କ୍ଲବ୍‌, ହୋଟେଲରେ ଜମିବ ମେଲୋଡି

ବ୍ରହ୍ମପୁର,୩୧ା୧୨(ସ୍ମୃତି ରଞ୍ଜନ ମହାଲିକ): ୨୦୨୪କୁ ବିଦାୟ ଦେଇ ମଙ୍ଗଳବାର ରାତି ୧୨ଟାରେ ନୂତନ ବର୍ଷ ୨୦୨୫କୁ ସ୍ବାଗତ ଜଣାଇବା ପାଇଁ ଉତ୍କଣ୍ଠା ବଢ଼ିଛି। ବ୍ରହ୍ମପୁର ମହାନଗରବାସୀ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ବେିଭିନ୍ନ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସହରରେ ଜିରୋ ନାଇଟ ପାଇଁ ବିଭିନ୍ନ ସଂଗଠନ, ହୋଟେଲ ଓ କ୍ଲବ ତତ୍ପର ହୋଇଛି। ସନ୍ଧ୍ୟା ୭ଟାରୁ ରାତ୍ରି ୧୨ଟା ଯାଏ ସେଲିବ୍ରେଶନ ପାଇଁ ଧାର୍ଯ୍ୟ କରାଯାଇଛି। ସହରରେ ରହିଥିବା ହୋଟେଲ ଓ କ୍ଲବଗୁଡିକ ପକ୍ଷରୁ ଜିରୋ ନାଇଟକୁ ଧୁମଧାମ ସହକାରେ ପାଳନ କରିବା ପାଇଁ ସହରବାସୀଙ୍କ ନିମନ୍ତେ ବିିଭିନ୍ନ ଅଫର ଓ ସୁସ୍ବାଦୁ ଖାଦ୍ୟର ଆୟୋଜନ କରାଯାଇଛି।

ୟୁନିୟନ କ୍ଲବ ପକ୍ଷରୁ ଜିରୋ ନାଇଟ ସେଲିବ୍ରେସନ ପାଳନ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସହରବାସୀଙ୍କ ମନୋରଞ୍ଜନ ନିମନ୍ତେ ୨୦୧୨ ଇଣ୍ଡିଆନ ଆଇଡଲର ଫାଇନାଲିଷ୍ଟ ସଂଗୀତଜ୍ଞ ସୁଖବିନ୍ଦର ସିଂ, ୨୦୧୭ ଫାଇନାଲିଷ୍ଟ ପାୟଲ ଆର ସି ଓ ଉପସ୍ଥାପିକା ସୟଦ ଜୈନାବ ୱରସି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଯାହାକୁ ନେଇ ଯୁବ ପିଢିଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଏପରିକି ବିଭିନ୍ନ ହୋଟେଲରେ ମଧ୍ୟ ବିଭିନ୍ନ ମୂଲ୍ୟର ଖାଦ୍ୟ ପ୍ୟାକେଜ ସହ ମେଲୋଡି ଓ ସଂଗୀତ ପରିବେଷଣର ବ୍ୟବସ୍ଥା କରାଯାଇଛି। କ୍ଳବ ଓ ହୋଟେଲ ଗୁଡିକର ନୂତନ ବର୍ଷ ପାଳନକୁ ନେଇ ଭିନ୍ନ ଭିନ୍ନ ମୂଲ୍ୟର ଟିକେଟ ବିକ୍ରି ହେଉଛି। ଯୁବ ପିଢି ଅଧିକ ମାତ୍ରାରେ ଅଧିକ ଟିକେଟ କିଣିଥିବା ଜଣାପଡିଛି। ହୋଟେଲ ଗୁଡିକରେ ବଫେଟ ମେନୁ ପ୍ରସ୍ତୁତ କରାଯାଇଛି। ମୂଲ୍ୟ ଅଧିକ ରହିଥିବା ସତ୍ତ୍ୱେ କୁପନ ଅଧିକା ମାତ୍ରାରେ ବିକ୍ରି ହେଉଥିବା ହୋଟେଲ ମାଲିକମାନେ କହିଛନ୍ତି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସହରରେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri