Posted inଖେଳ

ଅକ୍ଟୋବର ୨୨ରେ ବିସିସିଆଇ ନିର୍ବାଚନ 

ନୂଆଦିଲ୍ଲୀ, ୨୧ା୫ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବହୁ ପ୍ରତିକ୍ଷୀତ କର୍ମକର୍ତ୍ତା ନିର୍ବାଚନ ଅକ୍ଟୋବର ୨୨ରେ ହେବ। ପ୍ରଶାସକ କମିଟି (ସିଓଏ) ମଙ୍ଗଳବାର ଏହା ଘୋଷଣା କରିଛି। ଲୋଧା ପ୍ୟାନେଲର ସଂସ୍କାରମୂଳକ ପ୍ରସ୍ତାବଗୁଡ଼ିକର କିପରି ସୂଚାରୁରୂପେ କାର୍ଯ୍ୟକାରୀ ହେବ ତାହା ତଦାରଖ କରିବା ଲାଗି ସୁପ୍ରିମକୋର୍ଟ ୨୦୧୭ରେ ପ୍ରଶାସକ କମିଟି ଗଠନ କରିଥିଲେ। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ପି.ଏସ୍‌. ନରସିହ୍ମାଙ୍କ ସହିତ ଆଲୋଚନା ପରେ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ବିଭିନ୍ନ ରାଜ୍ୟ ଆସୋସିଏଶନଗୁଡ଼ିକ ପକ୍ଷରୁ ୮୦ ଅନ୍ତରୀଣ ଅପିଲର ବିଚାର ପାଇଁ ସୁପ୍ରିମକୋର୍ଟ ଗତ ମାର୍ଚ୍ଚରେ ନରସିହ୍ମାଙ୍କୁ ନିଯୁକ୍ତି ଦେଇଥିଲେ। ମଙ୍ଗଳବାର ଅନୁଷ୍ଠିତ ବୈଠକରେ ସିଓଏର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସେମାନେ ହେଲେ ସିଓଏ ମୁଖ୍ୟ ବିନୋଦ ରାୟ, ଡାଏନ ଇଡୁଲ୍‌ଜୀ ଏବଂ ରବି ଥୋଗ୍‌ଡେ। ରାଜ୍ୟ ଆସୋସିଏଶନଗୁଡ଼ିକ ଲାଗି ନିର୍ବାଚନ ସମୟସୀମା ସେପ୍ଟେମ୍ବର ୧୪ ରଖାଯାଇଛି। ରାୟ କହିଛନ୍ତି, ବିସିସିଆଇ ନିର୍ବାଚନ ତାରିଖ ଘୋଷଣା ହେବାଦ୍ୱାରା ମୁଁ ଖୁବ୍‌ ଖୁସୀ। କାରଣ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଦୁଇ ବର୍ଷରୁ ଅଧିକ ସମୟ ଧରି ପ୍ରଶାସନିକ ସଂକଟ ଦେଇ ଗତି କରୁଛି। ମାନ୍ୟବର ସୁପ୍ରିମକୋର୍ଟ ଯେତେବେଳେ ମୋତେ ନିଯୁକ୍ତି ଦେଲେ ସେତେବେଳେ ମୁଁ କହିଥିଲି ମୋର ଭୂମିକା ନାଇଟ୍‌ ଓ୍ବାଚ୍‌ମ୍ୟାନ ଭଳି ହେବ। ମାତ୍ର ନାଇଟ୍‌ ଓ୍ବାଚ୍‌ମ୍ୟାନ ଦାୟିତ୍ୱ ଅଧିକ ଦିନ ଧରି ତୁଲାଇବାକୁ ପଡ଼ିଲା ବୋଲି ସେ କହିଛନ୍ତି। ରାଜ୍ୟ ଆସୋସିଏଶନ ଗୁଡ଼ିକର ସମସ୍ୟା ସମାଧନା କ୍ଷେତ୍ରରେ ନରସିଂହ୍ମାଙ୍କ ଭୂମିକାଙ୍କୁ ରାୟ ଉଚ୍ଚ ପ୍ରଶଂସା କରିଥିଲେ। ଏଥିପାଇଁ ଆମିକସ୍‌ କ୍ୟୁରି ପ୍ରାୟ ୧୫୦ ଘଣ୍ଟା ସମୟ ନେଇଥିଲେ। ରାଜ୍ୟ ୟୁନିଟ୍‌ଗୁଡ଼ିକ ପାଇଁ ଆପେକ୍ସ କାଉନ୍‌ସିଲର କଳେବର ବୃଦ୍ଧି କରାଯିବ। ମାତ୍ର ପ୍ରସ୍ତାବ ଅନୁସାରେ ବିସିସିଆଇର ସଦସ୍ୟ ସଂଖ୍ୟା ୯ରେ ସୀମିତ ରଖାଯିବ ବୋଲି ରାୟ କହିଛନ୍ତି। ଆମିକସ୍‌ ସୁପ୍ରିମକୋର୍ଟଙ୍କ ନିକଟକୁ ପଠାଇଥିବା ତାଙ୍କ ରିପୋର୍ଟରେ ମୁଖ୍ୟ ସମ୍ବିଧାନରେ ଏକ ମାତ୍ର ରିହାତି ପାଇଁ ସୁପାରିସ କରିଥିଲେ। ତାହା ହେଲା ଆପେକ୍ସ କାଉନ୍‌ସିଲର ସଦସ୍ୟ ସଂଖ୍ୟା ବୃଦ୍ଧି କରିବା। ଏଥିରେ ୧୯ଜଣ ସଦସ୍ୟ ରହିବେ। ୧୬ ଜଣ ନିର୍ବାଚିତ ହେବାକୁଥିବା ବେଳେ ଅନ୍ୟ ୩ଜଣ ମନୋତୀତ ହେବେ। ସୂଚନାଯୋଗ୍ୟ,ସୁପ୍ରିମକୋର୍ଟ ୨୦୧୭ ଜାନୁୟାରୀରେ ବିସିସିଆଇ ସଭାପତି ଅନୁରାଗ ଠାକୁର ଏବଂ ସଂପାଦକ ଅଜୟ ଶିର୍‌କେଙ୍କୁ ବହିଷ୍କୃତ କରିଥିଲେ। ଏହାଛଡ଼ା କୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ ଯୋଗ୍ୟତା ମାନଦଣ୍ଡ ନ ଥିବା ବୋର୍ଡର ଅନ୍ୟ କର୍ମକର୍ତ୍ତାଙ୍କୁ ପଦତ୍ୟାଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri