ଅଚଳ ହୋଇ ପଡିରହିଛି ପାନୀୟ ଜଳ ପ୍ରକଳ୍ପ

ମାଲକାନଗିରି, ୧୭।୫(ଡି.ଏନ୍‌.ଏ.) – ମାଲକାନଗିରି ଜିଲାରେ ଏବେ ପ୍ରଚଣ୍ଡ ଖରା। ଜିଲାରେ ଏବେ ୪୪ ଡିଗ୍ରୀ ତାପମାତ୍ରା ଥିବାବେଳେ ବିଭିନ୍ନ ଅଞ୍ଚଳରେ କୂଅ, ପୋଖରୀ ଶୁଖିବାରେ ଲାଗିଛି। ପାନୀୟ ଜଳ ପାଇଁ ଲୋକଙ୍କ ସମେତ ପଶୁପକ୍ଷୀ ମଧ୍ୟ ଡହଳ ବିକଳ ହେଉଛନ୍ତି। ଏପରି ସମୟରେ ଖଇରପୁଟ ବ୍ଲକ ଗୁମ୍ମା ପଞ୍ଚାୟତ ପୂଜାରୀଗୁଡ଼ାସ୍ଥିତ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡିଛି। ଫଳରେ ସ୍ଥାନୀୟ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି।
ପ୍ରକାଶ ଯେ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏଠାରେ କିଛି ବର୍ଷ ପୂର୍ବରୁ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରିଥିଲା। କିନ୍ତୁ ବ୍ୟହାରର କିଛିଦିନ ପରେ ଏହା ଅଚଳ ହୋଇ ପଡିଥିଲା। ଗ୍ରାମବାସୀ ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ଖଇରପୁଟ ଜିଲା ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ନଷ୍ଟ ହୋଇ ଯାଇଥିବା ପ୍ରକଳ୍ପକୁ ସୁଧାରିବା ପାଇଁ ସମସ୍ତ କାର୍ଯ୍ୟ ଶେଷ କରିଥିଲେ। ଏଥିପାଇଁ ଆବଶ୍ୟକ ବିଜୁଳି ଯୋଗାଇବାକୁ ସାଉଥ୍‌ କୋ ପକ୍ଷରୁ ତିନିମାସ ପୂର୍ବେ ଟ୍ରାନ୍ସଫର୍ମର ବସା ଯାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଟ୍ରାନ୍ସଫର୍ମର ବସିବା ଦିନ ହିଁ ବଜ୍ରପାତରେ ତାହା ପୋଡି ଯାଇଥିଲା। ଏ ନେଇ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଜିଲା ପାନୀୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ରାଉତଙ୍କୁ ଜଣାଇଥିଲେ। ଯନ୍ତ୍ରୀ ରାଉତ ଏ ନେଇ ଅବଗତ ହେବାପରେ ସାଉଥ୍‌ କୋ ନିର୍ବାହୀ ଯନ୍ତ୍ରୀଙ୍କୁ ଆଉ ଏକ ଟ୍ରାନ୍ସଫର୍ମର ବସାଇବା ପାଇଁ ଗତ ଏପ୍ରିଲ ୩୦ରେ ପତ୍ର ମାଧ୍ୟମରେ ଜଣାଇଥିଲେ। ଏ ନେଇ ସାଉଥ୍‌ କୋ ନିର୍ବାହୀ ଯନ୍ତ୍ରୀ ଭଗବାନ ପ୍ରଧାନ କହିଛନ୍ତି ଯେ, ପୁଜାରିଗୁଡା ଗ୍ରାମର ଟ୍ରାନ୍ସଫର୍ମର ପୋଡିବା ଘଟଣା ମୋ ଦୃଷ୍ଟିକୁ ଆସିଛି। ଦୁଇ ସପ୍ତାହ ମଧ୍ୟରେ ଏକ ନୂତନ ଟ୍ରାନ୍ସଫର୍ମର ସ୍ଥାପନ କରାଯିବ। ଟ୍ରାନ୍ସଫର୍ମର ସ୍ଥାପନ ପରେ ଗ୍ରାମ ବାସୀଙ୍କ ପାନୀୟଜଳ ସମସ୍ୟା ରହିବ ନାହିଁ। ସୂଚନାଯୋଗ୍ୟ ଯେ, କେବଳ ପୂଜାରିଗୁଡା ନୁହେଁ ଜିଲାର ତନମୁଣ୍ଡା, ଲଙ୍ଗଳଗୁଡା, ପତିଗୁଡା, ଏମ୍‌.ଭି.-୭୦, ଏମ୍‌.ଭି.-୩୦ ଏବଂ ପୋଟ୍ରେଲ ଗ୍ରାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ସ୍ଥାପିତ ହୋଇଥିବା ଟ୍ରାନ୍ସଫର୍ମର ଗୁଡିକ ମଧ୍ୟ ବଜ୍ରପାତରେ ପୋଡି ଯାଇଛି। ତୁରନ୍ତ ସେ ସବୁକୁ କାର୍ଯ୍ୟକ୍ଷମ କରା ନ ଗଲେ ଆଗାମୀ ଦିନରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିବ ବୋଲି ଅଞ୍ଚଳବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

ଗାଁରେ ନଛାଡି ବାଟରେ ମୃତଦେହ ଓହ୍ଲାଇଦେଲା ଆମ୍ବୁଲାନ୍ସ, ରାସ୍ତା ନ ଥିବାରୁ କାନ୍ଧରେ ବୋହିଲେ ଗ୍ରାମବାସୀ

ଗୁଡାରି,୧୩ା୪( ପ୍ରମୋଦ କୁମାର ପତି ): ଡାକ୍ତରଖାନାରୁ ମୃତଦେହ ଗ୍ରାମକୁ ନେଲାନି ଆମ୍ବୁଲାନ୍ସ । ରାସ୍ତା ଖରାପ ଯାଇହେବନି କହି ମୃତଦେହ ଓହ୍ଲାଇ ଦେଲା ଗ୍ରାମଠାରୁ ୩…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri