ବାଂଲାଦେଶରେ କେବେ ହେବ ନିର୍ବାଚନ ସୂଚନା ଦେଲେ ୟୁନୁସ ସରକାର

ଢାକା,୧୬।୧୨: ବାଂଲାଦେଶ ନିର୍ବାଚନକୁ ନେଇ ଏକ ବଡ ଅପଡେଟ ଆସିଛି। ନୋବେଲ ବିଜେତା ତଥା ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ନିର୍ବାଚନ ସମ୍ପର୍କରେ ସୂଚନା ଦେଇଛନ୍ତି। ଆସନ୍ତା ବର୍ଷ ଶେଷ କିମ୍ବା ୨୦୨୬ ଆରମ୍ଭରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।
ଖବର ଅନୁଯାୟୀ, ତାରିଖ ସ୍ଥିର କରିବାକୁ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ଉପରେ ବହୁ ଚାପ ରହିଥିଲା। ମହମ୍ମଦ ୟୁନୁସ କହିଛନ୍ତି ଯେ ନିର୍ବାଚନ ତାରିଖ ୨୦୨୫ଶେଷ କିମ୍ବା ୨୦୨୬ ର ପ୍ରଥମାର୍ଦ୍ଧ ସୁଦ୍ଧା ସ୍ଥିର ହୋଇପାରିବ। ସେ କହିଛନ୍ତି ମୁଁ ନିର୍ବାଚନ ବ୍ୟବସ୍ଥା ପୂର୍ବରୁ ସଂସ୍କାର କରାଯିବା ଉଚିତ ବୋଲି ମୁଁ ସର୍ବଦା ଜିଦ ଧରିଛି।

ବହୁ ସୁଧାରର ତଦାରଖ କରିବା ପାଇଁ ୟୁନୁସ ଏକ କମିଶନ ଆରମ୍ଭ କରି କହିଛନ୍ତି ଯେ ନିର୍ବାଚନ ତାରିଖ ସ୍ଥିର କରିବା ରାଜନୈତିକ ଦଳର ସହମତି ଉପରେ ନିର୍ଭର କରେ। ସେ କହିଛନ୍ତି, ଯଦି ରାଜନୈତିକ ଦଳଗୁଡିକ ନିଖୁଣ ନିର୍ବାଚନ ତାଲିକା ଭଳି ସର୍ବନିମ୍ନ ସଂସ୍କାର ସହିତ ପୂର୍ବ ତାରିଖରେ ନିର୍ବାଚନ କରିବାକୁ ରାଜି ହୁଅନ୍ତି, ତେବେ ନଭେମ୍ବର ଶେଷ ସୁଦ୍ଧା ନିର୍ବାଚନ ହୋଇପାରେ।
୧୯୭୧ ମୁକ୍ତି ଯୁଦ୍ଧରେ ବାଂଲାଦେଶର ବିଜୟକୁ ଚିହ୍ନିତ କରି ବିଜୟ ଦିବସରେ ଦେଶକୁ ସମ୍ବୋଧିତ କରିବା ସମୟରେ ମହମ୍ମଦ ୟୁନୁସ ଏହି ସୂଚନା ଦେଇଛନ୍ତି। ବିଜୟ ଦିବସ ୧୬ ଡିସେମ୍ବର ୧୯୭୧କୁ ସ୍ମରଣ କରନ୍ତି, ଯେତେବେଳେ ପାକିସ୍ତାନ ସଶସ୍ତ୍ର ବାହିନୀର ଜେନେରାଲ ଆମୀର ଅବଦୁଲ୍ଲା ନୟାଜୀ ଏବଂ ୯୩,୦୦୦ ସୈନିକ ଭାରତୀୟ ସେନା ଏବଂ ମୁକ୍ତିି ବାହିନୀଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ବାଂଲାଦେଶର ସ୍ବାଧୀନତା ପାଇଁ ୯ ମାସ ପର୍ଯ୍ୟନ୍ତ ଏହି ଯୁଦ୍ଧ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଷଣ ଦେଉଥିଲେ ଭାଜପା ଏମ୍‌ପି. ଆକ୍ରମଣ କଲା ମହୁମାଛି: ଆଉ ତା’ପରେ…

ଲକ୍ଷ୍ନୌ,୨୭।୧୨: ଉତ୍ତର ପ୍ରଦେଶର ଦେଓରିଆର ରବିନ୍ଦ୍ର କିଶୋର ଶାହି ଷ୍ଟାଡିୟମରେ ସଂସଦୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। କ୍ରୀଡା ମହୋତ୍ସବର ଶେଷ ପର୍ଯ୍ୟାୟ ଶେଷ ହୋଇଥିଲା।...

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

ବ୍ରେକ୍ ଫେଲ୍ ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା, ୨ ଡ୍ରାଇଭରଙ୍କ ମୃତ୍ୟୁ

ସୁନ୍ଦରଗଡ଼: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି...

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri