ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ ଜଣେ ୟୁଟ୍ୟୁବ ବ୍ଲଗର। ରାତିରେ ୪ରୁ ୫ ଜଣ ରାହୁଲଙ୍କୁ ଛୁରି ଭୁସି ହତ୍ୟା କରିଥିବା ଜଣାପଡ଼ିଛି।
ରାହୁଲଙ୍କୁ ରକ୍ତ ଜଡ଼ୁଜୁଡ଼ୁ ଅବସ୍ଥାରେ ତୁରନ୍ତ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲ ନିଆ ଯାଇଥିଲା। ପରେ କ୍ୟାପିଟାଲ ହସ୍ପିଟାଲ ସ୍ଥାନନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏ ଘଟଣା ଉକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ରାହୁଲ ଅକ୍ସିଜେନ ସିଲିଣ୍ଡର୍ କାରବାର କରନ୍ତି। ଏହା ସହ ସେ ଜଣେ ୟୁଟୁବ ବ୍ଲଗର୍ ଭାବେ ପରିଚିତ।
ସୂଚନାଯୋଗ୍ୟ, ଗତ ପ୍ରାୟ ଦୁଇମାସ ପୂର୍ବରୁ ରାହୁଲଙ୍କର ଏକ ଏକ ଗୋଷ୍ଠୀ ସହ କେଣସି କାରଣରୁ ବିବାଦ ହୋଇଥିଲା। ଉଭୟ ପକ୍ଷ ଥାନାକୁ ଯାଇଥିଲେ। ଥାନାରେ ଆପୋସ ସମାଧାନ ହୋଇଥିଲା।
Dharitri – Odisha’s No.1 Odia Daily