ଅଟୋ କମ୍ପୋନେଣ୍ଟ ସେକ୍ଟରରେ ମାନ୍ଦାବସ୍ଥା ମାଡ;ନିଯୁକ୍ତି ହରାଇବେ ୧୦ ଲକ୍ଷ କର୍ମଚାରୀ

ନୂଆଦିଲ୍ଲୀ,୨୫-୭: ଅଟୋ ଉଦ୍ୟୋଗ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି। ଅଟୋ କମ୍ପୋନେଣ୍ଟ କମ୍ପାନୀ ଗୋଟିଏ ପରେ ଗୋଟିଏ ବନ୍ଦ ହେବାରେ ଲାଗିଛି। ପରିସ୍ଥିତି ଏପରି ହେଲାଣି ଯେ, ଆଗାମୀ ଦିନରେ ଏହି ଶିଳ୍ପରେ ନିଯୁକ୍ତ ପ୍ରାୟ ୧୦ ଲକ୍ଷ କର୍ମଚାରୀ ଚାକିରି ହରାଇବାକୁ ଯାଉଛନ୍ତି।
ଅଟୋ କମ୍ପୋନେଣ୍ଟ ମାନୁଫାକ୍‌ଚରର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ(ଏକ୍‌ମା) ଅଧ୍ୟକ୍ଷ ରାମ ଭେଙ୍କଟରମଣୀ କହିଛନ୍ତିି ଯେ, ଗାଡି ଏବଂ ଏହାର କେତେକ ପାଟର୍‌ସ ଉପରେ ଏବେ ୨୮% ଜିଏସ୍‌ଟି ଆଦାୟ ହେଉଛି। ଏହି କାରଣରୁ ଗାଡି ନିର୍ମାଣ ଖର୍ଚ୍ଚ ଅନେକାଂଶରେ ବଢ଼ିଯାଇଛି। ଫଳରେ ଗତ ୬ ମାସ ହେଲା ଗାଡ଼ି ବିକ୍ରି କ୍ରମାଗତ କମିବାରେ ଲାଗିଛି। ଏଥିଯୋଗୁ ଦେଶର ଅନେକ ସ୍ଥାନରେ ସୋ’ରୁମ୍‌ ବନ୍ଦ ବନ୍ଦ ହୋଇଗଲାଣି। କମ୍ପାନୀଙ୍କ ନିକଟରେ ପୂର୍ବରୁ ଷ୍ଟକ୍‌ ମହଜୁଦ୍‌ ରହିଥିବାରୁ ଗାଡ଼ି ଉତ୍ପାଦନ ହେଉନାହିଁ। କମ୍ପାନୀଗୁଡ଼ିକ ଖର୍ଚ୍ଚକାଟ କରିବାକୁ ଯାଇ କର୍ମଚାରୀଙ୍କୁ ଛୁଟିରେ ପଠାଇ ଦେଉଛନ୍ତି। ଏହା ବେଶିଦିନ ଚାଲିପାରିବ ନାହିଁ। ଏଣୁ ସମ୍ପୂର୍ଣ୍ଣ ଅଟୋ ଉଦ୍ୟୋଗ ପାଇଁ ୧୮% ଜିଏସ୍‌ଟି ଆଦାୟ କରାଯାଉ ବୋଲି ସେ ଦାବି କରିଛନ୍ତି। ଏହାଦ୍ୱାରା ଏହି ଉଦ୍ୟୋଗରେ ଚାହିଦା ବୃଦ୍ଧି ପାଇବ ଏବଂ ଅଟୋ କମ୍ପୋନେଣ୍ଟ ଉଦ୍ୟୋଗରେ କାର୍ଯ୍ୟରତ ପ୍ରାୟ ୧୦ ଲକ୍ଷ କର୍ମଚାରୀଙ୍କ ନିଯୁକ୍ତିକୁ ରକ୍ଷା କରାଯାଇପାରିବ ବୋଲ ସେ କହିଛନ୍ତି। ଭେଙ୍କଟରମଣୀ କହିଛନ୍ତି ଯେ, କମ୍ପୋନେଣ୍ଟ ଉଦ୍ୟୋଗ ସମ୍ପୂର୍ଣ୍ଣ ରୂପେ ଗାଡ଼ି ଉଦ୍ୟୋଗ ଉପରେ ନିର୍ଭରଶୀଳ। ବର୍ତ୍ତମାନ ସ୍ଥିତିରେ ଅଟୋ ଉଦ୍ୟୋଗରେ ଉତ୍ପାଦନ ୧୫ରୁ ୨୦ ପ୍ରତିଶତ ହ୍ରାସ ପାଇଛି। ଫଳରେ କମ୍ପୋନେଣ୍ଟ ଉଦ୍ୟୋଗରେ ସଙ୍କଟ ଦେଖାଦେଇଛି। ପୂର୍ବରୁ ୭୦% କମ୍ପୋନେଣ୍ଟ ଉପରେ ୧୮% ଜିଏସ୍‌ଟି ଆଦାୟ ହେଉଛି। ଅବଶିଷ୍ଟ ୩୦% ଉପରେ ୨୮% ଜିଏସ୍‌ଟି ଲାଗୁଛି। ଏଥିସହ ଗାଡ଼ି ଉପରେ ୨୮% ଜିଏସ୍‌ଟି ସହିତ ଏହାର ଲମ୍ବା, ଇଞ୍ଜିନ ଆକାର ଓ ପ୍ରକାର ଆଧାରରେ ୧ରୁ ୧୫% ଅତିରିକ୍ତ ସେସ୍‌ ଆଦାୟ କରାଯାଉଛି। ସେ କହିଛନ୍ତି ଯେ, ଚାହିଦା ହ୍ରାସ, ବିଏସ୍‌-୪ରୁ ବିଏସ୍‌-୬ ଉର୍ତ୍ସଜନ ମାନଦଣ୍ଡ ଲାଗି ନିକଟରେ ହୋଇଥିବା ନିବେଶ, ଇ-ଯାନ ନୀତିକୁ ନେଇ ଅସ୍ପଷ୍ଟତା ଯୋଗୁ ଗାଡ଼ି ଉଦ୍ୟୋଗର ଭବିଷ୍ୟତ ଅନିଶ୍ଚିତ ହୋଇଛି। ଏହି କାରଣରୁ ଭବିଷ୍ୟତ ଲାଗି ନିବେଶ ବନ୍ଦ ହୋଇଯାଇଛି। ସରକାରଙ୍କୁ ଏ ଦିଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ ହେବ। ଗାଡ଼ି ଓ ଯନ୍ତ୍ରାଂଶ ଉପରେ ୧୮% ଜିଏସ୍‌ଟି ଆଦାୟ କରାଯିବା ଆବଶ୍ୟକ ବୋଲି ଭେଙ୍କଟରମଣୀ କହିଛନ୍ତି। ଇ-ଯାନ ନୀତିରେ ସ୍ଥିରତା ଆଣିବା ଉପରେ ସେ ଜୋର୍‌ ଦେଇଛନ୍ତି। ଏଥିରେ ଆହୁରି ପରିବର୍ତ୍ତନ କରାଗଲେ ଦେଶର ଆମଦାନୀ ବ୍ୟୟ ଅନେକାଂଶରେ ବୃଦ୍ଧି ପାଇବ ଏବଂ ଅଟୋ କମ୍ପୋନେଟ ଉଦ୍ୟୋଗ ଭୁଶୁଡି ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏହାଦ୍ୱାରା ବହୁ କର୍ମଚାରୀ ବେକାର ହୋଇଯିବେ। ଏଣୁ ସରକାର ପରିବର୍ତ୍ତନକୁ ସହଜ କରିବା ସହ ଘରୋଇ ଉଦ୍ୟୋଗକୁ ବଞ୍ଚାଇବାକୁ ସେ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଗଲକୁ ବଡ଼ ଝଟକା: ହାଇକୋର୍ଟ ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୩୧।୫: ଗୁଗଲ (Google) ଏବେ ଭାରତରେ ବଡ଼ ଆଇନଗତ ଅସୁବିଧାରେ ପଡ଼ିଛି। ଟ୍ରେଡମାର୍କ ଉଲ୍ଲଂଘନ ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁଗଲ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା…

ଖୁସି ଖବର, ପେଟ୍ରୋଲ-ଡିଜେଲ ଉପରେ ଟିକସ ହ୍ରାସ କଲେ ସରକାର: ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶନିବାର, ୩୦ ମଇରେ ଜାରି ଏକ ବିବୃତ୍ତି ଅନୁଯାୟୀ,…

୨୫ ଦିନ ପୂର୍ବରୁ ସରିଯାଉଛି କି LPG ସିଲିଣ୍ଡର? ବ୍ୟସ୍ତ ନ ହୋଇ ଆପଣାନ୍ତୁ ଏହି ୩ ଉପାୟ, ବୁକିଂ ନିୟମ…

ନୂଆଦିଲ୍ଲୀ,୨୯।୫: ଘରୋଇ ଏଲ୍‌ପିଜି (LPG) ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର। ସାଧାରଣତଃ ଏକ ୧୪.୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡର ଏକ ମଧ୍ୟବିତ୍ତ ପରିବାରରେ…

ବନ୍ଦ ହୋଇଯିବ କାଗଜ ଟଙ୍କା! ଜାରି ହେବ ୫୦, ୧୦୦, ୫୦୦ ଟଙ୍କାର ନୂଆ ପ୍ଲାଷ୍ଟିକ ନୋଟ! ଜାଣନ୍ତୁ କଣ ରହିଛି RBIର ବଡ଼ ପ୍ଲାନ୍‌

ମୁମ୍ବାଇ,୨୯।୫: ଦେଶରେ କ୍ୟାଶ (ନଗଦ ଟଙ୍କା)ର ଚାହିଦା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ୟୁପିଆଇ (UPI) ପେମେଣ୍ଟ ଏବଂ ଅନଲାଇନ ଟ୍ରାଞ୍ଜାକସନ ପାଇଁ ମଧ୍ୟ କ୍ୟାଶର…

ଗ୍ୟାସ ଠାରୁ ବ୍ୟାଙ୍କିଙ୍ଗ ପର୍ଯ୍ୟନ୍ତ ବଦଳିବ ୭ ନିୟମ, ଆପଣଙ୍କ ଉପରେ ପଡିପାରେ ଅଧିକ ବୋଝ

ନୂଆଦିଲ୍ଲୀ,୨୯।୫: ମେ ମାସ ଶେଷ ହେବାକୁ ଯାଉଛି, ଏବଂ ଜୁନ 1, 2026 ଠାରୁ ସାରା ଦେଶରେ ଅନେକ ବଡ଼ ଆର୍ଥିକ ପରିବର୍ତ୍ତନ ଆସିବାକୁ ଯାଉଛି। ଏହି…

ATM ଟଙ୍କା ଉଠାଇବା ଫେଲ୍‌ ହେଲେ ଦୈନିକ ୧୦୦ ଟଙ୍କା କ୍ଷତିପୂରଣ: RBI ବଦଳାଇଲା ୫ଟି ବଡ଼ ନିୟମ

ମୁମ୍ବାଇ,୨୮।୫: ଯଦି ଆପଣ ବ୍ୟାଙ୍କ ଋଣର ଇଏମଆଇ (EMI) ପରିଶୋଧ କରୁଛନ୍ତି, ଏଟିଏମ (ATM) ବ୍ୟବହାର କରୁଛନ୍ତି କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଜରିଆରେ ଅନଲାଇନ କାରବାର କରୁଛନ୍ତି,…

ଜୁନ୍ ୧ରୁ ବଦଳୁଛି Indane, Bharat ଏବଂ HP ଗ୍ୟାସର ୬ଟି ନିୟମ; ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ!

ନୂଆଦିଲ୍ଲୀ,୨୮।୫: ଯଦି ଆପଣଙ୍କ ପରିବାର Indane, Bharat ଗ୍ୟାସ, କିମ୍ୱା HP ଗ୍ୟାସର ଏକ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଆଗାମୀ ମାସଟି ଆପଣଙ୍କ ପାଇଁ…

ହଠାତ୍ କାହିଁକି ବନ୍ଦ ହେଲା LPG ସବସିଡି? ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

ନୂଆଦିଲ୍ଲୀ,୨୮।୫: ଭାରତରେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର କୋଟି କୋଟି ପରିବାର ପାଇଁ ଏଲପିଜି ସିଲିଣ୍ଡର (LPG Cylinder) ଉପରେ ମିଳୁଥିବା ସବସିଡି ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri