୨ଥର ଫେଲ୍‌ ହୋଇଥିବା ଛାତ୍ର ଛିଡାକଲେ କୋଟି କୋଟି ଟଙ୍କାର ଏହି କମ୍ପାନୀ: ଜାଣନ୍ତୁ …..

ଜୋମାଟୋ, ଦେଶର ସର୍ବୋଚ୍ଚ ଅନ୍‌ଲାଇନ୍‌ ଖାଦ୍ୟ ବିତରଣ କମ୍ପାନୀ ମଧ୍ୟରୁ ଅନ୍ୟତମ। ପ୍ରତିଦିନ ହଜାର ହଜାର ସଂଖ୍ୟାର ଲୋକ ଏହି ସାଇଟ୍‌ରୁ ଖାଦ୍ୟ ଅର୍ଡର କରିଥାନ୍ତି। କମ୍ପାନୀର ମାଲିକ ଦୀପିନ୍ଦର ଗୋୟଲ ନିଜ ବନ୍ଧୁଙ୍କ ସହ ମିଶି ୨୦୦୮ ମସିହାରେ ‘ଜୋମାଟୋ’ ଆରମ୍ଭ କରିଥିଲେ। ଆଜି ଏହି କମ୍ପାନୀ ସମଗ୍ର ଦେଶରେ ଶୀର୍ଷରେ ରହିଛି। ତେବେ ଦୀପିନ୍ଦରଙ୍କ ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଥିଲେ। ପାଠ ପଢ଼ାରେ ସେତେଟା ଭଲ ନ ଥିବା ଦୀପିନ୍ଦର ୨ ଥର ଫେଲ୍‌ ହୋଇଥିଲେ। ଜାଣିବା ତାଙ୍କ ବିଷୟରେ…
ଦୀପିନ୍ଦରଙ୍କର ପାଠପଢ଼ା ପ୍ରତି ସେତେଟା ଆଗ୍ରହ ନ ଥିଲା। ସେ ଷଷ୍ଠ ଏବଂ କଲେଜରେ ପ୍ରଥମ ବର୍ଷ ଫେଲ୍‌ ହୋଇଥିଲେ। ପାଠପଢ଼ାରେ କମ୍‌ଜୋର୍‌ ସତ୍ତ୍ୱେ ଏହା ତାଙ୍କ ଜୀବନରେ ବାଧା ହେବାକୁ ଦେଇ ନ ଥିଲେ। ଦିନ ରାତି କଠିନ ପରିଶ୍ରମକରି ସେ ଆଇଆଇଟି ପାଇଁ ମନୋନୀତ ହୋଇଥିଲେ। ଆଇଆଇଟିରୁ ଡିଗ୍ରୀ ହାସଲ କରିବା ପରେ ସେ ମଲ୍ଟିନ୍ୟାଶନାଲ କମ୍ପାନୀ ‘ବେନ୍‌ ଆଣ୍ଡ କମ୍ପାନୀ’ରେ କାମ କଲେ। ଏହି ସମୟରେ ଦୀପିନ୍ଦର ଦିନେ କ୍ୟାଣ୍ଟିନରେ ଖାଇବାକୁ ଅପେକ୍ଷା କରିଥିଲେ। ସେତେବେଳେ ସେ ଅନୁଭବ କରିଥିଲେ ଯେ, ଏଥିପାଇଁ ବହୁତ ସମୟ ନଷ୍ଟ ହେଉଛି। ତେଣୁ ସେ ଖାଦ୍ୟର ମେନୁ ସ୍କାନକରି ଅନ୍‌ଲାଇନ୍‌ରେ ଛାଡିଥିଲେ। ଏହାକୁ ଲୋକେ ଖୁବ୍‌ ପସନ୍ଦ କରିଥିଲେ। ପରେ ତାଙ୍କୁ ମୁଣ୍ଡରେ ଜୋମାଟୋର ଆଇଡିଆ ଆସିଥିଲା। ନିଜର ବନ୍ଧୁ ପଙ୍କଜ ଚଡ୍‌ଢ଼ାଙ୍କ ସହ ମିଶି ଦୀପିନ୍ଦର ୨୦୦୮ ମସିହାରେ ଏକ ଓ୍ବେବ୍‌ସାଇଟ୍‌ ‘ଫୁଡି’ ଖୋଲିଥିଲେ। ଏହି ଓ୍ବେବ୍‌ସାଇଟ୍‌ରେ ରେଷ୍ଟୁରାଣ୍ଟ ମେନୁଠାରୁ ଆରମ୍ଭ କରି ସମସ୍ତ ସୂଚନା ରହିଥିଲା। ବର୍ତ୍ତମାନ ଏହି ଫୁଡ୍ଡି ଜୋମାଟୋରେ ପରିଣତ ହୋଇଛି। ଗୋଟିଏ କୋଠରୀରୁ ଆରମ୍ଭ ହୋଇଥିବା ଦୀପିନ୍ଦରଙ୍କ କମ୍ପାନୀ ଆଜି ସମଗ୍ର ବିଶ୍ୱରେ ୧ ହଜାର କୋଟିରୁ ଅଧିକ ରହିଛି। ବର୍ତ୍ତମାନ ଏହି କମ୍ପାନୀରେ ୫ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ ହେବେ ଶୁକ୍ରଦେବ; ୫ରାଶି ପାଇଁ ଅଶୁଭ, ଧନହାନି ସାଙ୍ଗକୁ….

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ଦାମ୍ପତ୍ୟ ଜୀବନ, ସମ୍ପର୍କ, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଓ ଭୌତିକ ସୁଖର କାରକ ଭାବେ ବିବେଚନା କରାଯାଏ । ଜ୍ୟୋତିଷୀୟ ଗଣନା ଅନୁଯାୟୀ,…

ପୂର୍ବତନ ଭାଜପା ବିଧାୟକଙ୍କୁ ନିର୍ମମ ହତ୍ୟା; ୭୦-୮୦ ଜଣ ଲୋକ କ୍ରସର୍‌ ପ୍ଲାଣ୍ଟ ଉପରେ ଆକ୍ରମଣ କରି ନେଇଗଲେ ଜୀବନ…

ଜୟପୁର,୧୨।୧୦: ରାଜସ୍ତାନ ଭରତପୁରରେ ଖଣି କାର୍ଯ୍ୟକୁ ନେଇ ହୋଇଥିବା ବିବାଦ ମଧ୍ୟରେ ପୂର୍ବତନ ଭାଜପା ବିଧାୟକ ଅତର ସିଂହ ଭଦାନାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି, ଯାହା…

ଆଖିରୁ ବହିଗଲା ଧାର ଧାର ଲୁହ…! ଶ୍ରେୟସ ଆୟରଙ୍କୁ ଏମିତି ପଡ଼ିଆରେ ଦେଖି ସହ୍ୟ କରିପାରିଲେ ନାହିଁ ଏହି ମହିଳା ପ୍ରଶଂସକ

ନୂଆଦିଲ୍ଲୀ,୧୨।୧୦: ଶ୍ରେୟସ ଆୟରଙ୍କ ଆଶ୍ଚର୍ଯ୍ୟଜନକ ପାଗଳାମି ଇନ୍ଦୋରରେ ଦେଖିବାକୁ ମିଳିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଅଧିନାୟକ ବାହାରକୁ ଯିବା ମାତ୍ରେ ତାଙ୍କର ଜଣେ ମହିଳା ପ୍ରଶଂସକ କାନ୍ଦିବାକୁ…

ବିଗ ବିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏଭଳି କହିଲେ ଐଶ୍ୱର୍ଯ୍ୟା, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ, ୧୨।୧୦: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ତାଙ୍କ ଜନ୍ମଦିନ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?