Posted inଖେଳ

ଟି-୨୦ରେ ନୂଆ କାରନାମା କଲେ ଜିମ୍ବାଓ୍ବେ କ୍ରିକେଟର୍‌: ଏମିତି କରିବାରେ ବିଶ୍ୱର ପ୍ରଥମ କ୍ରିକେଟର୍‌

ନୂଆଦିଲ୍ଲୀ,୧୬।୧: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଜିମ୍ବାୱେକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। କିନ୍ତୁ ଜିମ୍ବାୱେ କ୍ରିକେଟର ସିକନ୍ଦର ରାଜା ଯାହା କରିଛନ୍ତି ତାହା ଏପର୍ଯ୍ୟନ୍ତ କେହି କରି ପାରି ନାହାନ୍ତି। ଏହି ମ୍ୟାଚରେ ସିକନ୍ଦର ରାଜା ଜଣେ ବୋଲର ଭାବରେ ୩ ଓଭରରେ ୧୩ ରନ ଦେଇ ୩ ବ୍ୟାଟ୍ସମ୍ୟାନଙ୍କୁ ତାଙ୍କ ଶିକାର କରିଥିଲେ। ସିକନ୍ଦର ରାଜା ମଧ୍ୟ ବ୍ୟାଟିଂରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ସିକନ୍ଦର ରଜା ୪୨ ବଲରେ ୬୨ ରନ ଖେଳିଥିଲେ। ସେ ତାଙ୍କ ଇନିଂସରେ ୫ ଚୌକା ଓ ୨ ଛକା ମାରିଥିଲେ।
ଶେଷ ୫ ଟି-୨୦ ମ୍ୟାଚରେ ସିକନ୍ଦର ରାଜା ପ୍ରତ୍ୟେକ ଥର ପଚାଶ ରନ ଅତିକ୍ରମ କରିଛନ୍ତି। ଏହା ବ୍ୟତୀତ ଜଣେ ବୋଲର ଭାବରେ ସେ ଅତି କମରେ ୨ ଉଇକେଟ ନେଇଛନ୍ତି। ଆଜି ପର୍ଯ୍ୟନ୍ତ ଟି -୨୦ ଇତିହାସରେ କୌଣସି ଖେଳାଳି ଏହା କରିନାହାଁନ୍ତି। ଏହି ସିରିଜ ରୁୱାଣ୍ଡା ବିପକ୍ଷ ମ୍ୟାଚ ସହିତ ଆରମ୍ଭ ହୋଇଥିଲା। ଏହି ମ୍ୟାଚ୍‌ରେ ସିକନ୍ଦର ୩୬ ବଲରେ ୫୮ ରନ ସଂଗ୍ରହ କରିଥିଲେ। ବୋଲିଂରେ ସେ ୩ ରନ ଦେଇ ୩ ଉଇକେଟ ନେଇଥିଲେ। ଏହା ପରେ ସେ ନାଇଜେରିଆ ବିପକ୍ଷରେ ୩୭ ବଲରେ ୬୫ ରନ ସଂଗ୍ରହ କରିଥିଲେ ଏବଂ ବୋଲିଂରେ ସେ ୧୩ ରନ୍‌ ଦେଇ ୨ ଖେଳାଳିଙ୍କୁ ଆଉଟ୍‌ କରିଥିଲେ।
ତା’ପରେ କେନିଆ ବିପକ୍ଷ ମ୍ୟାଚରେ ସିକନ୍ଦର ୪୮ ବଲରେ ୮୨ ରନ ସଂଗ୍ରହ କରିଥିଲେ। ଏଥି ସହ ବୋଲିଂରେ ସେ ୨୧ ରନ ଦେଇ ୨ ଉଇକେଟ ନେଇଥିଲେ। ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରେ ଏହି ଅଲରାଉଣ୍ଡର ୪୨ ବଲରେ ୬୫ ରନ ସଂଗ୍ରହ କରିଥିବାବେଳେ ବୋଲିଂରେ ସେ ୨୮ ରନ ଦେଇ ୩ ଖେଳାଳିଙ୍କୁ ନିଜର ଶିକାର ହୋଇଥିଲେ। ଏଥି ସହିତ ଶ୍ରୀଲଙ୍କା ବିପକ୍ଷରେ ସେ ୪୨ ବଲରେ ୬୫ ରନ ସଂଗ୍ରହ କରିଥିବାବେଳେ ବୋଲିଂରେ ସେ ୧୩ ରନ ଦେଇ ୩ ଉଇକେଟ ନେଇଥିଲେ। ଏହିପରି ସିକନ୍ଦର ଶେଷ ୫ ଟି-୨୦ ମ୍ୟାଚରେ ପ୍ରତ୍ୟେକ ଥର ପଚାଶ ରନ ମାର୍କ ଅତିକ୍ରମ କରିଥିଲେ ଏବଂ ମ୍ୟାଚରେ ଅତି କମରେ ୨ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତୀକରଣ ପାଇଁ ଜବରଦଖଲ ଉଚ୍ଛେଦ

ନୂଆପଡା/ସିନାପାଲି,୬ା୩(ମକାରୁ ବେମାଲ/ମନଫୁଲ ମେହେର)- ସିନାପାଲି- ଖଡ଼ିଆଳ ମୁଖ୍ୟ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶୁକ୍ରବାର ଜିଲା ଓ ବ୍ଲକ ପ୍ରଶାସନର ପ୍ରତିଶ୍ରୁତି ମୁତାବକ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ…

ବୁମରାଙ୍କ ବ୍ରହ୍ମାସ୍ତ୍ର ଆଗରେ ସବୁ ଫେଲ୍‌! କେଉଁ ସ୍ପେଶାଲ୍ ପ୍ଲାନରେ ବ୍ୟାଟରଙ୍କୁ ନାକେଦମ୍ କରୁଛନ୍ତି ଏହି ୟର୍କର କିଙ୍ଗ?

ନୂଆଦିଲ୍ଲୀ,୬।୩: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍‌ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ…

ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା ଲାଗି ପ୍ରସ୍ତୁତି ବଳି ପକାଇଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ପୁରୁଷୋତ୍ତମପୁର,୬ା୩ (ସବିତା ମିଶ୍ର): ଚଳିତବର୍ଷ ମାର୍ଚ୍ଚ ୧୦ରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ ହେବ। ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ…

ନୀତିଶ ଯିବେ ଦିଲ୍ଲୀ, ବିହାର ସମ୍ଭାଳିବେ ପୁଅ; କାଲିଠାରୁ ସକ୍ରିୟ ରାଜନୀତିରେ ଏଣ୍ଟ୍ରି, ହୋଇପାରନ୍ତି Dy CM

ପାଟନା,୬।୩: ବିହାର ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ରାଜନୀତି ଛାଡ଼ି ଜାତୀୟ ରାଜନୀତିକୁ ଯିବା ପ୍ରାୟତଃ ସ୍ପଷ୍ଟ…

ଇରାନକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ବିନା ସର୍ତ୍ତରେ ଆତ୍ମସମର୍ପଣ କର, ନଚେତ୍…

ୱାଶିଂଟନ/ତେହେରାନ,୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି। ଶୁକ୍ରବାର ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ’ଟ୍ରୁଥ ସୋସିଆଲ’…

କେସିଙ୍ଗା ଆଦର୍ଶ ଥାନା ଉଦ୍‌ଘାଟନ କଲେ ସ୍ବରାଷ୍ଟ୍ର ମନ୍ତ୍ରୀ

କେସିଙ୍ଗା,୬।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନାର ଶୁଭ ଉଦ୍‌ଘାଟନ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା  ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ…

ସୂର୍ଯ୍ୟ-ଗମ୍ଭୀରଙ୍କ ହଜିଲା ନିଦ…ଫାଇନାଲ ପୂର୍ୱରୁ ଟେନଶନରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୬।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର କେବଳ ଏକ ମ୍ୟାଚ ନୁହେଁ, ବରଂ 2023 ର କ୍ଷତର ହିସାବ ହେବ! ନ୍ୟୁଜିଲାଣ୍ଡ ବିପକ୍ଷରେ T20 ବିଶ୍ୱକପ…

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସରା,୬।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାମଧନ୍ଦା ନ ପାଇ ହାଇଦ୍ରାବାଦ ସହରକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri