ଜିଲାପରିଷଦ ବୈଠକରେ ହୋ-ହଲ୍ଲା, ‘ହୁ ଆର୍‌ ୟୁ’ କହିବା ନେଇ ତୁମୁଳକାଣ୍ଡ,

ଛତ୍ରପୁର,୬ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ୮ମ ଜିଲାପରିଷଦ ବୈଠକରେ ଶୁକ୍ରବାର ରାଜନୈତିକ ଉଷ୍ଣତା ଦେଖିବାକୁ ମିଳିଥିଲା। ହୋ-ହଲ୍ଲା ସହିତ ପୂର୍ବସରକାର ଏବଂ ବର୍ତ୍ତମାନର ସରକାରକୁ ନେଇ ଆରୋପ ଏବଂ ପ୍ରତ୍ୟାରୋପ ଚାଲିଲା। କିଛି ସମୟ ପର୍ଯ୍ୟନ୍ତ ବୈଠକ ବନ୍ଦ ରହିଥିଲା। ଗୋପାଳପୁର ନିର୍ବାଚନ ମଣ୍ଡଳୀର କନିଷି ତହସିଲ ନିକଟ ଏକ ଆର୍‌ଡି ରାସ୍ତା ଏ ପର୍ଯ୍ୟନ୍ତ ଏମ୍‌ପି ଏବଂ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ବିବାଦ ଯୋଗୁ ସାଧାରଣ ଜନତା ବିଭିନ୍ନ ଅସୁବିଧା ଭୋଗୁଛନ୍ତି ବୋଲି ୫୪ ନଂ ଜିଲାପରିଷଦ ସଭ୍ୟ ଦୀପକ କୁମାର ସାମନ୍ତ ଗୃହରେ ଆର୍‌ଡି ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ କହିଥିଲେ ଏମ୍‌ପି ଓ ମନ୍ତ୍ରୀଙ୍କ ମଧ୍ୟରେ ବିବାଦ ନାହିଁ। ପୂର୍ବ ସରକାରଙ୍କ କରିଥିବା କାର୍ଯ୍ୟ ଯୋଗୁ ଆଜି ଆମେ ଅସୁବିଧା ଭୋଗୁଛୁ ବୋଲି ସମାଲୋଚନା କରିଲା ବେଳେ ବିଧାୟକଙ୍କ କଥାକୁ ନେଇ  ବହୁ ବିଜେଡି ଜିଲାପରିଷଦ ସଭ୍ୟାସଭ୍ୟ ପ୍ରତିବାଦ କରିଥିଲେ।

ବର୍ତ୍ତମାନର ଭାଜପା ସରକାର କଲର ବୋଳା ସରକାର ବୋଲି କହିବାରୁ ଗୃହରେ ହୋ-ହଲ୍ଲା ହୋଇଥିଲା। ଜିଲାପରିଷଦ ଉପାଧ୍ୟକ୍ଷା ଏସ୍‌. ରାଜେଶ୍ୱରୀ ଦୋରା ମଧ୍ୟ ଏହାକୁ ପ୍ରତିବାଦ କରିଥିଲେ। ଏତିକି ଭିତରେ ପୂର୍ବସରକାର ଏବଂ ବର୍ତ୍ତମାନର ସରକାରକୁ ନେଇ ବିଭିନ୍ନ ପ୍ରକାର ବାକ୍‌ଯୁଦ୍ଧ ହୋଇଥିଲା। ବ୍ରହ୍ମପୁର ବିଧାୟକଙ୍କ ପ୍ରତିନିଧି ଶିବଦାଶ ଜିଲାପରିଷଦ ଉପାଧ୍ୟକ୍ଷା ଏସ୍‌. ରାଜେଶ୍ୱରୀ ଦୋରାଙ୍କୁ ‘ହୁ ଆର ୟୁ’ ପଚାରିବାରୁ ଏହାକୁ ନେଇ ‘ହୁ ଆର୍‌ ୟୁ’ ପ୍ରଶ୍ନ ରକ୍ତ ଗରମ ସହିତ ବିଧାୟକଙ୍କ ପ୍ରତିନିଧି କଥାକୁ ବିଜେଡି ଜିଲାପରିଷଦ ସଭ୍ୟାସଭ୍ୟ ବିରୋଧ କରି ପ୍ରତିବାଦ କରିଥିଲେ। ଜିଲା କ୍ଷମା ପ୍ରାର୍ଥନା ଦାବିରେ ସଦସ୍ୟମାନେ ମଧ୍ୟ ବୈଠକ ମଞ୍ଚ ତଳେ ବସି ପ୍ରତିବାଦ କରିଥିଲେ। ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ବ୍ରହ୍ମପୁର ବିଧାୟକଙ୍କ ପ୍ରତିନିଧିଙ୍କୁ ଗୃହରୁ ବାହାରକୁ ଯିବାକୁ କହିଥିଲେ। ଏହା ସହ ଜିଲାପାଳଙ୍କ ଆଦେଶକ୍ରମେ ତାଙ୍କ ପିଏସଓ ଆସି ମଧ୍ୟ ତାଙ୍କୁ ଚାଲିଯିବାକୁ କହିଥିଲେ। ପରେ ବିଧାୟକଙ୍କ ପ୍ରତିନିଧି ଗୃହ ବାହାରକୁ ଚାଲିଯାଇଥିଲେ। ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଏବଂ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଏବଂ ଜିଲାପାଳଙ୍କ ହସ୍ତକ୍ଷେପ ପରେ ପରିସ୍ଥିତ ସ୍ବାଭାବିକ ହୋଇଥିଲା।ପୁଣି ବୈଠକ ଆରମ୍ଭ ହୋଇଥିଲା। ଏହାପରେ ଏଜେଣ୍ଡା ଅନୁସାରେ ବିଭିନ୍ନ ବିଭାଗର ଆଲୋଚନା ହୋଇଥିଲା।

ଜିଲାପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁଙ୍କ ଅଧ୍ୟକ୍ଷତାରେ ୮ମ ଜିଲାପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନରେଗା, ଗ୍ରାମୀଣ ଗୃହ, ପାନୀୟ ଜଳ, ଜିଲା ଜଳ ଓ ପରିମଳ ମିଶନ, ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ କୋଠାବାଡି, ସ୍ବାସ୍ଥ୍ୟ, ଯୋଗାଣ, ଶିକ୍ଷା, କୃଷି ବିଭାଗ ସହିତ ବିଭିନ୍ନ ବିଭାଗସ୍‌ର ବୈଠକରେ ଆଲୋଚନା ହୋଇଥିଲା। ଦିଗପହଣ୍ଡି ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ର, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଗଞ୍ଜାମ ଜିଲାପରିଷଦର ଉପାଧ୍ୟକ୍ଷା ଏସ. ରାଜେଶ୍ୱରୀ ଦୋରା, ଗଞ୍ଜାମ ଜିଲାପରିଷଦର ଇନ୍‌ଚାର୍ଜ ସିଡିଓ ବିଜୟ କୁମାର ବେହେରା, ବିଏମ୍‌ସି କମିଶନର ପ୍ରଥମେଶ ଅରବିନ୍ଦ ରାଜସିକ୍ରେ, ବ୍ରହ୍ମପୁର ଉପଜିଲାପାଳ ଅବିନାଶ କୁମାର ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ଜିଲାପରିଷଦ ସଭ୍ୟାସଭ୍ୟ, ଅଧ୍ୟକ୍ଷା/ଅଧ୍ୟକ୍ଷ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲାପାଳ ଭି
କୀର୍ତ୍ତି ଭାସନ ସ୍ବାଗତ ଭାଷଣ ଦେଇଥିବା ବେଳେ ଇନ୍‌ଚାର୍ଜ ସିଡିଓ ବିଜୟ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତୀକରଣ ପାଇଁ ଜବରଦଖଲ ଉଚ୍ଛେଦ

ନୂଆପଡା/ସିନାପାଲି,୬ା୩(ମକାରୁ ବେମାଲ/ମନଫୁଲ ମେହେର)- ସିନାପାଲି- ଖଡ଼ିଆଳ ମୁଖ୍ୟ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶୁକ୍ରବାର ଜିଲା ଓ ବ୍ଲକ ପ୍ରଶାସନର ପ୍ରତିଶ୍ରୁତି ମୁତାବକ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ…

ବୁମରାଙ୍କ ବ୍ରହ୍ମାସ୍ତ୍ର ଆଗରେ ସବୁ ଫେଲ୍‌! କେଉଁ ସ୍ପେଶାଲ୍ ପ୍ଲାନରେ ବ୍ୟାଟରଙ୍କୁ ନାକେଦମ୍ କରୁଛନ୍ତି ଏହି ୟର୍କର କିଙ୍ଗ?

ନୂଆଦିଲ୍ଲୀ,୬।୩: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍‌ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ…

ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା ଲାଗି ପ୍ରସ୍ତୁତି ବଳି ପକାଇଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ପୁରୁଷୋତ୍ତମପୁର,୬ା୩ (ସବିତା ମିଶ୍ର): ଚଳିତବର୍ଷ ମାର୍ଚ୍ଚ ୧୦ରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ ହେବ। ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ…

ନୀତିଶ ଯିବେ ଦିଲ୍ଲୀ, ବିହାର ସମ୍ଭାଳିବେ ପୁଅ; କାଲିଠାରୁ ସକ୍ରିୟ ରାଜନୀତିରେ ଏଣ୍ଟ୍ରି, ହୋଇପାରନ୍ତି Dy CM

ପାଟନା,୬।୩: ବିହାର ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ରାଜନୀତି ଛାଡ଼ି ଜାତୀୟ ରାଜନୀତିକୁ ଯିବା ପ୍ରାୟତଃ ସ୍ପଷ୍ଟ…

ଇରାନକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ବିନା ସର୍ତ୍ତରେ ଆତ୍ମସମର୍ପଣ କର, ନଚେତ୍…

ୱାଶିଂଟନ/ତେହେରାନ,୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି। ଶୁକ୍ରବାର ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ’ଟ୍ରୁଥ ସୋସିଆଲ’…

କେସିଙ୍ଗା ଆଦର୍ଶ ଥାନା ଉଦ୍‌ଘାଟନ କଲେ ସ୍ବରାଷ୍ଟ୍ର ମନ୍ତ୍ରୀ

କେସିଙ୍ଗା,୬।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନାର ଶୁଭ ଉଦ୍‌ଘାଟନ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା  ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ…

ସୂର୍ଯ୍ୟ-ଗମ୍ଭୀରଙ୍କ ହଜିଲା ନିଦ…ଫାଇନାଲ ପୂର୍ୱରୁ ଟେନଶନରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୬।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର କେବଳ ଏକ ମ୍ୟାଚ ନୁହେଁ, ବରଂ 2023 ର କ୍ଷତର ହିସାବ ହେବ! ନ୍ୟୁଜିଲାଣ୍ଡ ବିପକ୍ଷରେ T20 ବିଶ୍ୱକପ…

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସରା,୬।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାମଧନ୍ଦା ନ ପାଇ ହାଇଦ୍ରାବାଦ ସହରକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri