତିରେ ଚାଲିଛି ଠାକୁରଙ୍କ ଚିକିତ୍ସା। ହେଲେ ଭକ୍ତ ଶ୍ରୀମନ୍ଦିର ମୁଖ୍ୟ ଫାଟକଠାରେ ଠାକୁରଙ୍କ ପଟ୍ଟଚିତ୍ରକୁ ଦର୍ଶନ କରି ପୂଜାର୍ଚ୍ଚନା କରୁଛନ୍ତି।

ଶନିବାର ଦେବସ୍ନାନ ପୁର୍ଣ୍ଣିମାରେ ତିନିଠାକୁର ୧୦୮ ଗରା ପାଣିରେ ଗାଧୋଇ ଅସୁସ୍ଥ ହୋଇ ଅଣସର ଘରେ ଚିକିତ୍ସିତ ହେଉଥିବା ବେଳେ ରବିବାର ତିନି ଠାକୁରଙ୍କ ପଟ୍ଟଚିତ୍ରକୁ ପୂଜା କରାଯାଉଛି । ପରମ୍ପରା ଅନୁଯାୟୀ ଆଦିବାସୀ ସେବକ ତଥା ଅପରକଣ୍ଡାପଲ୍ଲିର ରାମଚନ୍ଦ୍ର ଗେମେଲ ବଣ ଜଙ୍ଗଲର ଫୁଲ ଫଳ, ଚେରମୁଳି ସମେତ ବିଭିନ୍ନ ଜଡିବୁଟି ଲେପଦେଇ ଠାକୁରଙ୍କୁ ସୁସ୍ଥ କରିବାରେ ଲାଗିଛନ୍ତି।

ଅନ୍ୟପକ୍ଷେ ଭକ୍ତ ମନ୍ଦିରର ମୁଖ୍ୟ ଫାଟକରେ ମହାପ୍ରଭୁଙ୍କ ପଟ୍ଟଚିତ୍ରକୁ ଦର୍ଶନ କରିବା ସହିତ ସେଠାରେ ପୂଜାର୍ଚ୍ଚନା କରୁଛନ୍ତି। ଶାବର ଶ୍ରୀକ୍ଷେତ୍ରର ଶ୍ରୀ ମନ୍ଦିର ସମ୍ମୁଖରେ ବର୍ତ୍ତମାନ ଶ୍ରୀ ଜଗନ୍ନାଥଙ୍କ ପାଇଁ ଅନନ୍ତ ନାରାୟଣ, ବଳଭଦ୍ରଙ୍କ ପାଇଁ ଶ୍ରୀ ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରାଙ୍କ ପାଇଁ ଶ୍ରୀଭୁବେନେଶ୍ୱରୀଙ୍କ ପଟ୍ଟଚିତ୍ରକୁ ପୁଜା କରାଯାଉଛି।

ତିନିଠାକୁରଙ୍କ ଅଣସର ଘରେ ସେବା ସରିବା ପର୍ଯ୍ୟନ୍ତ ପୂଜା ପାଇବେ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ଆସନ୍ତା ଜୁଲାଇ ୭ତାରିଖରେ ତିନିଠାକୁର ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପରେ ଠାକୁରଙ୍କ ନେତ୍ରୋତ୍ସବ କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ସମ୍ପାଦକ ଡଃ ଜଗବନ୍ଧୁ ସାମଲ ସୂଚନା ଦେଇଛନ୍ତି। ଏପରିକି ଜୁଲାଇ ୭ରେ ରଥଯାତ୍ରା ପାଇଁ ମଧ୍ୟ ୩ ରଥରେ ରଙ୍ଗ କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ କାର୍ଯ୍ୟଗୁଡିକ ଯୁଦ୍ଧକାଳିନ ଭିତିରେ ଚାଲିଥିବା ସମ୍ପାଦକ ସାମଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେସି ଇଭେଣ୍ଟ୍ ବିବାଦ: ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା, ଡିସିପି ନିଲମ୍ବିତ

କୋଲକାତା,୧୬।୧୨: ଆର୍ଜେଣ୍ଟିନାର ଫୁଟବଲ୍ ତାରକା ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମ ସମୟରେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍‌ରେ ସୃଷ୍ଟି ହୋଇଥିବା ଅରାଜକତା ଓ ଭଙ୍ଗାରୁଜା ଘଟଣାକୁ ନେଇ...

ଓଡିଶାବାସୀଙ୍କ ପାଇଁ ଖୁସିଖବର: ନିଯୁକ୍ତିକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୨: ଓଡ଼ିଶା ହେବ ଫାର୍ମା ହବ୍‌। ମୁଖ୍ୟମନ୍ତ୍ରୀ ମୋହନ ମାଝି ଫାର୍ମା ସମ୍ମିଳନୀରେ ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ନିବେଶକଙ୍କୁ ଅନୁରୋଧ କରିଛନ୍ତି। ଏ...

IPL 2026 ନିଲାମ: ଜାଣନ୍ତୁ କିଏ ରହିଲେ ଅନ୍‌ ସୋଲ୍ଡ

ଆବୁଧାବି,୧୬।୧୨: IPL 2026 ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ସର୍ୱାଧିକ ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ...

ଶାଶୁ ପରେ ଜ୍ୱାଇଁ ଘରେ ବୁଲିଲା ବୁଲଡୋଜର: ଏକାବେଳକେ ଛାନିଆ…

ପୁରୀ,୧୬।୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଅପରେଶନ ଚକ୍ର ଜରିଆରେ ନିଶା ବେପାରୀଙ୍କ ଘର ଉପରେ ବୁଲଡୋଜର ଚଳାଇଛି । ପୂର୍ବରୁ ଗତ ୪ ତାରିଖରେ...

ମାତ୍ର ଏତିକି କୋଟିରେ ଭେଙ୍କଟେଶଙ୍କୁ କିଣିଲା ଏହି ଦଳ, ଗତ ବର୍ଷ ତୁଳନାରେ ପ୍ରାୟ 70 ପ୍ରତିଶତ କମ୍‌

ନୂଆଦିଲ୍ଲୀ,୧୬।୧୨: ଭେଙ୍କଟେଶ ଆୟର ପ୍ରଥମ ଥର ପାଇଁ କୋଲକାତା ନାଇଟ ରାଇଡର୍ସ ବ୍ୟତୀତ ଅନ୍ୟ କୌଣସି IPL ଦଳ ପାଇଁ ଖେଳିବେ। ଯଦିଓ KKR ମଧ୍ୟ...

ଗୋଆ ଅଗ୍ନିକାଣ୍ଡ ଘଟଣା: ଭାରତ ଆସିଲେ ଲୁଥ୍ରା ବ୍ରଦର୍ସ

ନୂଆଦିଲ୍ଲୀ,୧୬।୧୨: ଗୋଆ ଅଗ୍ନିକାଣ୍ଡ ଘଟଣା ପରେ ପଲାତକ ଲୁଥ୍ରା ବ୍ରଦର୍ସ ସୌରଭ ଏବଂ ଗୌରବଙ୍କୁ ମଙ୍ଗଳବାର ଭାରତ ଫେରାଇ ଅଣାଯାଇଛି। ଦିଲ୍ଲୀରେ ଲୁଥ୍ରା ବ୍ରଦର୍ସଙ୍କ ବିମାନ...

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ପୁଣି ପ୍ରେମାନନ୍ଦ ମହାରାଜଙ୍କ ଶରଣରେ ବିରାଟ-ଅନୁଷ୍କା, କଣ କହିଲେ ଦେଖନ୍ତୁ Video

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପୁଣି ଥରେ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିଛନ୍ତି । ବୃନ୍ଦାବନର ପ୍ରସିଦ୍ଧ ପ୍ରେମାନନ୍ଦ ଜୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri