ଅଗ୍ନିକାଣ୍ଡରେ ୬ ବଖରା ଭସ୍ମୀଭୂତ

ବାଲିକୁଦା, ୨୯।୨ (ସ୍ବ.ପ୍ର.): ବାଲିକୁଦା ତହସିଲ ଅଧୀନ ଗରାମ ଗ୍ରାମରେ ଶୁକ୍ରବାର ସଂଧ୍ୟାରେ ଅଗ୍ନିକାଣ୍ଡ ଘଟି ପ୍ରଶାନ୍ତ ସାସମଲଙ୍କ ଗୋଟିଏ ଗୁହାଳ ସମେତ ୬ ବଖରା ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ଜଳି ଯାଇଥିବା ବେଳେ ଗ୍ରୋସରୀ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଛି। ଅଗ୍ନିକାଣ୍ଡର କାରଣ ଜଣା ପଡ଼ି ନଥିବା ବେଳେ ବିଦ୍ୟୁତ୍‌ ଶର୍ଟ ସର୍କିଟରୁ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି। ସନ୍ଧ୍ୟାରେ ପ୍ରଶାନ୍ତଙ୍କ ଦୋକାନରେ ଭିଡ଼ ଲାଗିଥିବା ବେଳେ ତାଙ୍କ ଘରେ ନିଆଁ ଲାଗି ଯାଇଥିବା ଜଣପଡ଼ିଥିଲା। ଚାହୁଁ ଚାହୁଁ ନିଅଁା ସବୁ ଆଡ଼କୁ ମାଡ଼ି ଯାଇ ୬ ବଖରା ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଘରୁ କୌଣସି ସାମଗ୍ରୀ ଉଦ୍ଧାର କରାଯାଇପାରି ନ ଥିବା ବେଳେ ନିକଟରେ ଥିବା ଗୁହାଳ ଘରେ ମଧ୍ୟ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ଗଁା ଲୋକେ ନିଅଁାକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନଥିଲା। ଖବରପାଇ ବାଲିକୁଦାର ୨ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଅଁାକୁ ଆୟତ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ: ଦେଲେ ବଡ଼ ପ୍ରତିଶ୍ରୁତି, ୧୫୦ରୁ କମ୍‌ ଥିବା ଗାଁକୁ ମିଳିବ…

କୋକସରା,୧୫।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ସୋମବାର କୋକସରା ବ୍ଲକ ସଦର...

ମହିଳାଙ୍କ ଉପରେ ସିପିଆଇ(ଏମ) ନେତାଙ୍କ ବିବାଦୀୟ ମନ୍ତବ୍ୟ: “ସ୍ଵାମୀଙ୍କ ସହ ଶୋଇବା ପାଇଁ ବିବାହ…”

ନୂଆଦିଲ୍ଲୀ,୧୫।୧୨: କେରଳର ମାଲାପୁରରେ ନିକଟରେ ଅନୁଷ୍ଠିତ ପୌର ନିର୍ବାଚନରେ ବିଜୟୀ ହୋଇଥିବା CPI(M)ର ଜଣେ ନେତା ବିଜୟ ଭାଷଣ ସମୟରେ ମହିଳାମାନଙ୍କୁ ନେଇ ଦେଇଥିବା ଅତ୍ୟନ୍ତ...

ବ୍ରହ୍ମପୁର ଉପଜିଲାପାଳଙ୍କ ଦ୍ବାରା ଚାଷୀ ସଚେତନତା ରଥ ଶୁଭାରମ୍ଭ, ଉପସ୍ଥିତ ଥିଲେ…

ଦିଗପହଣ୍ଡି,୧୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ରାଜସ୍ବ ଉପଖଣ୍ଡ ଦିଗପହଣ୍ଡି ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ କପା ମଣ୍ଡି ପରିସରରୁ ସୋମବାର ଚାଷୀ ସଚେତନତା...

ଶବ ସତ୍କାର ପାଇଁ ମିଳିଲେନି ଲୋକେ, ମାନବିକତା ଦେଖାଇ ଆଗକୁ ଆସିଲେ…

ଭଞ୍ଜନଗର,୧୫।୧୨(ବାବୁଲା ପ୍ରଧାନ): ଦିନ ଥିଲା ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ଲୋକଙ୍କ ମଧ୍ୟରେ ଏକତାର ଭାବ ଦେଖିବାକୁ ମିଳୁଥିଲା। କୌଣସି ଲୋକ ଅସୁବିଧାରେ ପଡ଼ିଲେ ସାହି...

ଦୋକାନ ଆଗରୁ ବାଇକ୍‌ ଚୋରିକରି ଛାଡ଼ିଥିଲେ ଗାଁ, ଫେରିବା ଜାଣି…

ଦିଗପହଣ୍ଡି,୧୫୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଏଏସଆଇ ସି. ତାରକେଶ୍ୱର ରାଓ ଲାଲମେଣ୍ଟା ଲକ୍ଷ୍ମୀ ନାରାୟଣପୁର ଗ୍ରାମର ଭଗବାନ ପ୍ରଧାନଙ୍କୁ ବାଇକ ଚୋରି...

ଘରେ ପଶି ଅତର୍କିତ ଆକ୍ରମଣ କରିଥିଲେ ମା’-ପୁଅ: ଏବେ ଜେଲ୍‌ରେ…

ଦିଗପହଣ୍ଡି,୧୫।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ଏସ୍‌.ଚାଞ୍ଚଡାପଲ୍ଲୀ ଗ୍ରାମର ଗଗନ ପାତ୍ର ଏବଂ ତାଙ୍କ ସ୍ତ୍ରୀ ରାଜେଶ୍ୱରୀ ପାତ୍ରଙ୍କୁ ଘରେ ପଶି...

୯ ଘଣ୍ଟା ହେବ ବିଦ୍ୟୁତ୍‌ କାଟ: ଏହି ଦିନ ସକାଳ ୮ଟାରୁ କଟିଯିବ….

ବରଗଡ଼,୧୫।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ଭଟଲି ଏବଂ ଘେଁସ ଗ୍ରୀଡ ସବଷ୍ଟେଶନରେ ବାର୍ଷିକ ରକ୍ଷଣାବେକ୍ଷଣ...

ଶୀତରେ ଥରୁଛି ଖଜୁରିପଡ଼ା: ତାପମାନ ଯନ୍ତ୍ର ବସାଇବାକୁ ଦାବି

ଖଜୁରିପଡ଼ା, ୧୫ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ୍‌ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରଭାବ ବେଶୀ ଅନୁଭୂତ ହେଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri