ଅଟିଜିମ୍‌ ରୋଗର ଲକ୍ଷଣ ଓ ଚିକିତ୍ସା

”ଅଟିଜିମ୍‌ ରୋଗରେ ଆକ୍ରାନ୍ତ ଶିଶୁ ଅନ୍ୟମାନଙ୍କ ସହ ସାମାଜିକ ସମ୍ପର୍କ ସ୍ଥାପନ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥାଏ। ଏକବର୍ଷ ବୟସ ସୁଦ୍ଧା ଏହି ଶିଶୁମାନଙ୍କୁ ନଁା ଧରି ଡାକିଲେ ସେମାନେ ଜାଣିପାରନ୍ତି ନାହିଁ। ନିଜ ଆଖପାଖ ଲୋକଙ୍କ ସହ ମିଳାମିଶା କରନ୍ତି ନାହିଁ ଓ କୌଣସି ଅସ୍ପଷ୍ଟ ଶବ୍ଦ ସୃଷ୍ଟି କରିପାରନ୍ତି ନାହିଁ। ୧ରୁ୩ ବର୍ଷ ବୟସ୍କ ଶିଶୁମାନେ ଅନ୍ୟମାନଙ୍କ ନକଲ କରିପାରନ୍ତି ନାହିଁ, ସବୁବେଳେ ଏକୁଟିଆ କେତେକ ନିର୍ଦ୍ଦିଷ୍ଟ ଖେଳ ହିଁ ଖେଳନ୍ତି।“

ଅଟିଜିମ୍‌ ହେଉଛି ଏକ ମସ୍ତିଷ୍କ ବିକାଶ ସମ୍ବନ୍ଧୀୟ ରୋଗ ଯାହା ସାଧାରଣତଃ ଶୈଶବ ଅବସ୍ଥାରୁ ଆରମ୍ଭ ହୋଇଥାଏ। ଏହି ରୋଗରେ ସାମାଜିକ ସମ୍ପର୍କ ସ୍ଥାପନ ଭାବର ଆଦାନପ୍ରଦାନ ଓ ଭାଷାର ପରିପ୍ରକାଶ ଆଦିରେ ଅସୁବିଧା ଦେଖାଯାଇଥାଏ। ଆମ ଦେଶରେ ପ୍ରାୟ ୫୦ଲକ୍ଷ ପିଲା ଏହି ରୋଗ ଦ୍ୱାରା ପ୍ରଭାବିତ। ଝିଅମାନଙ୍କ ଅପେକ୍ଷା ପୁଅମାନଙ୍କଠାରେ ଏହା ୫ ଗୁଣ ଅଧିକ ଦେଖାଯାଇ ଥାଏ। ଭାରତରେ ଅଟିଜିମ୍‌ ରୋଗର ଲକ୍ଷଣ ଓ ଚିକିତ୍ସା ସମ୍ବନ୍ଧରେ ସଚେତନତାର ଘୋର ଅଭାବ ରହିଛି। ଫଳରେ ଠିକ୍‌ ସମୟରେ ଏହି ରୋଗର ଲକ୍ଷଣକୁ ଚିହ୍ନି ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଇ ପାରୁନାହିଁ।
କାରଣ: ଅଟିଜିମ୍‌ ରୋଗ ବିଭିନ୍ନ କାରଣରୁ ହୋଇପାରେ। ଜିନ୍‌ଗତ ପାରିପାର୍ଶ୍ୱିକ କାରଣଗୁଡ଼ିକ ଯୋଗୁ ଏହି ରୋଗ ଆରମ୍ଭ ହୋଇପାରେ। ପିଲା ଜନ୍ମ ପୂର୍ବରୁ ଓ ଜନ୍ମ ସମୟରେ ଘଟିଥିବା କେତେକ ସମସ୍ୟା ଏଥିପାଇଁ ଦାୟୀ ହୋଇପାରେ। ଗର୍ଭଧାରଣ ସମୟରେ ମାତାପିତାଙ୍କ ବୟସ ଅଧିକ ହୋଇଥିଲେ, ଗର୍ଭଧାରଣ ସମୟରେ ମାଆର ଶାରୀରିକ ଅସୁସ୍ଥତା, ନିର୍ଦ୍ଧାରିତ ସମୟ ପୂର୍ବରୁ ପିଲାର ଜନ୍ମ ସମୟରେ ଓଜନ କମ୍‌ ହେବା ଓ ଜନ୍ମ ପରେ ପିଲା ଡେରିରେ କାନ୍ଦିବା ଆଦି କାରଣ ଯୋଗୁ ଅଟିଜିମ୍‌ ରୋଗ ହୋଇପାରେ।
ଲକ୍ଷଣ: ଅଟିଜିମ୍‌ ରୋଗରେ ଶିଶୁ ଅନ୍ୟମାନଙ୍କ ସହ ସାମାଜିକ ସମ୍ପର୍କ ସ୍ଥାପନ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥାଏ। ଏକବର୍ଷ ବୟସ ସୁଦ୍ଧା ଏହି ଶିଶୁମାନଙ୍କୁ ନଁା ଧରି ଡାକିଲେ ସେମାନେ ଜାଣିପାରନ୍ତି ନାହିଁ। ନିଜ ଆଖପାଖ ଲୋକଙ୍କ ସହ ମିଳାମିଶା କରନ୍ତି ନାହିଁ ଓ କୌଣସି ଅସ୍ପଷ୍ଟ ଶବ୍ଦ ସୃଷ୍ଟି କରିପାରନ୍ତି ନାହିଁ। ୧ରୁ ୩ ବର୍ଷ ବୟସ୍କ ଶିଶୁମାନେ ଅନ୍ୟମାନଙ୍କ ନକଲ କରିପାରନ୍ତି ନାହିଁ, ସବୁବେଳେ ଏକୁଟିଆ କେତେକ ନିର୍ଦ୍ଦିଷ୍ଟ ଖେଳ ହିଁ ଖେଳନ୍ତି। ସେମାନେ ଅନ୍ୟମାନଙ୍କ ଆଖିରେ ଆଖ୍‌ତ୍ ମିଳାଇପାରନ୍ତି ନାହିଁ। ଅନ୍ୟର ମନର ଭାବନା ଓ ସ୍ନେହକୁ ଠିକ୍‌ ଭାବେ ବୁଝିପାରନ୍ତି ନାହିଁ। ନିଜର ପାରିପାର୍ଶ୍ୱିକ ଅବସ୍ଥା ପ୍ରତି କମ୍‌ ସମ୍ବେନଦଶୀଳ ରହିଥାନ୍ତି।
ଏହି ପିଲାମାନେ ନିଜ ମନର ଆବେଗକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ, ଯାହା ଫଳରେ ସେମାନେ ବିନା କାରଣରେ ହସନ୍ତି, କାନ୍ଦନ୍ତି ଏବଂ ରାଗନ୍ତି। କେତେକ ପିଲା ନିଜକୁ କ୍ଷତି କଲା ଭଳି ବ୍ୟବହାର ଯଥା ନିଜକୁ କାମୁଡ଼ିବା, ମୁଣ୍ଡ ବାଡ଼େଇବା, ଚୁଟି ଟାଣିବା ଆଦି ବାରମ୍ବାର କରିଥାନ୍ତି।
ଏହି ରୋଗରେ ଆକ୍ରାନ୍ତ ପିଲାର ଭାଷାର ବିକାଶରେ ଅସୁବିଧା ହୋଇଥାଏ। ସେମାନଙ୍କର ଭାଷାର ବିକାଶ ବିଳମ୍ବ ହୋଇପାରେ କିମ୍ବା ଭାଷା ଅସ୍ବାଭାବିକ ହୋଇପାରେ। କଥାବାର୍ତ୍ତା କଲାବେଳେ ସେମାନେ ବିଭିନ୍ନ ଶବ୍ଦ ଠିକ୍‌ ଭାବରେ ବ୍ୟବହାର କରିପାରନ୍ତି ନାହିଁ। ଉକ୍ତ ରୋଗରେ ପିଲାମାନେ କେତେକ ନିର୍ଦ୍ଦିଷ୍ଟ ବ୍ୟବହାରକୁ ବାରମ୍ବାର କରିଥାନ୍ତି। ଯେମିତିକି ଆଗକୁ ପଛକୁ ଦୋହଲିବା, ଆଖି ଆଗରେ ଆଙ୍ଗୁଠି ମୋଡ଼ିବା, ଗୋଲ ଗୋଲ ହୋଇ ଘୂରିବା, କେତେକ ନିର୍ଦ୍ଦିଷ୍ଟ ଶବ୍ଦକୁ ବାରମ୍ବାର କହିବା ଆଦି। ଅଟିଜିମ୍‌ ରୋଗରେ ପିଲାମାନଙ୍କ ଖେଳିବାର ଶୈଳୀରେ ମଧ୍ୟ ଅସ୍ବାଭାବିକତା ଦେଖାଯାଇଥାଏ। ସେମାନେ ସାଧାରଣ ଭାବରେ ବ୍ୟବହାର ହେଉଥିବା ଖେଳନା ସହ ଖେଳି ନ ଥାନ୍ତି। ଘରକରଣା ଜିନିଷ ଯଥା ସାବୁନ, ଦଉଡ଼ି ଓ ମଗ ଆଦି ସହିତ ଖେଳିବାକୁ ବେଶି ପସନ୍ଦ କରି ଥାନ୍ତି। ଅନ୍ୟ ପିଲାମାନଙ୍କ ସହ ନ ଖେଳି ସବୁବେଳେ ଏକୁଟିଆ ଖେଳିଥାନ୍ତି। ଏହି ପିଲାମାନେ କୌଣସି ଉଚ୍ଚ ଶବ୍ଦ କିମ୍ବା ଅତି ଉଜ୍ଜ୍ୱଳ ଆଲୋକ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାନ୍ତି ଏବଂ ଏସବୁ ପ୍ରତି ଅସ୍ବାଭାବିକ ପ୍ରତିକ୍ରିୟା ପ୍ରକାଶ କରନ୍ତି।
ପ୍ରାରମ୍ଭିକ ଅବସ୍ଥାରେ ଶିଶୁମାନଙ୍କ ଠାରେ ନିମ୍ନଲିଖିତ କୌଣସି ଲକ୍ଷଣ ଦେଖାଗଲେ ଅଟିଜମ୍‌ର ସନ୍ଦେହ ସୃଷ୍ଟି ହୋଇଥାଏ।
୧)୧୨ ମାସ ବୟସ ସୁଦ୍ଧା ପିଲା କୌଣସି ଅସ୍ପଷ୍ଟ ଶବ୍ଦ ସୃଷ୍ଟି କରି ନ ପାରିବା।
୨) ୧୨ମାସ ବୟସ ସୁଦ୍ଧା ଆଙ୍ଗୁଠି ଦେଖାଇ ନ ପାରିବା କିମ୍ବା କୌଣସି ଅଙ୍ଗଭଙ୍ଗୀ ଦେଖାଇ ନ ପାରିବା।
୩) ୧୬ ମାସ ବୟସ ସୁଦ୍ଧା ଗୋଟିକିଆ ଶବ୍ଦ କହି ନ ପାରିବା।
୪) ୨୪ ମାସ ବୟସ ସୁଦ୍ଧା ଦୁଇ ଶବ୍ଦ ବିଶିଷ୍ଟ ବାକ୍ୟ କହି ନ ପାରିବା।
ଅଟିଜିମ୍‌ରେ ଆକ୍ରାନ୍ତ ପିଲାମାନଙ୍କଠାରେ ନାନା ପ୍ରକାର ଶାରୀରିକ ସମସ୍ୟା ଯଥା ଅପସ୍ମାର ବାତ ବିଭିନ୍ନ ପେଟଜନିତ ସମସ୍ୟା ଏବଂ କେତେକ ନିର୍ଦ୍ଦିଷ୍ଟ ଜିନ୍‌ଗତ ରୋଗ ଆଦି ଦେଖାଯାଇଥାଏ।
ଏଥିସହ ଅନ୍ୟ କେତେକ ମାନସିକ ସମସ୍ୟା ଯଥା: ଚଞ୍ଚଳାମି ରୋଗ (ଏଡିଏଚ୍‌ଡି) ମାନସିକ ଉଦ୍‌ବେଗ ରୋଗ, ଅବସାଦ ରୋଗ ଓ ନିଦ୍ରାହୀନତା ଆଦି ମଧ୍ୟ ଦେଖାଯାଇ ଥାଏ। ଏହି ରୋଗରେ ଅନେକ ପିଲାଙ୍କର ବୃଦ୍ଧିର ଠିକ୍‌ ବିକାଶ ହୋଇ ନ ଥାଏ।

ଚିକିତ୍ସା
ପ୍ରାରମ୍ଭିକ ଅବସ୍ଥାରେ ଅଟିଜିମ୍‌୍‌ ରୋଗର ଲକ୍ଷଣକୁ ଚିହ୍ନ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରିବା ଉଚିତ । ଏଥି ନିମନ୍ତେ ମୁଖ୍ୟତଃ ବିଭିନ୍ନ ବ୍ୟବହାରିକ ଚିକତ୍ସା ପଦ୍ଧତି (ସେନ୍‌ସୋରି ଇଣ୍ଡିଗ୍ରେସନ ଥେରାପି ଓ ସ୍ପିଚ୍‌ ଥେରାପି) ସହିତ କେତେକ ଔଷଧ ବ୍ୟବହାର କରାଯାଇଥାଏ। ଅଭିଭାବକମାନେ ଡାକ୍ତରଙ୍କଠାରୁ ସମସ୍ତ ବ୍ୟବହାରିକ ଚିକିତ୍ସା ପଦ୍ଧତିଗୁଡ଼ିକୁ ଜାଣିରଖିବା ଉଚିତ। ପିଲା ସହ ଏହି ଚିକିତ୍ସା ପଦ୍ଧତି ଅନୁସାରେ ବ୍ୟବହାର କଲେ ତା’ର ସାମାଜିକ ଓ ଯୋଗାଯୋଗ ଦକ୍ଷତା ବୃଦ୍ଧି ପାଇଥାଏ। ତା’ର ଭାଷାରେ ମଧ୍ୟ ଧୀରେ ଧୀରେ ବିକାଶ ଘଟିଥାଏ। ପିଲାର ବ୍ୟବହାରିକ ସମସ୍ୟା ନିମନ୍ତେ କେତେକ ଔଷଧ ବ୍ୟବହାର କରାଯାଇଥାଏ। ଅଟିଜିମ୍‌୍‌ ସହ ଦେଖା ଯାଉଥିବା ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାର ମଧ୍ୟ ଉପଯୁକ୍ତ ଚିକିତ୍ସା ଜରୁରୀ । ଅଭିଭାବକମାନେ ଧୈର୍ଯ୍ୟର ସହିତ ଚିକିତ୍ସା କରାଇଲେ ଧୀରେ ଧୀରେ ପିଲାର ବ୍ୟବହାରରେ ଉନ୍ନତି ଦେଖାଯାଇଥାଏ।
ଡା. ସତ୍ୟକାମ ମହାପାତ୍ର
-ମାନସିକ ରୋଗ ବିଶେଷଜ୍ଞ, କଟକ
ମୋ : ୮୮୯୫୨୯୩୯୯୭


Enter your email to get our daily news in your inbox.

All Right Reserved By Dharitri.Com

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri