୧୭% ଖସିଲା ଜୁମ୍‌ ଶେୟାର

ନୂଆଦିଲ୍ଲୀ: ଫାଇଜର କରୋନା ଭାକ୍‌ସିନ ୯୦% ପର୍ଯ୍ୟନ୍ତ ସଫଳ ହେଉଥିବା ରିପୋର୍ଟ ଆସିବା ପରେ ସାରା ବିଶ୍ୱର ଶେୟାର ବଜାରରେ ଉତ୍ସାହ ଦେଖାଯାଇଛି। ଏଭଳି ସ୍ଥିତିରେ ଭିଡିଓ କନ୍‌ଫରେନ୍ସିଂ ଆପ୍ଲିକେଶନ ଜୁମ୍‌ର ଶେୟାର ସୋମବାର ପ୍ରାୟ ୧୭% ଖସିଥିବା ନଜରକୁ ଆସିଛି। ଫଳରେ ଏହାର ପ୍ରତିଷ୍ଠାତା ଏରିକ ଓୟାନଙ୍କୁ ୫ ବିଲିୟନ ଡଲାର (ପ୍ରାୟ ୩୭ ହଜାର କୋଟି)ର କ୍ଷତି ସହିବାକୁ ପଡିଛି। ଏହି ଆପ୍‌ର ୩୦୦ ନିୟୁତ ଦୈନିକ ୟୁଜର ରହିଛନ୍ତି। ଭାକ୍‌ସିନ ଆଣିବା ନେଇ ଫାଇଜରର ଘୋଷଣା ପରେ ହଠାତ୍‌ ଜୁମ୍‌ ଆପ୍‌ର ଶେୟାର କାରବାର ଖସିବା ଆରମ୍ଭ ହୋଇଯାଇଥିଲା। ଚଳିତ ବର୍ଷ ଏପ୍ରିଲରୁ ଏହି ଭିଡିଓକନ୍‌ଫରେନ୍ସିଂ ଆପ୍‌ରେ ଦୈନିକ ୟୁଜରଙ୍କ ସଂଖ୍ୟାରେ ହଠାତ୍‌ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ଡିସେମ୍ବର ୨୦୧୯ରେ ଏହାର ୧୦ ନିୟୁତ ଡେଲି ୟୁଜର ରହିଥିଲେ। ମାର୍ଚ୍ଚ ବେଳକୁ ଏହା ୨୦୦ ନିୟୁତକୁ ବୃଦ୍ଧି ଘଟିଥିଲା। ଇଣ୍ଡିପେଣ୍ଡେଣ୍ଟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ପ୍ରି-ମାର୍କେଟ ଟ୍ରେଡିଂରେ ଜୁମ୍‌ର ଶେୟାର ପ୍ରାୟ ୧୫% ଖସିଛି। ସୂଚନାଯୋଗ୍ୟ ଏଭଳି ହ୍ରାସ ପୂର୍ବରୁ ଚଳିତ ବର୍ଷ ଜୁମ୍‌ର ଶେୟାରରେ ୬୩୫% ବୃଦ୍ଧି ନଜରକୁ ଆସିଥିଲା। ଭାକ୍‌ସିନ ଆସୁଥିବାରୁ ଭର୍ଚୁଆଲ ପରିବର୍ତ୍ତେ ସବୁ କିଛି ସ୍ବାଭାବିକ ହେବା ନେଇ ନିବେଶକ ଏବେଠୁ ବିଚାର କଲେଣି। ଅର୍ଥାତ୍‌ ବଜାରରେ ସ୍ବାଭାବିକ ସ୍ଥିତି ଫେରିବା ଦ୍ରୁତ ହେବ। ଏଣୁ ଏଭଳି କାରଣ ଲାଗି ଜୁମ୍‌ର ଶେୟାର ଖସିଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri