ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା। ଯୁବକଙ୍କ ଗୋଡ଼ ତଳେ ଲାଗିଥିବାରୁ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଶୁକ୍ରବାର ମୃତଦେହ ଜବତ କରି ସାଇଣ୍ଟିଫିକ୍‌ ଟିମ୍‌ ସହ ପୋଲିସର ଛାନ୍‌ଭିନ୍‌ ଆରମ୍ଭ ହୋଇଛି। ମୃତ ଯୁବକ ହେଉଛନ୍ତି ହରେନ୍ଦ୍ର ଦଳେଇ। ମୃତ୍ୟୁର କାରଣ ଖୋଜୁଛି ପୋଲିସ। ପୂର୍ବ ଶତ୍ରୁତା କି ଅନ୍ୟ କାରଣ ପାଇଁ ହରେନ୍ଦ୍ରଙ୍କୁ ହତ୍ୟା କରି ଟାଙ୍ଗି ଦିଆଯାଇଛି, ସେ ନେଇ ଖନ୍ତାପଡ଼ା ଥାନା ପୋଲିସ ତଦନ୍ତ ଜାରି ରଖିଛି।

Dharitri – Odisha’s No.1 Odia Daily